ETV Bharat / bharat

ପଞ୍ଜାବ କଂଗ୍ରେସରେ ବିଶୃଙ୍ଖଳା ସହ୍ୟ କରାଯିବ ନାହିଁ: ରାହୁଲ ଗାନ୍ଧୀ

author img

By

Published : Apr 11, 2022, 5:48 PM IST

ପଞ୍ଜାବ କଂଗ୍ରେସରେ ବିଶୃ୍ଙ୍ଖଳା ସହ୍ୟ କରାଯିବ ନାହିଁ: ରାହୁଲ ଗାନ୍ଧୀ
ପଞ୍ଜାବ କଂଗ୍ରେସରେ ବିଶୃ୍ଙ୍ଖଳା ସହ୍ୟ କରାଯିବ ନାହିଁ: ରାହୁଲ ଗାନ୍ଧୀ

କଂଗ୍ରେସର ଅନ୍ତକନ୍ଦଳକୁ ନେଇ ଚେତାବନୀ ଦେଲେ କଂଗ୍ରେସ ଲିଡର ରାହୁଲ ଗାନ୍ଧୀ । ଏଣିକି ଦଳ ଭତରେ କୌଣସି ବିଶୃ୍ଙ୍ଖଳା ସହ୍ୟ କରାଯିବ ନାହିଁ ବୋଲି ରାହୁଲଙ୍କ ଚେତାବନୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତକନ୍ଦଳକୁ ନେଇ ଚେତାବନୀ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଣିକି ଦଳ ଭିତରେ କୌଣସି ବିଶୃ୍ଙ୍ଖଳା ସହ୍ୟ କରାଯିବ ନାହିଁ ବୋଲି ରାହୁଲଙ୍କ ଚେତାବନୀ । ତେବେ ଆଜି ପଞ୍ଜାବ କଂଗ୍ରେସକୁ ନେଇ ହୋଇଥିବା ବୈଠକରେ ଏହା କହିଛନ୍ତି ରାହୁଲ ଗାନ୍ଧୀ ।

ସେହିପରି ପଞ୍ଜାବର ନୂଆ ଦାୟିତ୍ବ ନେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାଙ୍କୁ ତାଗିଦ କରିଛନ୍ତି ରାହୁଲ । ଏଥିସହ କଂଗ୍ରେସର ପଞ୍ଜାବ ୟୁନିଟରେ ବିବାଦ ସବୁଠାରୁ ଚର୍ଚ୍ଚାରେ ରହିଥିବାବେଳେ ଏଠାରେ ନେତାମାନେ ପରସ୍ପରକୁ କାଦୁଅଫିଙ୍ଗା ରାଜନୀତି କରୁଥିବା ସାମ୍ନକୁ ଆସିଥିଲା । ତେବେ କଂଗ୍ରେସରେ କୌଣସି ପ୍ରକାରର ଅନୈତିକତାକୁ ବରଦାସ୍ତ କରାଯିବ ନାହିଁ ବୋଲି ରାହୁଲ ଗାନ୍ଧୀ ସୋମବାର ନୂତନ ନିଯୁକ୍ତ କାର୍ଯ୍ୟକର୍ତ୍ତାକୁ କହିଛନ୍ତି ।

ସେହିଭଳି ୨୦୧୭ ବିଧାନସଭା ନିର୍ବାଚନରେ ୧୧୭ ଆସନରୁ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିଲା । ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୧୧୭ ଆସନରୁ ୧୮ଟି ଆସନରେ ବିଜୟୀ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସର ପରାଜୟ ପରେ ଏହି ବୈଠକ ହେବା ସହ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ତାଗିଦ କରିଛନ୍ତି ରାହୁଲ ।

ଏତଦ୍‌ବ୍ୟତୀତ୍‌ ଆଜି(ସୋମବାର) ପଞ୍ଜାବର ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମରିନ୍ଦର ସିଂ ରାଜା, କଂଗ୍ରେସ ବିଧାୟକ ଦଳର ନେତା ପ୍ରତାପ ସିଂ ବଜୱା, କାର୍ଯ୍ୟକାରୀ ସଭାପତି ବିବି ଆଶୁ ଏବଂ କଂଗ୍ରେସ ବିଧାୟକ ଦଳର ଉପନେତା ରାଜ କୁମାରଙ୍କ ସହ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କୁ ଦେଖା କରିବା ସହ ପଞ୍ଜାବରେ କଂଗ୍ରେସକୁ ମଜବୁତ୍‌ କରିବା ଲାଗି ରାସ୍ତା ତିଆରି ନେଇ ଆଲୋଚନା କରିଛନ୍ତି । ଏଥିସହ ପଞ୍ଜାବ କଂଗ୍ରେସରେ ଜିରୋ ଟଲରାନ୍ସ ନୀତିକୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମରିନ୍ଦର ସିଂ ରାଜା ଗଣମାଧ୍ୟକୁ କହିଛନ୍ତି ।

ଅନ୍ୟପଟେ ଯଦି କୌଣସି କାର୍ଯ୍ୟକର୍ତ୍ତା ଦଳରେ ବିଶୃଙ୍ଖଳା ସୃଷ୍ଟି କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ହୋଇଯାଇଥିବା ଘଟଣାକୁ ଯେଉଁଭଳି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ଏଥିସହ ସମସ୍ତେ ମିଶିକି କାମ କରିବାକୁ ରାହୁଲ ଗାନ୍ଧୀ କହିଛନ୍ତି ବୋଲି ରାଜା ଗଣମାଧ୍ୟମରେ ଆଗରେ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.