ETV Bharat / business

ସୁନା ଦାମରେ ବଡ ହ୍ରାସ, 1274 ଟଙ୍କା କମିଲା ରୂପା

author img

By

Published : Feb 17, 2021, 6:14 PM IST

ସୁନା ଦାମରେ ବଡ ହ୍ରାସ, 1274 ଟଙ୍କା କମିଲା  ରୂପା
ସୁନା ଦାମରେ ବଡ ହ୍ରାସ, 1274 ଟଙ୍କା କମିଲା ରୂପା

ସୁନା ଓ ରୂପା ଦାମରେ ବଡ ହ୍ରାସ । ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ କମିବା ପରେ ଘରୋଇ ବଜାରରେ ଏହାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବୈଶ୍ବିକ ସ୍ତରରେ ବହୁ ମୂଲ୍ୟ ଧାତୁ ଦାମ ହ୍ରାସ ପରେ ଘରୋଇ ବଜାରରେ ଖସୁଛି ସୁନା ଦାମ । ରୂପା ଦାମ ମଧ୍ୟ ବୁଧବାର କମିଛି । ଲଗାତାର ଭାବେ ସୁନା ଦାମ ଖସୁଛି ।

ବିବାହ ସିଜନ ଜାରି ରହିଥିବାବେଳେ ସୁନା ଦାମ ହ୍ରାସ ଗହଣା ପ୍ରେମୀଙ୍କୁ ଆଶ୍ବସ୍ତି ଦେଇଛି । ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 717 ଟଙ୍କା ହ୍ରାସ ହୋଇ 46,102 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ଏହା ପୂର୍ବରୁ ମଙ୍ଗଳବାର ସୁନା ଦାମ ସାମାନ୍ୟ କମି 46,819 ଟଙ୍କାରେ ବନ୍ଦ ହୋଇଥିଲା ।

ସେହିଭଳି ଆଜି ରୂପା ମଧ୍ୟ କିଲୋ ପିଛା 1,274 ଟଙ୍କା ହ୍ରାସ ହୋଇ 68,239 ଟଙ୍କା ରହିଛି । ଯାହାକି ମଙ୍ଗଳବାର 95 ଟଙ୍କା ବଢି କିଲୋ ପ୍ରତି 69,513 ଟଙ୍କା ରହିଥିଲା ।

ଏଚଡିଏଫସି ସିକ୍ୟୁରିଟିର ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି କି, ‘‘ ସୁନାର ବୈଶ୍ବିକ ଦାମରେ ହ୍ରାସ ଯୋଗୁଁ ଦିଲ୍ଲୀରେ 24 କ୍ୟାରେଟ ସୁନାର ଫ୍ୟୁଚର ଦାମରେ 717 ଟଙ୍କା କମିଛି । ’’ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ହ୍ରାସ ସହ ଆଉନ୍ସ ପ୍ରତି 1,786 ଟଙ୍କା ଅଛି । ଯେତେବେଳେ କି ରୂପା ଆଉନ୍ସ ପିଛା 27.10 ଡଲାରରେ ଅପରିବର୍ତ୍ତିତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.