ETV Bharat / business

ସ୍ବଦେଶୀ ହେବ ଟେଲିକମ ଉପକରଣ, ଖର୍ଚ୍ଚ ହେବ 12 ହଜାର କୋଟି

author img

By

Published : Feb 17, 2021, 7:39 PM IST

ସ୍ବଦେଶୀ ହେବ ଟେଲିକମ ଉପକରଣ , ଖର୍ଚ୍ଚ ହେବ 12 ହଜାର କୋଟିସ୍ବଦେଶୀ ହେବ ଟେଲିକମ ଉପକରଣ , ଖର୍ଚ୍ଚ ହେବ 12 ହଜାର କୋଟି
ସ୍ବଦେଶୀ ହେବ ଟେଲିକମ ଉପକରଣ , ଖର୍ଚ୍ଚ ହେବ 12 ହଜାର କୋଟି

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଟେଲିକମ ଇକ୍ୟୁମେଣ୍ଟର ମ୍ୟାନୁଫେକ୍ଚରିଂ ପାଇଁ 12,195 କୋଟି ଟଙ୍କାର ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (PLI) ସ୍କିମକୁ ମଞ୍ଜୁରୀ ଦିଆଯାଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଦେଶରେ ବଢିବ ଟେଲିକମ ଇକ୍ୟୁମେଣ୍ଟର ମ୍ୟାନୁଫେକ୍ଚରିଂ । କେନ୍ଦ୍ର କ୍ୟାବିନେଟ 12195 କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କଡ ଇନିସେଟିଭ (PLI) ସ୍କିମକୁ ଦେଇଛନ୍ତି ମଞ୍ଜୁରୀ । କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଏ ନେଇ ସୂଚନା ଦେଇଛି ।

ମନ୍ତ୍ରୀମଣ୍ଡଳ ଏକ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି କି , ସରକାର ମ୍ୟାନୁଫେକ୍ଚରିଂ ପାଇଁ ଭାରତକୁ ଏକ ବୈଶ୍ବିକ ପାୱାର ହାଉସ ରୂପରେ ଆଗକୁ ବଢାଉଛନ୍ତି । ବ୍ୟବସାୟ ପାଇଁ ଦେଶରେ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି । ମନ୍ତ୍ରୀମଣ୍ଡଳ 12,195 କୋଟି ଟଙ୍କାର ଦୂରସଞ୍ଚାର ଉପକରଣ ନିର୍ମାଣ ପାଇଁ ପିଏଲଆଇ ଯୋଜନାକୁ ଅନୁମୋଦନ କରିଛି । ସରକାରଙ୍କ ଆଶା ରହିଛି କି, ଏହି ଯୋଜନା ଦ୍ବାରା ଆସନ୍ତା 5 ବର୍ଷରେ ଦେଶରେ 2,44,200 କୋଟି ଟଙ୍କାର ଉପକରଣ ଉତ୍ପାଦନ ହେବ ।

ତେବେ ସରକାର ଦେଶରେ ଲାପଟପ , ଟାବଲେଟ ଓ ପିସିର ଉତ୍ପାଦନକୁ ପ୍ରୋତ୍ସାହିତ ପାଇଁ ଶୀଘ୍ର ପିଏଲଆଇ ଯୋଜନା ଆଣିବେ ।

ସେହିଭଳି ପ୍ରସାଦ ଜଣାଇଛନ୍ତି କି ମୋବାଇଲ ମ୍ୟାନୁଫେକ୍ଚରିଂରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଏଣୁ ମୋବାଇଲ ସେକ୍ଟରରେ 34 ହଜାର କୋଟି ଟଙ୍କା ଦେଶରେ ନିବେଶ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.