ETV Bharat / business

ସେନସେକ୍ସ 258 ପଏଣ୍ଟ ଚଢିଲା, ନିଫ୍ଟି 15 ହଜାର ଡେଇଁଲା

author img

By

Published : Feb 25, 2021, 6:59 PM IST

ସେନସେକ୍ସ 258 ପଏଣ୍ଟ ଚଢିଲା, ନିଫ୍ଟି 15 ହଜାର ଡେଇଁଲା
ସେନସେକ୍ସ 258 ପଏଣ୍ଟ ଚଢିଲା, ନିଫ୍ଟି 15 ହଜାର ଡେଇଁଲା

ସେନସେକ୍ସ 51 ହଜାର ମାର୍କ ଡେଇଁଥିଲାବେଳେ ଆଜି ନିଫ୍ଟି 15 ହଜାର ପଏଣ୍ଟ ଉପରକୁ ଯାଇଛି । ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ବଜାର ଧାରଣା ମଜବୁତ ହୋଇଛି । ଅଧିକ ପଢନ୍ତୁ..

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆକ୍ସିସ ବ୍ୟାଙ୍କ ଓ ଟିସିଏସର ସେୟାରରେ ଲାଭ ଯୋଗୁଁ ଗୁରୁବାର ସେନସେକ୍ସ ଓ ନିଫ୍ଟି ଉଛୁଳିଛି । ସେନସେକ୍ସ 51 ହଜାର ମାର୍କ ଡେଇଁଥିଲାବେଳେ ଆଜି ନିଫ୍ଟି 15 ହଜାର ପଏଣ୍ଟ ଉପରକୁ ଯାଇଛି । ବୈଶ୍ବିକ ବଜାରରେ ସକରାରତ୍ମକ ସଙ୍କେତ ମଧ୍ୟରେ ବଜାର ଧାରଣା ମଜବୁତ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 257.62 ପଏଣ୍ଟ ବୃଦ୍ଧି ହୋଇ 51,039.31 ପଏଣ୍ଟ ରହିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 115.35 ପଏଣ୍ଟ ବଢି 15,097.35 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସ କମ୍ପାନୀ ମଧ୍ୟରେ ଏନଟିପିସି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇଣ୍ଡସଇଣ୍ଡ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ପାୱରଗ୍ରୀଡ ସେୟାର ମଧ୍ୟ ଲାଭରେ ରହିଛି । ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ, ନେସଲେ ଇଣ୍ଡିଆ , ଏଲ ଆଣ୍ଡ ଟି, କୋଟାକ ବ୍ୟାଙ୍କ ଏବଂ ଟାଇଟନ ସେୟାର ତଳମୁହାଁ ରହିଛି । ରିଲାଏନ୍ସ ସିକ୍ୟୁରିଟିଜର ପ୍ରମୁଖ ଏକ୍ସପର୍ଟ ବିନୋଦ ମୋଦି କହିଛନ୍ତି କି, ‘‘ ଘରୋଇ ସେୟାର ବଜାରରେ ଲଗାତାର ତୃତୀୟ ଦିନରେ ବୃଦ୍ଧି ଆସିଛି । ଆଉ ନିଫ୍ଟି 15000 ପଏଣ୍ଟ ପାର କରିଛି । ବୈଶ୍ବିକ ବଜାରରେ ମଜବୁତ ସଙ୍କେତ ଓ ଫେଡରାଜ ରିଜର୍ଭ ଚେୟାରମ୍ୟାନ ଜେରୋମ ପାୱେଲଙ୍କ ଅନୁକୂଳ ମନ୍ତବ୍ୟ ପରେ ବଜାରକୁ ବଳ ମିଳିଛି ।

ଏଥିମଧ୍ୟରେ ବୈଶ୍ବିକ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ 0.50 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 66.51 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.