ETV Bharat / bharat

ବିନା ବରରେ କନ୍ୟା ଘରକୁ ଗଲା ବରଯାତ୍ରୀ, ଟିଭି ସ୍କ୍ରିନରେ ଯୋଡ଼ିହେଲେ ବରକନ୍ୟା

author img

By

Published : Mar 22, 2023, 9:50 PM IST

unique wedding in haryana
ହରିୟାଣାରେ ଅନଲାଇନ ବାହାଘର

ଆମେରିକାରେ ବରକନ୍ୟା, ହରିୟାଣାରେ ବାହାଘର । ହରିୟାଣାରେ ଦେଖିବାକୁ ମିଳିଛି ନିଆରା ବାହାଘର । ଅନଲାଇନ ଯୋଗେ ଯୋଡିହେଲେ ବରକନ୍ୟା । ଅଧିକ ପଢ଼ନ୍ତୁ

ଚଣ୍ଡିଗଡ଼: ବିନା ବରରେ କନ୍ୟା ଘରକୁ ଗଲା ବରଯାତ୍ରୀ । କନ୍ୟା ପକ୍ଷରୁ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରାଗଲା । ରୀତିନୀତି ଅନୁଯାୟୀ ବିବାହ ମଧ୍ୟ ସମ୍ପର୍ଣ୍ଣ ହେବା ସହ ବରଯାତ୍ରୀ ଭୋଜି ଖାଇଲେ । ହେଲେ ବିନା କନ୍ୟାରେ ଫେରିଲେ ବରପକ୍ଷ । ଉଭୟ ବରକନ୍ୟା ଆମେରିକାରେ ଥିବାରୁ ଭର୍ଚ୍ଚୁଆଲ ମାଧ୍ୟମରେ ବିବାହ ସମ୍ପନ୍ନ ହୋଇଛି । ହରିୟାଣାରେ ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ।

ସାନ୍ଦଲ ଖୁର୍ଦ ଗ୍ରାମ ସୋନିପତ ଅଞ୍ଚଳର ଅମିତ କର୍ଣ୍ଣାଲ ନିବାସୀ ଅଂଶୁଙ୍କ ସହ ଗତ ମାର୍ଚ୍ଚ ୧୯ ତାରିଖରେ ବିବାହ କରିଛନ୍ତି । ବିବାହ ସମୟରେ ଉଭୟ ବର ଓ କନ୍ୟାପକ୍ଷ ଏକାଠି ହୋଇଥିଲେ । ମାତ୍ର ବରକନ୍ୟା ସେମାନଙ୍କ ଗହଣରେ ଉପସ୍ଥିତ ନଥିଲେ । ଅମିତ ଏବଂ ଅଂଶୁ ଉଭୟେ ଆମେରିକାରେ ରୁହନ୍ତି । ବିବାହ ସ୍ଥିର ହେବା ପରେ କୌଣସି କାରଣ ବସତଃ ଦୁହେଁ ଭାରତକୁ ଫେରିପାରିନଥିଲେ । ଏହାପରେ ଅନଲାଇନ ମାଧ୍ୟମରେ ବିବାହ କରିବା ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା

ତେଣୁ ବିବାହ ପାଇଁ ବିନା ବରରେ ସୋନିପତ ଅଞ୍ଚଳରୁ ଶୋଭାଯାତ୍ରା ବାହାରି କର୍ଣ୍ଣାଲ ପହଞ୍ଚିଥିଲା । କନ୍ୟାପକ୍ଷ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଏଥିପାଇଁ ଟିଭିସ୍କ୍ରିନ ଓ ହାଇସ୍ପିଡ ଇଣ୍ଟରନେଟର ବ୍ୟବସ୍ଥା କରାଯାଇଥିଲା । ହରିୟାଣା ରୀତିନୀତି ଅବସ୍ଥାରେ ଦୁହିଁଙ୍କ ବିବାହ ହୋଇଥିଲା । ପ୍ରଥମେ ଅମିତଙ୍କ ପରିବାର ଲୋକେ ସୋନିପତରେ ଟିକା ଏବଂ ଅନ୍ୟ ରୀତିନୀତି କରିବା ସହ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାଜସ୍ଥାନ ବିଧାନସଭାରେ ରାଇଟ୍ ଟୁ ହେଲଥ୍ ବିଲ୍ ପାରିତ, ଜାଣନ୍ତୁ କାହିଁକି ଡାକ୍ତରମାନେ କରୁଛନ୍ତି ବିରୋଧ ?

ଏହାପରେ ଅଂଶୁ ପରିବାର ଲୋକେ ମଧ୍ୟ ସେମାନଙ୍କ ରୀତିନୀତି କରିଥିଲେ । ଏହିଭଳି ଭାବରେ ଉଭୟ ବର ଏବଂ କନ୍ୟା ନିଜ ବିବାହ ପାଇଁ ଆମମେରିକାରୁ ଅନଲାଇନ ଯୋଗେ ଯୋଡ଼ି ହୋଇଥିଲା । ଟିଭି ମାଧ୍ୟମରେ ସମସ୍ତ ରୀତି ସମ୍ପର୍ଣ୍ଣ କରିଥିଲେ ଉଭୟ ପକ୍ଷ । ପୂର୍ବରୁ ଅନେକ ହରିୟାଣାରେ ଏଭଳି ନିଆରା ବାହାଘର ଦେଖିବାକୁ ମିଳିଛି । କୋରୋନା ସମୟରେ ମଧ୍ୟ ଅନେକ ଅନଲାଇନ ବାହାଘର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ବିବାହ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.