ETV Bharat / bharat

Vice Presidential Election: ଭୋଟ ଦେଲେ ପ୍ରଧାନମନ୍ତ୍ରୀ, ଜାରି ରହିଛି ମତଦାନ

author img

By

Published : Aug 6, 2022, 11:23 AM IST

Updated : Aug 6, 2022, 12:33 PM IST

Vice Presidential election: ଆରମ୍ଭ ହେଲା ମତଦାନ, ଭୋଟ ଦେଲେ ପ୍ରଧାନମନ୍ତ୍ରୀ
Vice Presidential election: ଆରମ୍ଭ ହେଲା ମତଦାନ, ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ମତଦାନ ଜାରି ରହିଛି । ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଜାରି ରହିଛି ମତଦାନ । ଆଜି ସକାଳ ୧୦ଟାରୁ ସଂସଦରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ନିଜର ମତସାବ୍ୟସ୍ତ କରିଛନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜୀବ ଚନ୍ଦ୍ରଶେଖର ପ୍ରମୁଖ ଭୋଟ ଦେଇଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥତା ଯୋଗୁଁ ହ୍ବିଲଚେୟାରରେ ସଂସଦରେ ପହଞ୍ଚି ନିଜର ମତଦାନ କରିଛନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧି ମେଣ୍ଟ ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ସମସ୍ତ ଗଣିତ ଓ ଆକଳନ ମୁତାବକ NDA ପ୍ରାର୍ଥୀ ଜଗଦୀପ ଧନଖଡ଼ ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନରେ ବାଜିମାତ୍‌ କରିବେ ବୋଲି ଚର୍ଚ୍ଚା ହେଉଛି ।

ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଗୃହର ମୋଟ ୭୮୮ ଜଣ ସଦସ୍ୟ ମତଦାନ କରିବେ । ଲୋକସଭାର ୫୪୩ ଜଣ ସଦସ୍ୟ ଓ ରାଜ୍ୟସଭାର ୨୩୩ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ତେବେ ଏହି ନିର୍ବାଚନରେ ରାଜ୍ୟର କୌଣସି ବିଧାୟକ ମତଦାନ କରିବେ ନାହିଁ । ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ନୂଆ ଉପରାଷ୍ଟ୍ରପତି ଦାୟିତ୍ବ ନେବେ ।

Last Updated :Aug 6, 2022, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.