ETV Bharat / business

37ତମ ଜିଏସଟି ବୈଠକ: ଶସ୍ତାରେ ହୋଟେଲ ରୁମ, ମହଙ୍ଗା ମୃଦୁ ପାନୀୟ

author img

By

Published : Sep 21, 2019, 1:30 PM IST

Updated : Sep 21, 2019, 3:32 PM IST

ଡିଜାଇନ ଫଟୋ

37ତମ ଜିଏସଟି ପରିଷଦର ବଡ ନିଷ୍ପତ୍ତି। ପଢନ୍ତୁ କଣ ହେଲା ଶସ୍ତା ? ଆଉ କଣ ମହଙ୍ଗା? ଏଥିରୁ କେତେ ଲାଭବାନ ହେବେ ଆପଣ...

ନୂଆଦିଲ୍ଲୀ: ଶସ୍ତା ହେବ ହୋଟଲ ରହଣୀ । ହୀରା, ରୂପା, ପ୍ଲାଟିନମ ଭଳି ଦାମୀ ପଥର ମୁଲ୍ୟ କମିବ । ନିର୍ଦ୍ଦିଷ୍ଟ ବର୍ଗର ପେଟ୍ରୋଲ ଓ ଡିଜେଲ ଗାଡି ଦାମ ମଧ୍ୟ ହ୍ରାସ ପାଇବ । ହେଲେ କଫି, କୋଲ୍ଡ୍ରି ଭଳି ମୃଦୁ ପାନୀୟ ମହଙ୍ଗା ହେବ। ଶୁକ୍ରବାର ଜିଏସଟି(ଦ୍ରବ୍ୟ ଓ ସେବା କର) ପରିଷଦର 37ତମ ବୈଠକରେ ଏନେଇ ଘୋଷଣା କରାଯାଇଛି ।

ମାନ୍ଦାବସ୍ଥା କବଳରୁ ଅର୍ଥବ୍ୟବସ୍ଥାକୁ ମୁକୁଳାଇବା ପାଇଁ ଶୁକ୍ରବାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଆରେ ବସିଥିବା ଜିଏସଟି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ହୋଟେଲ ଶିଳ୍ପ ଉପରେ ଫୋକସ କରାଯାଇ କର ନିର୍ଦ୍ଧାରଣ ହୋଇଛି । ତେବେ ଏହି ସଂଶୋଧିତ ଜିଏସଟି ହାରକୁ ଅକ୍ଟୋବର ପହିଲାରୁ ଲାଗୁ କରାଯିବ ।

ଦେଶରେ ଆତିଥ୍ୟ ସେବାକୁ ଅଥିକ ସୁଦୃଢ କରିବା ଲକ୍ଷ୍ୟରେ ହୋଟେଲ ରହିଣୀକୁ ଶସ୍ତା କରାଯାଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ଯେଉଁ ହୋଟେଲ ରୁମ ଦୈନିକ 7500ରୁ ଅଧିକ ଭଡା ନେଉଥିବା ତା ଉପରେ 18 ପ୍ରତିଶତ ଜିଏସଟି ଲାଗିବ । ପୂର୍ବରୁ ଏହା ଉପରେ 28 ପ୍ରତିଶତ କର ବସୁଥିଲା । ସେହିପରି ହଜାରରେ ଉର୍ଦ୍ଧ୍ବ 7500 ଟଙ୍କା ଭିତରେ ରହିଥିବା ରୁମ ଉପରେ 18 ପ୍ରତିଶତ ବଦଳରେ 12 ପ୍ରତିଶତ କର ଲାଗିବ ଏବଂ 1000ଟଙ୍କାରୁ କମ ହୋଟେଲ ରୁମ ଜିଏସଟି ଫ୍ରି ରହିବ।

ଏଥିସହ ପରିଷଦ ମୃଦୁ ପାନୀୟ(କଫି) ଉପରେ ଟିକସ ଦର 28 ପ୍ରତିଶତ କରିବା ସହ ସେସ ବାବଦକୁ 12 ପ୍ରତିଶତ ଲଗାଇବାକୁ ଘୋଷଣା ହୋଇଛି । ପୂର୍ବରୁ ଏହା ଉପରେ 18 ପ୍ରତିଶତ ଜିଏସଟି ଲାଗୁଥିଲା । ଏପରି ଭାବେ ପତ୍ର, ଫୁଲ ଆଦି ଜୈବିକ ସାମଗ୍ରୀରୁ ତିଆରି ଖଲି, ପ୍ଲେଟ ଆଦି ଉପରେ ଆଦୌ ଜିଏସଟି ଲାଗିବ ନାହିଁ । ବର୍ତ୍ତମାନ ଏଭଳି ସାମଗ୍ରୀ ଉପରେ 5 ପ୍ରତିଶତ ଜିଏସଟି ଦେବାକୁ ପଡୁଥିଲା । ଏହି ନିଷ୍ପତ୍ତି ଓଡିଶା ଭଳି ବହୁ ରାଜ୍ୟକୁ ଅଧିକ ଫାଇଦା ହେବ।

ସେପରି 10ରୁ 13 ସିଟ ରହିଥିବା 1200 ସିସିର ପେଟ୍ରୋଲ ଯାନବାହାନ ଉପରୁ କ୍ଷତିଭରଣା ସେସରୁ 1 ପ୍ରତିଶତ ହ୍ରାସ କରାଯାଇଥିବା ବେଳେ 15000 ସିସିର ଡିଜେଲ ଯାନରେ କ୍ଷତିଭରଣ ସେସ 3 ପ୍ରତିଶତକୁ ହ୍ରାସ ପାଇଛି । ଆଗରୁ ଏପରି ଯାନ ଉପରେ 28 ପ୍ରତିଶତ ଜିଏସଟି ଓ 15 ପ୍ରତିଶତ କ୍ଷତିପୂରଣ ସେସ ଲାଗୁଥିଲା।

Intro:Body:

BLANK FOR LINK 


Conclusion:
Last Updated :Sep 21, 2019, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.