ETV Bharat / business

ଭାରତରେ ଅନଲାଇନ ଷ୍ଟୋର ଖୋଲିବ ଆପଲ

author img

By

Published : Aug 26, 2020, 1:00 PM IST

Apple online store in India
Apple online store in India

ଆପଲ ସିଇଓ ଟିମ୍ କୁକ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆପଲ ଅନଲାଇନ ଷ୍ଟୋର୍ ଖୋଲିବା ନେଇ ଫେବୃଆରୀରେ କହିଛନ୍ତି। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଇଫୋନ ନିର୍ମାତା ଆମେରିକୀୟ କମ୍ପାନୀ ଆପଲ ଆସନ୍ତା ଦୁଇ ମାସରେ ଭାରତରେ ଏହାର ଅନଲାଇନ ଷ୍ଟୋର ଖୋଲିବାକୁ ପ୍ରସ୍ତୁତ ହେଉଛି। ମଙ୍ଗଳବାର ଏକ ସୂତ୍ରରୁ ଏହି ସୂଚନା ମିଳିଛି ।

ଏହି ଘଟଣା ସହ ଜଡିତ ସୂତ୍ରକୁ ଜଣାପଡିଛି କି, ଆପଲ ସେପ୍ଟେମ୍ବର-ଅକ୍ଟୋବରରେ ଏହାର ଅନଲାଇନ ଷ୍ଟୋର ଖୋଲିବାକୁ କାମ ଜାରି ରଖିଛି । ଆଗକୁ ପାର୍ବଣ ଆସୁଥିବାରୁ ସେହି ସମୟରେ ଏହାକୁ ଖୋଲିବାକୁ କମ୍ପାନୀର ଯୋଜନା ରହିଛି । ଯାହା ଫଳରେ ଦଶହରା ଓ ଦୀପାବଳୀ ସମୟରେ ଚାହିଦା ବଢିବା ସହ ଭଲ ପ୍ରଫିଟ ମିଳିବ ବୋଲି କମ୍ପାନୀ ଆଶା କରିଛି ।

ଏ ସମ୍ବନ୍ଧରେ କମ୍ପାନୀକୁ କରାଯାଇଥିବା ଇମେଲର ଜବାବ ମିଳିନାହିଁ । ତଥ୍ୟ ଅନୁଯାୟୀ ଆପଲ ସିଇଓ ଟିମ୍ କୁକ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆପଲ ଅନଲାଇନ ଷ୍ଟୋର୍ ଖୋଲିବା ନେଇ ଫେବୃଆରୀରେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.