ETV Bharat / business

ଧସିଲା ପୁଞ୍ଜି ବଜାର: ଆରମ୍ଭରୁ ୭୦୬.୨୫ ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Jan 21, 2022, 10:07 AM IST

ଧସିଲା ପୁଞ୍ଜି ବଜାର: ଆରମ୍ଭରୁ ୭୦୬.୨୫ ପଏଣ୍ଟ ଖସିଲା ସେନସେକ୍ସ
ଧସିଲା ପୁଞ୍ଜି ବଜାର: ଆରମ୍ଭରୁ ୭୦୬.୨୫ ପଏଣ୍ଟ ଖସିଲା ସେନସେକ୍ସ

ଘରୋଇ ପୁଞ୍ଜି ବଜାରରେ ବଳବତ୍ତର ରହିଛି ହ୍ରାସ ଧାରା । ଆଜି ବି ନାଲି ସଙ୍କେତରେ ଖୋଲିଲା ବଜାର । ଆରମ୍ଭରୁ ସେନସେକ୍ସରେ ୭୦୬.୨୫ ପଏଣ୍ଟ ହ୍ରାସ । ଅଧିକ ପଢନ୍ତୁ

ମୁମ୍ବାଇ: ଆରମ୍ଭରୁ ଧସିଲା ପୁଞ୍ଜି ବଜାର । ଚଳିତ ସପ୍ତାହ ପ୍ରାରମ୍ଭରୁ ଘରୋଇ ପୁଞ୍ଜି ବଜାରରେ ହ୍ରାସ ଧାରା ଲାଗି ରହିଛି । ଆଜି(ଶୁକ୍ରବାର) ମଧ୍ୟ ନାଲି ସଙ୍କେତ(equity indices open in red) ସହ ଖୋଲିଛି ଇକ୍ବିଟି ସୂଚକାଙ୍କ । କାରବାର ଆରମ୍ଭରୁ ସେନସେକ୍ସ ୭୦୬.୨୫ ପଏଣ୍ଟ ହ୍ରାସ ପାଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୨୦୩.୫୦ ପଏଣ୍ଟ ଖସିଛି ।

ଆଜି ସକାଳ ୯ଟା ୨୦ ମିନିଟ୍ ସମୟରେ 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ (Sensex) ୭୦୬.୨୫ ପଏଣ୍ଟ ବା ୧.୧୯ ପ୍ରତିଶତ ହ୍ରାସ ଘଟି ୫୮୭୫୮.୩୭ରେ ରହିଛି । ସମାନ ଭାବେ 30 ସେୟାର ଆଧାରିତ ଏନଏସଇ(NSE) ନିଫ୍ଟି ମଧ୍ୟ ୨୦୩.୫୦ ପଏଣ୍ଟ ବା ୧.୧୫ ପ୍ରତିଶତ ହ୍ରାସ ସହ ୧୭୫୫୩.୫୦ ପଏଣ୍ଟରେ କାରବାର କରୁଛି ।

ଉଲ୍ଲେଖଯୋଗ୍ୟ, ସୋମବାର ପରଠାରୁ ବଜାର କାରବାର ମାନ୍ଦା ଚାଲିଛି । ମଙ୍ଗଳବାରଠୁ କ୍ରମାଗତ ଚାରି ଦିନ ଧରି ଘରୋଇ ପୁଞ୍ଜି ବଜାର ଧରାଶାୟୀ ରହିଛି । ଗୁରୁବାର କାରବାରରେ ସେନସେକ୍ସ ୬୩୪ ପଏଣ୍ଟରୁ ଅଧିକ ହ୍ରାସ ଘଟି ୫୯,୪୬୪.୬୦ ପଏଣ୍ଟରେ କାରବାର ଶେଷ କରିଥିଲା । ନିଫ୍ଟିରେ ମଧ୍ୟରେ ୧୮୧.୪ ପଏଣ୍ଟରୁ ଅଧିକ ହ୍ରାସ ଆସି ୧୭,୭୫୭ ପଏଣ୍ଟରେ କାରବାର ବନ୍ଦ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.