ETV Bharat / business

ଚିତପଟାଙ୍ଗ ସେୟାର ବଜାର, 414 ପଏଣ୍ଚ ଖସିଲା ସେନସେକ୍ସ

author img

By

Published : Jun 9, 2020, 7:12 PM IST

Sensex falls 414 points to close at 33,957
ଚିତପଟ୍ଟାଙ୍ଗ ସେୟାର ବଜାର, 414 ପଏଣ୍ଚ ଖସିଲା ସେନସେକ୍ସ

ତଳମୁହାଁ ସେୟାର ସୂଚକାଙ୍କ । ସେନସେକ୍ସ 414 ପଏଣ୍ଟ ହ୍ରାସ ପାଇ 33,957ରେ ଓ ନିଫ୍ଟି 121 ପଏଣ୍ଚ ଖସି 10,047ରେ କାରବାର ବନ୍ଦ କରିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ମଙ୍ଗଳବାର ଘରୋଇ ସେୟାର ବଜାରରେ ଦେଖିବାକୁ ମିଳିଛି ବଡ ଧରଣର ହ୍ରାସ । ଚିତପଟାଙ୍ଗ ସେନସେକ୍ସ ଓ ନିଫ୍ଟି । ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେୟାର ତଳମୁହାଁ ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 414 ପଏଣ୍ଟ ହ୍ରାସ ପାଇ 33,957ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 121 ପଏଣ୍ଚ ଖସି 10,047ରେ କାରବାର ବନ୍ଦ କରିଛି । ବିଏସଇ ମିଡକ୍ୟାପ ଇଣ୍ଡେକ୍ସ ଏକ-ଚତୁର୍ଥାଂଶ ଓ ସ୍ମଲକ୍ୟାପ ଇଣ୍ଡେକ୍ସ 1 ପ୍ରତିଶତ ପର୍ଯ୍ୟନ୍ତ ଖସି ବନ୍ଦ ହୋଇଛି ।

ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସବୁଜ ସଙ୍କେତରେ କରବାର କରୁଥିବା ବଜାରରେ ପୁଣି ହ୍ରାସର ଝଲକ ଦେଖିବାକୁ ମିଳିଛି । ନିକଟ ଭବିଷ୍ୟରେ ବଜାରର ସ୍ଥିତି ଦୁର୍ବଳ ହୋଇପାରେ ।

ନିଫ୍ଟିର 50 ଇଣ୍ଡେକ୍ସର 13 ସେୟାର ସବୁଜ ଓ 37 ସେୟାର ନାଲି ସଙ୍କେତର ସବ କାରବାର ଶେଷ କରିଛି । ସେପେଟ ସେନସେକ୍ସର 8ଟି ସେୟାର ବଢିଥିଲା ବେଳେ 22 ସେୟାର ନିରାଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.