ETV Bharat / business

ବିଶ୍ବ ବଜାରରେ ଦୁର୍ବଳ ସଙ୍କେତ: 10 ହଜାର ତଳେ ନିଫ୍ଟି

author img

By

Published : Jun 11, 2020, 6:43 PM IST

sensex  fall
10 ହଜାର ତଳେ ନିଫ୍ଟି

ଗୁରୁବାର ପ୍ରବଳ କ୍ଷତି ସହ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ସେନସେକ୍ସ 708 ପଏଣ୍ଟ ଖସିଥିଲା ବେଳେ ନିଫ୍ଟି 10 ହଜାରରୁ ତଳକୁ ହ୍ରାସ ପାଇଛି । ଅଧିକ ପଢନ୍ତୁ...

ମୁମ୍ବାଇ: ବୈଶ୍ବିକ ସ୍ତରରେ ଦୁର୍ବଳ ସଙ୍କେତ ଯୋଗୁଁ ଘରୋଇ ବଜାରରେ ସେୟାର ସୂଚକାଙ୍କ ତଳମୁହାଁ । ଗୁରୁବାର ପ୍ରବଳ କ୍ଷତି ସହ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ସେନସେକ୍ସ 708 ପଏଣ୍ଟ ଖସିଥିଲା ବେଳେ ନିଫ୍ଟି 10 ହଜାର ତଳେ ରହିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 708.68 ପଏଣ୍ଟ ହ୍ରାସ ପାଇ 33,538.37ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 214.15 ପଏଣ୍ଟ କ୍ଷତି ସହ 9,902ରେ କାରବାର ଶେଷ କରିଛି ।

ସେନସେକ୍ସ ମଧ୍ୟରେ ଏସବିଆଇ ସେୟାର ସବୁଠାରୁ ଅଧିକ 5 ପ୍ରତିଶତ ହ୍ରାସ ପାଇଛି । ସନଫାର୍ମା, ମାରୁତି, ବଜାଜ ଫାଇନାନ୍ସ, , ଟାଟା ଷ୍ଟିଲ, ଏକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ସେୟାର ମଧ୍ୟ ତଳକୁ ଖସିଛି । ଅନ୍ୟପଟେ ଇଣ୍ଡସଇଣ୍ଡ ବ୍ୟାଙ୍କ, ହିରୋ ମୋଟକପ, ପାୱରଗ୍ରୀଡ ସେୟାର ଲାଭରେ ରହିଛି ।

ଅର୍ଥବ୍ୟବସ୍ଥା ସୁଧାରରେ ବିଳମ୍ବ ନେଇ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସଙ୍କେତ ଦେବା ପରେ ବୈଶ୍ବିକ ବଜାରରେ ନକରାତ୍ମକ ପ୍ରଭାର ଦେଖାଦେଇଛି । ଯାହା ଫଳରେ ଘରୋଇ ବଜାର ହ୍ରାସ ସହ ବନ୍ଦ ହୋଇଛି ।

ଅନ୍ୟରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 40.54 ଡଲାର ରହିଛି । ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 20 ପଇସା ହ୍ରାସ ପାଇ 75.79 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.