ETV Bharat / business

ପେଟ୍ରୋଲ ଦାମ 100: ପିଏମ କହିଲେ ଆଗାମୀ ପ୍ଲାନ

author img

By

Published : Feb 17, 2021, 9:47 PM IST

ପେଟ୍ରୋଲ ଦାମ 100 : ପିଏମ କହିଲେ ଆଗାମୀ ପ୍ଲାନ
ପେଟ୍ରୋଲ ଦାମ 100 : ପିଏମ କହିଲେ ଆଗାମୀ ପ୍ଲାନ

2019-20ରେ ଭାରତ ଏହାର ଘରୋଇ ଚାହିଦାକୁ ପୂରଣ କରିବା ପାଇଁ 85 ପ୍ରତିଶତ ତେଲ ଓ 53 ପ୍ରତିଶତ ଗ୍ୟାସ ଆମଦାନୀ କରିଛି । ଆଉ ଆମଦାନୀ ନିର୍ଭରତା ବଢୁଥିବାରୁ ଘରୋଇ ବଜାରରେ ଆକଶଛୁଆଁ ତେଲ ଦାମ । ତେବେ କିଭଳି କମିବ ଆମଦାନୀ...କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆକାଶଛୁଆଁ ପେଟ୍ରୋଲ ଓ ଡିଜେଲ ଦାମ । ବୁଧବାର ପ୍ରଥମ ଥର ଶତକ ପାର କରିଛି ତେଲ । ଏଭଳି ସମୟରେ ପୂର୍ବ ସରକାର (ୟୁପିଏ) କୁ ଆକ୍ଷେପ କରି ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି କହିଛନ୍ତି କି , ମଧ୍ୟମବର୍ଗଙ୍କୁ ଏଭଳି କଠିନ ପରିସ୍ଥିତି ସାମ୍ନା କରିବାକୁ ପଡିନଥାନ୍ତା, ଯଦି ପୂର୍ବତନ ସରକାର ଉର୍ଜା ଆମଦାନୀ ଉପରେ ନିର୍ଭରତା କମ କରିଥାନ୍ତା । ଇନ୍ଧନ ଦାମରେ ଲଗାତାର ବୃଦ୍ଧି ପ୍ରସଙ୍ଗ ନ ଉଠାଇ ମୋଦି ଜଣାଇଛନ୍ତି କି, 2019-20ରେ ଭାରତ ଏହାର ଘରୋଇ ଚାହିଦାକୁ ପୂରଣ କରିବା ପାଇଁ 85 ପ୍ରତିଶତ ତେଲ ଓ 53 ପ୍ରତିଶତ ଗ୍ୟାସ ଆମଦାନୀ କରିଛି ।

ତାମିଲନାଡୁରେ ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ- ନାଗାପାଟ୍ଟିନମ୍‌- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ ପାଇପଲାଇନର ରାମନାଥପୁରମ୍-ଥୋଥୁକୁଡି ବିଭାଗର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି କି, ‘କଣ ଆମକୁ ଆମଦାନୀ ଉପରେ ଏତେ ନିର୍ଭର ହେବା ଦରକାର ? ମୁଁ କାହାର ଆଲୋଚନା କରୁନାହିଁ । କିନ୍ତୁ କହିବାକୁ ଚାହେଁ କି ଯଦି ଆମେ ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେଇଥାନ୍ତେ, ତେବେ ଆମ ମଧ୍ୟବିତ୍ତ ଶ୍ରେଣୀକୁ ବୋଝ ଉଠାଇବାକୁ ପଡିନଥାନ୍ତା । ସ୍ବଚ୍ଛ ଓ ସବୁଜ ଉର୍ଜାର ସ୍ରୋତ ଦିଶାରେ କାମ କରିବା ଓ ଉର୍ଜା ନିର୍ଭରତା କମ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ’

କିଭଳି କମିବ ଆମଦାନୀ ?

ଦେଶରେ ପେଟ୍ରୋଲ ଦାମ ଆଜି ପ୍ରଥମ ଥର 100 ଟଙ୍କା ପାର କରିଛି । ରାଜସ୍ଥାନରେ ପେଟ୍ରୋଲ ଦାମ ଶତକ ଡେଇଁଥିବା ବେଳେ ମଧ୍ୟପ୍ରଦେଶରେ ଏହା 100 ଟଙ୍କା ନିକଟତର ରହିଛି । ଆଉ ଏହାର କାରଣ ହେଉଛି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବୃଦ୍ଧି । ଭାରତ ତେଲ ଉପଯୋଗ ପାଇଁ ଅନ୍ତରାଷ୍ଟ୍ରୀୟ ବଜାର ଉପରେ ନିର୍ଭରଶୀଳ । ଏଣୁ ଏ ନେଇ ମୋଦି କହିଛନ୍ତି କି , ତାଙ୍କ ସରକାର ମଧ୍ୟବିତ୍ତଙ୍କ କଠିନତା ପ୍ରତି ସମ୍ବେଦନଶୀଳ । ତଥା ଭାରତରେ ଏବେ କୃଷକ ଓ ଉପଭୋକ୍ତାଙ୍କ ସହଯୋଗ କରିବା ପାଇଁ ଇଥାଇନେଲ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଉଛି ।

ଆଖୁରୁ ବାହୁରୁଥିବା ଇଥାଇନେଲ ଆମଦାନୀକୁ ହ୍ରାସ କରିବାରେ ସହଯୋଗ କରିବ । ଆଉ କୃଷକଙ୍କ ଆୟର ଏକ ବିକଳ୍ପ ମଧ୍ୟ ହେବ । ମୋଦି ଜଣାଇଛନ୍ତି କି ସରକାର ଉର୍ଜାର ଅକ୍ଷୟ ତ୍ସୋତ ଉପରେ ଧ୍ୟାନ ଦେଉଛନ୍ତି । 2030 ସୁଦ୍ଧା ଦେଶରେ 40 ପ୍ରତିଶତ ଉର୍ଜା ଉତ୍ପାଦନ ଲକ୍ଷ୍ୟ ରହିଛି । ପ୍ରାୟ 6.52 କୋଟି ଟନ ପେଟ୍ରୋଲିୟମ ଉତ୍ପାଦର ଆମଦାନୀ କରାଯାଇଛି । ଏହି ସଂଖ୍ୟା ଆହୁରୀ ବଢିବା ଆଶା ରହିଛି । ଆମ କମ୍ପାନୀ ଗୁଣବତ୍ତା ଥିବା ତେଲ ଓ ଗ୍ୟାସ ସମ୍ପତ୍ତିର ଅଧିଗ୍ରହଣରେ ବିଦେଶରେ ନିବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.