ETV Bharat / business

ଲଗାତାର 5 ଦିନ ଖସିଲା ସୁନା ଦାମ

author img

By

Published : Feb 5, 2021, 8:50 PM IST

ଲଗାତାର 5 ଦିନ ଖସିଲା ସୁନା ଦାମ
ଲଗାତାର 5 ଦିନ ଖସିଲା ସୁନା ଦାମ

ଲଗାତାର 5 ଦିନ ଧରି ସୁନା ଦାମ କମିଛି । ସେପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ବଢିଛି । କିନ୍ତୁ ରୂପା ଦାମ ଆଜି ବୃଦ୍ଧି ହୋଇ କିଲୋ ପ୍ରତି 67 ହଜାର ଟଙ୍କା ଟପିଛି ।

ନୂଆଦିଲ୍ଲୀ: ଆଜି ମଧ୍ୟ ହ୍ରାସ ହୋଇଛି ସୁନା ଦାମ । ଏହାକୁ ମିଶାଇ ଲଗାତାର 5 ଦିନ ଧରି ସୁନା ଦାମ କମିଛି । ସେପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ବଢିଛି । କିନ୍ତୁ ରୂପା ଦାମ ଆଜି ବୃଦ୍ଧି ହୋଇ କିଲୋ ପ୍ରତି 67 ହଜାର ଟଙ୍କା ଟପିଛି ।

ଶୁକ୍ରବାର ସୁନା ଦାମ 10 ଗ୍ରାମ ପ୍ରତି 163 ଟଙ୍କା ହ୍ରାସ ହୋଇ 46,738 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏନେଇ ସୂଚନା ଦେଇଛି । ପୂର୍ବ କାରବାର ଦିବସରେ ମୂଲ୍ୟବନ ଧାତୁ ସୁନା 10 ଗ୍ରାମ ପ୍ରତି 46,901 ଟଙ୍କାରେ ବନ୍ଦ ହୋଇଥଲା । ସେହିପରି ଆଜି ରୂପା ଦାମ କିଲୋ ପିଛା 530 ଟଙ୍କା ବୃଦ୍ଧି ହୋଇ 67,483 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ପୂର୍ବ କାରବାରରେ ଏହା କିଲୋ ପ୍ରତି 66,953 ଟଙ୍କା ଥିଲା ।

ଡଲାର ତୁଳନାରେ ଟଙ୍କା 3 ପଇସା ଉଛୁଳି 72.93 ଟଙ୍କାରୁ କାରବାର ଆରମ୍ଭ କରିଥିଲା । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବୃଦ୍ଧି ହୋଇ ଆଉନ୍ସ ପ୍ରତି 1,810 ଡଲାର ରହିଥିଲା ବେଳେ ରୂପା 26.71 ଡଲାରରେ ସ୍ଥିର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.