ETV Bharat / business

କମିଲା ଗ୍ୟାସ ସିଲିଣ୍ଡର ଦାମ

author img

By

Published : Apr 1, 2020, 6:24 PM IST

lpg cylinder prices slashed by rs 61 dot 5 delhi and rs 61 in mumbai
କମିଲା ଗ୍ୟାସ ସିଲିଣ୍ଡର ଦାମ

ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଖସିଲା ରନ୍ଧନ ଗ୍ୟାସ ଦାମ । ବୁଧବାର ଅଣସବସିଡି ଏଲପିଜି ଦର ଦିଲ୍ଲୀରେ 61 ଟଙ୍କା ହ୍ରାସ ପାଇଛି ।

ନୂଆଦିଲ୍ଲୀ. ଲକଡାଉନ ମଧ୍ୟରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି ପେଟ୍ରୋଲିୟମ କମ୍ପାନୀ । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଖସିଲା ରନ୍ଧନ ଗ୍ୟାସ ଦାମ । ବୁଧବାର ଅଣ-ସବସିଡି ଏଲପିଜି ଦର 61 ଟଙ୍କା ହ୍ରାସ ପାଇଛି ।

ନୂଆ ଦର ଲାଗୁ ପରେ ଦିଲ୍ଲୀରେ 14.2 କିଲୋ ସିଲିଣ୍ଡର ଦାମ 61 ଟଙ୍କା କମି 744 ଟଙ୍କାକୁ ଖସିଛି । ସେହିପରି କୋଲକାତା, ମୁମ୍ବାଇ ଓ ଚେନ୍ନାଇ ଭଳି ପ୍ରମୁଖ ସହରରେ ସିଲିଣ୍ଡର ଦାମ ଯଥାକ୍ରମେ 65, 62,64.40 ଟଙ୍କା ଲେଖାଏଁ ହ୍ରାସ ପାଇ କ୍ରମଶଃ 774, 714.50, 761.50 ଟଙ୍କା ରହିଛି । ଏପ୍ରିଲ ପହିଲାରୁ ନୂଆ ଦର ଲାଗୁ ।

ସେହିପରି 19 କିଲୋର କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ହ୍ରାସ ପାଇଁ କ୍ରମଶଃ 96 ଟଙ୍କା, 101.50 , 96.50 ଓ 99.50 ଟଙ୍କା ଖସି 1,285.50 , 1,348.50 , 1,234.50 ଓ 1,402 ଟଙ୍କାରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.