ETV Bharat / bharat

Ankita Murder Case: ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ

author img

By

Published : Dec 17, 2022, 3:36 PM IST

ଉତ୍ତରାଖଣ୍ଡ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ମୃତ୍ୟୁ ଘଟଣା (Ankita Bhandari Murder Case) । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଉତ୍ତରାଖଣ୍ଡ ପୋଲିସ । ଅଧିକ ପଢନ୍ତୁ

charge sheet filed in Ankita Murder Case
ଅଙ୍କିତା ଭଣ୍ଡାରୀ ମୃତ୍ୟୁ ଘଟଣାରେ ଚାର୍ଜସିଟ ଦାଖଲ

ଡେରାଡୁନ: ଉତ୍ତରାଖଣ୍ଡ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ (୧୯) ମୃତ୍ୟୁ ଘଟଣା (Ankita Bhandari Murder Case) । ଶନିବାର ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଉତ୍ତରାଖଣ୍ଡ ପୋଲିସ । କୋଟଦ୍ବାର ଜୁଡିସିଆଲ କୋର୍ଟ (Kotdwar Judicial Court)ରେ ୩ ଅଭିଯୁକ୍ତଙ୍କ ବିରୋଧରେ ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ପୋଲିସ ।

ଏନେଇ ଉତ୍ତରାଖଣ୍ଡ ପୋଲିସର ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ ଭି. ମୁର୍ଗୁସେନ କହିଛନ୍ତି, "ଏହି ମାମଲାରେ ପ୍ରାୟ ୧୦୦ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏନେଇ କୋର୍ଟରେ ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି ।" ସ୍ବତନ୍ତ୍ର ତଦନ୍ତକାରୀ ଟିମ ସହିତ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ମୁର୍ଗୁସେନ । ଇଣ୍ଡିଆ ପେନଲା କୋଡ (IPC) ଓ ଅନୈତିକ ବ୍ୟବସାୟ ପ୍ରତିରୋଧ ନିୟମ (IBPA)ର ସେକ୍ସନ ଅନୁସାରେ ଏହି ଚାର୍ଜସିଟ ଦାଖଲ କରାଯାଇଛି । ଆଇପିସି ଧାରା ୩୦୨, ୨୦୧, ୧୨୦ବି, ୩୫୨ଏ ଓ ୫(୧)ଭି ଅନୁସାରେ ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି ।"

ସୂଚନା ଥାଉ କି ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟରେ କାମ କରୁଥିବା ୧୯ ବର୍ଷୀୟ ଯୁବତୀ ଅଙ୍କିତା ପ୍ରଥମେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ରିସର୍ଟ ନିକଟରେ ଥିବା ଏକ କେନାଲରୁ ଉଦ୍ଧାର ହୋଇଥିଲା । ଅଙ୍କିତାଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ । ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ରିସର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା । ମୃତଦେହ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରାଯାଇଥିଲା ।

ଏହା ବି ପଢନ୍ତୁ- Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା

ଅଭିଯୁକ୍ତ ପୁଲକିତ ଆର୍ଯ୍ୟକୁ ପଚରାଉଚରା ସମୟରେ ପ୍ରଥମେ ସେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା । ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲା । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ । ତେବେ ଅଙ୍କିତା ଏଥିରେ ରାଜି ନଥିଲେ । ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଅଙ୍କିତା ବାହାରେ କାଳେ ଏହିକଥା ପ୍ରଘଟ କରିଦେବ ସେହି ଆଶଙ୍କାରେ ଥିଲା ଅଭିଯୁକ୍ତ ପୁଲକିତ ।

ଏହା ବି ପଢନ୍ତୁ- Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇଙ୍କୁ ଦଳରୁ ବହିଷ୍କାର କଲା BJP

ଏହାପରେ ସେପ୍ଟେମ୍ବର ୧୮ ତାରିଖରେ ଅଭିଯୁକ୍ତ ପୁଲକିତ ନିଜ ରିସର୍ଟ ମ୍ୟାନେଜର ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କ ସହ ଅଙ୍କିତାକୁ ସାଙ୍ଗରେ ନେଇ ଋଷିକେଶ ଯାଇଥିଲେ । ପୁଲକିତ ଦୁଇ ଜଣଙ୍କ ସହଯୋଗରେ ଅଙ୍କିତାଙ୍କୁ ହତ୍ୟା କରିଥିଲେ । ଋଷିକେଶରେ ମଧ୍ୟ ପୂର୍ବ ପ୍ରସଙ୍ଗ ଦୋହରାଇ ଥିଲେ । ଅଙ୍କିତା ପୁଣି ଥରେ ମନା କରିଥିଲେ । ଏହାପରେ ମୃତଦେହକୁ ଚିଲା କେନାଲ(Cheela Canal) ମଧ୍ୟକୁ ଠେଲି ଦେଇଥିବା ମାନିଥିଲେ । ମୁଖ୍ୟ ଅଭିଯୁକ୍ତ ପୁଲକିତ ବିଜେପି ନେତା ବିନୋଦ ଆର୍ଯ୍ୟ ପୁଅ ତଥା ଅଙ୍କିତ ଆର୍ଯ୍ୟଙ୍କ ଭାଇ ହୋଇଥିବାରୁ ଦଳ ଏହି ୨ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ୨ ନେତାଙ୍କୁ ଦଳରୁ ବହିଷ୍କାର କରିଥିବା ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.