ETV Bharat / bharat

Terror Funding Case: ଦୋଷ ମାନିଲେ ୟାସିନ ମଲିକ, 19ରେ ପରବର୍ତ୍ତୀ ଶୁଣାଣି

author img

By

Published : May 11, 2022, 10:45 AM IST

ଦୋଷ ମାନିଲେ ୟାସିନ ମଲିକ
ଦୋଷ ମାନିଲେ ୟାସିନ ମଲିକ

ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିଜର ଅପରାଧ ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିଜର ଅପରାଧ ସ୍ବୀକାର କରିଛନ୍ତି । ଅପରାଧ ସ୍ବୀକାର କରିବା ପରେ ସ୍ବତନ୍ତ୍ର ବିଚାରପତି ପ୍ରବୀଣ ସିଂ ଏହି ମାମଲାର ଶୁଣାଣି ପାଇଁ ମେ 19ରେ ଘେଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାର୍ଚ୍ଚ 16ରେ କୋର୍ଟ ହାଫିଜ ସଇଦ, ସୟଦ ସଲାହୁଦ୍ଦିନ, ୟାସିନ ମଲିକ, ଶବୀର ଶାହା ଏବଂ ମସରାଟ ଆଲାମ, ରସିଦ , ଜାହୋର ଅହମ୍ମଦ ୱାଟାଲି, ବିଟା କରାଟେ, ଆଫତାଫ ଅହମ୍ମଦ ଶାହା, ଅବତାର ଅହମ ଶାହା, ନାଇମ ଖାନ, ବଶିର ଅହମ୍ମଦ ବଟା ସମେତ ଅନ୍ୟ ଦୋଷୀଙ୍କ ବିରୋଧରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଆଇଏ ଅନୁଯାୟୀ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ସହଯୋଗରେ ଲସ୍କର-ଇ-ତୋଇବା, ହିଜବୁଲ ମୁଜାହିଦ୍ଦିନ, ଜେ.କେ.ଏଲ.ଏଫ, ଜୈଶ ଏ ମହମ୍ମଦ ଭଳି ଆତଙ୍କୀ ସଂଗଠନ ଜମ୍ମୁ କଶ୍ମୀରରେ ସାଧାରଣ ନାରଗିକ ଏବଂ ସୁରକ୍ଷାବାହିନୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଅନେକ ହିଂସାକାଣ୍ଡ ଘଟାଇଛନ୍ତି । 1993ରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ କରିବା ପାଇଁ ଅଲ ପାର୍ଟି ହୁରିୟାତ ସମ୍ମିଳନୀ ପ୍ରତିଷ୍ଠା କରାଯାଇଥିଲା ।

ଏନଆଇଏ ମୁତାବକ ହାଫିଦ ସୟିଦ ହୁରିୟାତ କନଫରେନ୍ସ ନେତାଙ୍କ ସହ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହାୱାଲା ଏବଂ ଅନ୍ୟ ଚ୍ୟାନେଲ ମାଧ୍ୟମରେ ଟଙ୍କା କାରବାର କରିଥିଲେ । ଘାଟିରେ ଅଶାନ୍ତି ସୃଷ୍ଟି କରିବା, ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା, ବିଦ୍ୟାଳୟ ପୋଡି ଦେବା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ପାଇଁ ସେମାନେ ଏହି ଟଙ୍କା ବ୍ୟବହାର କରିଥିଲେ। ଗୃହ ମନ୍ତ୍ରଣାଳୟର ସୂଚନା ପାଇବା ପରେ, NIA ଭାରତୀୟ ଦଣ୍ଡ ସଂହିତା ବିଭାଗର 120ଖ, 121, 121କ ଏବଂ UAPAର ଧାରା 13, 16, 17, 18, 20, 38, 39 ଏବଂ 40 ରେ ଏକ ମାମଲା ରୁଜୁ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.