ETV Bharat / briefs

ଜୁଆ ଆଡ୍ଡାରେ ଚଢାଉ; ୧.୮ ଲକ୍ଷ ଟଙ୍କା ଜବତ, ୮ ଗିରଫ

author img

By

Published : Aug 13, 2020, 9:47 AM IST

ଗିରିସୋଲା ଠାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ । 1 ଲକ୍ଷ ୮୦ ହଜାର ଟଙ୍କା ଜବତ କରିବା ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୧.୮ ଲକ୍ଷ ଟଙ୍କା ଜବତ, ୮ ଗିରଫ
ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୧.୮ ଲକ୍ଷ ଟଙ୍କା ଜବତ, ୮ ଗିରଫ

ବ୍ରହ୍ମପୁର: ଗିରିସୋଲା ଠାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ । 1 ଲକ୍ଷ ୮୦ ହଜାର ଟଙ୍କା ଜବତ କରିବା ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ଘଟଣା ସ୍ଥଳରୁ ପାଞ୍ଚୋଟି ମୋଟର ସାଇକେଲ ଓ ମୋବାଇଲ ଜବତ ହୋଇଛି । ତେବେ ଜୁଆ ଆଡ୍ଡାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଇଛି ।

ସେହିପରି ବ୍ରହ୍ମପୁର ପୋଲିସ ଜରଡା ଥାନା ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୨୧ ହଜାର ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ମହାମାରୀ କୋରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟଡଉନ ଆଦି କଟକଣା ସତ୍ତ୍ବେ ଜୁଆଡିମାନେ ଏହାକୁ ମାନୁନଥିବା ଦେଖାଯାଇଛି । କଟକଣା ନମାନି ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ପୋଲିସ ଏସବୁ ଜାଗାରେ ଚଢାଉ କରିଥିଲା ।



ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.