ETV Bharat / business

ବଜେଟ ପରେ ମହଙ୍ଗା ମାଡ,ବଢିଲା ଗ୍ୟାସ ସିଲିଣ୍ଡର ଦାମ

author img

By

Published : Feb 4, 2021, 3:38 PM IST

ବଜେଟ ପରେ ମହଙ୍ଗା ମାଡ, ବଢିଲା  ଗ୍ୟାସ ସିଲିଣ୍ଡର ଦାମ
ବଜେଟ ପରେ ମହଙ୍ଗା ମାଡ, ବଢିଲା ଗ୍ୟାସ ସିଲିଣ୍ଡର ଦାମ

ବଢିଲା ଚିନ୍ତା । ବୃଦ୍ଧି ହେଲା ଏଲପିଜି ଦାମ । ଜାଣନ୍ତୁ ନୂଆ ରେଟ, ଯାହାକୁ ଆଜିଠୁ ଆପଣଙ୍କୁ ଦେବାକୁ ପଡିବ ...

ନୂଆଦିଲ୍ଲୀ: 2021-22 ବଜେଟ ପରେ ହାଣ୍ଡିଶାଳରେ ଲାଗିଲା ମହଙ୍ଗା ନିଆଁ । ଚିନ୍ତାରେ ଉପଭୋକ୍ତା, ବିଗିଡିଲା ପାରିବାରିକ ବଜେଟ । ଆଜିଠୁ ବୃଦ୍ଧି ହୋଇଛି ରନ୍ଧନ ଗ୍ୟାସ ଦାମ । ଦେଶର ସବୁଠୁ ବଡ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମଟେଡ (ଆଇଓସିଏଲ) ବଢାଇଛି ସିଲିଣ୍ଡର ଗ୍ୟାସ ଦାମ ।

ଆଇଓସିଏଲର ୱେବସାଇଡ ଅନୁସାରେ ନନ-ସବସିଡି ଗ୍ୟାସର ଦାମ 25 ଟଙ୍କା ବଢିଛି । ନୂଆ ଦର ଆଜିଠୁ ଅର୍ଥାତ ଫେବୃଆରୀ 4ରୁ ଲାଗୁ ହୋଇଛି । ସଦ୍ୟ ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀରେ 14.2 କିଲୋ ରନ୍ଧନ ଗ୍ୟାସ ଦାମ 719 ଟଙ୍କା ରହିଛି । ସେହିପରି କୋଲକତାରେ ସିଲିଣ୍ଡର ଦାମ 15 ଟଙ୍କା ବଢିବା ପରେ 14 କିଲୋର ଗ୍ୟାସ ଦାମ 745.50 ଟଙ୍କାରେ ପହଞ୍ଚିଛି । ସେପଟେ ମୁମ୍ବାଇରେ ମଧ୍ୟ ଏହା ବୃଦ୍ଧି ହୋଇ 719 ଟଙ୍କା ଓ ଚେନ୍ନାଇରେ 735 ଟଙ୍କା ଅଛି ।

ସେହିଭଳି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦାମ (19 କିଲୋ) ମଧ୍ୟ 1349 ଟଙ୍କାରୁ ବଢି 1533 ଟଙ୍କା ରହିଛି । ଏହାର ଦାମ ପ୍ରତି ସିଲିଣ୍ଡର 189 ଟଙ୍କା ବଢିଛି ।

ଜାନୁଆରୀ ମାସରେ ସିଲିଣ୍ଡର ଦାମ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ତେବେ ଡିସେମ୍ବର ମାସରେ ସିଲିଣ୍ଡର ଦାମ 2 ଥର ବଢିବା ପରେ ଦିଲ୍ଲୀରେ ରନ୍ଧନ ଗ୍ୟାସ ଦାମ ପ୍ରତି 100 ଟଙ୍କା ବଢିଥିଲା ।

ତୈଳ ବିତରଣ କମ୍ପାନୀ ସାଧାରଣତଃ ଅନ୍ତରାଷ୍ଟ୍ରୀୟ ବଜାରର ଏଲପିଜି ଦାମକୁ ଦୃଷ୍ଟିରେ ରଖି ଘରୋଇ ବଜାରରେ ହ୍ରାସ-ବୃଦ୍ଧି କରିଥିଲା । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦାମ ଉପରେ ମଧ୍ୟ ସିଲିଣ୍ଡର ଦାମ ବୃଦ୍ଧି-ହ୍ରାସ ନିର୍ଭରଶୀଳ । ତେବେ ପ୍ରାୟଃ ସବୁ ମାସ ଆରମ୍ଭରେ ସିଲିଣ୍ଡର ଦାମରେ ସଂଶୋଧନ ହୋଇଥାଏ । କିନ୍ତୁ ଚଳିତ ମାସରେ ବଜେଟ ଅଧିବେଶନ ଚାଲିଥିବା ବେଳେ ମଝିରେ ଏଭଳି ନିଷ୍ପତ୍ତି ନେଇଛି କମ୍ପାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.