ETV Bharat / business

Gold Silver Share Market News: ସୁନା-ରୁପାର ମୂଲ୍ୟ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ବୃଦ୍ଧି

author img

By ETV Bharat Odisha Team

Published : Sep 2, 2023, 8:42 PM IST

ସୁନା ରୁପାର ମୂଲ୍ୟ ହ୍ରାସ
ସୁନା ରୁପାର ମୂଲ୍ୟ ହ୍ରାସ

ସୁନା ମୂଲ୍ୟରେ 100 ଟଙ୍କା ହ୍ରାସ। ପ୍ରତି 10 ଗ୍ରାମ ପିଛା ସୁନା ମୂଲ୍ୟ 60150 ଟଙ୍କା। ରୁପା ମୂଲ୍ୟରେ 400 ଟଙ୍କା ହ୍ରାସ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ବିଶ୍ବ ବାଣିଜ୍ୟ ବଜାରରେ ହ୍ରାସ ଧାରା ମଧ୍ୟମରେ ଜାତୀୟ ବଜାରରେ ଶୁକ୍ରବାର ସୁନା ମୂଲ୍ୟରେ 100 ଟଙ୍କା ହ୍ରାସ ହେବା ସହ ପ୍ରତି 10 ଗ୍ରାମ ପିଛା ସୁନା ମୂଲ୍ୟ 60150 ଟଙ୍କାରେ କାରବାର ବନ୍ଦ ହୋଇଥିଲା। ତେବେ ପୂର୍ବ ବାଣିଜ୍ୟ କାରବାରରେ ସୁନା 10 ଗ୍ରାମ ପିଛି 60250 ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ରୁପା ମୂଲ୍ୟରେ 400 ଟଙ୍କା ହ୍ରାସ ହେବା ସହ ପ୍ରତି କିଲୋଗ୍ରାମ ରୁପା ମୂଲ୍ୟ 77100 ଟଙ୍କା ରହିଛି। ତେବେ ମିଶ୍ରିତ ଆମେରିକା ଅର୍ଥନୀତି ଏବଂ ଡଲାର ସୂଚକାଙ୍କରେ ବୃଦ୍ଧି କାରଣରୁ ସୁନାର ମୂଲ୍ୟ ଗତ କିଛି ସପ୍ତାହ ଧରି ହ୍ରାସ ପାଇଥିବା ନେଇ କହିଛନ୍ତି HDFC ସିକ୍ୟୁରିଟିର ବରିଷ୍ଠ ବିଶ୍ଲେଷକ ସୌମିଲା ଗାନ୍ଧୀ।

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ଯ ହ୍ରାସ ସହ ଏହାର ପ୍ରତି ଅଂଶ 1942 ଡଲାର ରହିଛି। ଏହାସହ ରୁପାର ମୂଲ୍ଯ ମଧ୍ୟ ହ୍ରାସ ପାଇ ପ୍ରତି ଅଂଶ ପିଛା 24.50 ଡଲାର ରହିଛି। ତେବେ ମୋତିଲାଲ ଓସଓ୍ବାଲ ଫାଇନାନ୍ସସିଆଲ ସର୍ଭିସେଜର କମୋଡିଟି ରିସର୍ଚ୍ଚ ବିଭାଗର ବରିଷ୍ଠ ଅଧ୍ୟାପକ ନବନୀତ ଦାମିନୀଙ୍କ କହିବା ଅନୁସାରେ, ବର୍ତ୍ତମାନ ନିବେଶକମାନଙ୍କ ନଜର ଅର୍ଥ ବ୍ୟବସାୟର ବିନିର୍ମାଣ ପିଏମଆଇ ତଥ୍ୟ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ଆମେରିକା ବେରୋଜଗାରୀ ଦର ଉପରେ କେନ୍ଦ୍ରିତ ରହିଛି। ତେବେ ଏହି ତଥ୍ୟ ଗୁଡି଼କ ସୁନା ମୂଲ୍ୟ ଉପରେ ପ୍ରଭାବ ପକାଇପାରେ।

ଏହା ମଧ୍ୟ ପଢ଼ନ୍ତୁ....Bank Fraud Case: ଜେଟ୍ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ଇଡି

ତେବେ ଇଣ୍ଟରବ୍ୟାଙ୍କ ମୁଦ୍ରା ବିନିମୟ ବଜାରରେ ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା 8 ପଇସା ବୃଦ୍ଧି ପାଇ 82.62ରେ କାରବାର ବନ୍ଦ ହୋଇଥିଲା। ମୁଖ୍ୟତଃ ବିଦେଶୀ ପୁଞ୍ଜି ପ୍ରଭାବ ବୃଦ୍ଧି ଏବଂ ଜୁନ ତ୍ରୟୋମାସିକ ଜିଡିପି ଦର ବୃଦ୍ଧି ରହିବା କାରଣରୁ ଟଙ୍କାର ମୂଲ୍ୟ ବୃଦ୍ଧି ପାଇଛି। ଏହାସହ ଟଙ୍କା ସେୟାର ବଜାରରେ ସକରାତ୍ମକ କାରବାର କରିବାରେ ସକ୍ଷମ ହୋଇଛି।

ତେବେ ଶୁକ୍ରବାର ଜାରି କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଭାରତରେ ଅଗଷ୍ଟ ମାସରେ ଉତ୍ପାଦନ କାର୍ଯକଳାପରେ ବୃଦ୍ଧି ଘଟିଛି। କାରଣ ନୁଆ ଅର୍ଡର ଓ ଉତ୍ପାଦନ ପାଖାପାଖି 3ବର୍ଷରେ ସବୁଠାରୁ ଅଧିକ ରହିଛି। ତେବେ S&P ଗ୍ଲୋବାଲ ଇଣ୍ଡିଆ ମାନ୍ୟୁଫେକ୍ଚରିଂ ପରଚେଞ୍ଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଜୁଲାଇ ମାସରେ 57.7 ଥିବା ବେଳେ ଏହା ଅଗଷ୍ଟରେ ବୃଦ୍ଧି ପାଇଁ 58.6 ରେ ପହଞ୍ଚିଛି। ସେହିପରି ଗୁରୁବାର ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ 2023-24 ରେ ପ୍ରଥମ ତିନିମାସ (ଏପ୍ରିଲ- ଜୁନ) ଭାରତର ଜିଡିପି 7.8 ପ୍ରତିଶତ ରହିଛି। ଯାହା ପୂର୍ବ 4ଟି ତ୍ରୟୋମାସିକ ତୁଳନାରେ ସବୁଠାରୁ ଅଧିକ। ଏହା ସହ ଭାରତ ଦୁନିଆର ସବୁଠାରୁ ଦ୍ରୁତ ଭାବରେ ବଢ଼ୁଥିବା ପ୍ରମୁଖ ଅର୍ଥନିତୀ ଭାବରେ ନିଜ ସ୍ଥିତି ଜାହିର କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.