ETV Bharat / business

ସମ୍ଭାଳିଲା ବଜାର, ଖସିଲା ମାରୁତି ସୁଜୁକି ସେୟାର

author img

By

Published : Sep 4, 2019, 7:51 PM IST

ପ୍ରତିକାତ୍ମକ ଫଟୋ

ଉଠାଣି ଗଡାଣୀ ଭିତରେ ବୁଧବାର ସାମାନ୍ୟ ଅଭିବୃଦ୍ଧି ସହ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ହେଲେ ଦେଶର ବୃହତ୍ତମ କାର ନିର୍ମତା କମ୍ପାନୀ ମାରୁତି ସୁଜୁକିର ସେୟାର 4 ପ୍ରତିଶତ ଖସିଛି।

ମୁମ୍ବାଇ: ଗତ କାରବାରୀ ଦିନର ଭାରୀ ହ୍ରାସ ପରେ ଅଣ୍ଟା ସଳଖିଛି ଭାରତୀୟ ସେୟାର ବଜାର। ଉଠାଣି ଗଡାଣୀ ଭିତରେ ବୁଧବାର ସାମାନ୍ୟ ଅଭିବୃଦ୍ଧି ସହ ବନ୍ଦ ହୋଇଛି ବଜାର । ହେଲେ ଦେଶର ବୃହତ୍ତମ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକିର ସେୟାର 4 ପ୍ରତିଶତ ଖସିଛି।

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 162ପଏଣ୍ଟ ବଢି 36,724.74 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 47 ପଏଣ୍ଟର ଅଭିବୃଦ୍ଧି ସହ 0,844.65 ରେ ବନ୍ଦ ହୋଇଛି।

ପ୍ରକାଶ ଥାଉ ଯେ, ବିଶ୍ବ ମାନ୍ଦାବସ୍ଥା ଆଶଙ୍କା ଓ ଆମେରିକା -ଚୀନ ବାମିଝ୍ୟକ ଯୁଦ୍ଧ ଯୋଗୁଁ ମଙ୍ଗଳବାର ବଜାର ବେହାଲ ହୋଇପଡିଥିଲା । ସେନସେକ୍ସ 770 ପଏଣ୍ଟ ଖସିଥିବା ବେଳେ ନିଫ୍ଟି 226 ପଏଣ୍ଟ କମିଥିଲା । ଫଳରେ ନିବେଶକଙ୍କୁ ପ୍ରାୟ 25 ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।


ତେବେ ବୁଧବାର କାରବାର ଶେଷରେ ଏୟାରଟେଲ ସେୟାରରେ ସର୍ବାଧିକ 2.97 ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହା ବ୍ୟତୀତ ଏସବିଆଇ ସେୟାରରେ 2.46 ପ୍ରତିଶତ ଓ ଟାଟା ଷ୍ଟିଲରେ 2.40 ପ୍ରତିଶତ ବୃଦ୍ଧି ପରିଲିଖିତ ହୋଇଛି । ସେହିଭଳି ବେଦାନ୍ତ , ଏନଟିପିସି, ଏଚଡିଏଫସି ବ୍ୟାଙ୍କ, ଏଚସିଏଲ, ଓଏନଜିସି ଓ ଆଇସିଆଇସିଆଇ ବ୍ୟାଙ୍କ ଆଦି ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଛି ।


ଏପଟେ ମାରୁତି ସୁଜୁକି ଇଣ୍ଡିଆ ହରିୟାନାର ଗୁରୁଗ୍ରାମ ଓ ମାନେସର ପ୍ଲାଣ୍ଟରେ ଦୁଇ (7 ଓ 9 ସେପ୍ଟମ୍ବର) ଦିନ ଉତ୍ପାଦନ ବନ୍ଦ ରଖିବାକୁ ଘୋଷଣା କରିଛି । ଏନେଇ କମ୍ପାନୀ ସେୟାର ପ୍ରାୟ 4 ପ୍ରତିଶତ ହ୍ରାସ ପାଇଛ।

Intro:Body:

BLANK FOR LINK  


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.