ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା

By

Published : Mar 22, 2023, 9:19 PM IST

thumbnail

ହାଇଦ୍ରାବାଦ: ପୁଣି ଲଣ୍ଡନରେ ଏକାଠି ହେଲେ ଖଲିସ୍ତାନୀ ସମର୍ଥକ । ଆଜି ସେମାନେ ପୁଣି ହାତରେ ଖଲିସ୍ତାନୀ ପତାକା ଧରି ଭାରତୀୟ ଦୂତାବାସ ସମ୍ମୁଖରେ ଏକାଠି ହେବା ସହ ଭାରତ ବିରୋଧୀ ଓ ଖଲିସ୍ତାନ ଗଠନ ସମର୍ଥନରେ ନାରା ଦେଇଛନ୍ତି । ବ୍ରିଟିଶ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଭାରତୀୟ ଦୂତାବାସ ସମ୍ମୁଖରେ ବାରିକେଡ ଲଗାଯାଇଛି । ଖଲିସ୍ତାନୀ ସମର୍ଥକମାନେ ବାରିକେଡ ମଧ୍ୟରେ ରହି ଭାରତ ବିରୋଧୀ ନାରାବାଜୀ କରିଥିଲେ । ତିନି ଦିନ ପୂର୍ବରୁ ସେମାନେ ଦୂତାବାସ ବିଲ୍ଡିଂରେ ଭଙ୍ଗାରୁଜା କରିବା ସହ ତ୍ରିରଙ୍ଗାକୁ କାଢି ଫିଙ୍ଗି ଦେଇଥିଲେ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦର୍ଶାଇ ନୂଆଦିଲ୍ଲୀ ଲଣ୍ଡନକୁ ଦାୟୀ କରିଥିଲା । ଏହାରି ମଧ୍ୟରେ ଆଜି ସେମାନେ ପୁଣି ଏକାଠି ହୋଇଛନ୍ତି । ଲଣ୍ଡନ ପୋଲିସ କିନ୍ତୁ ଦୂତାବାସ ବାହାରେ ବାରେକଡ ଲଗାଇ ସେମାନଙ୍କୁ ରୋକିଛି । ଖଲିସ୍ତାନ ସପକ୍ଷବାଦୀ ସଂଗଠନର ନେତା ଅମ୍ରିତପାଲ ସିଂ ବିରୋଧରେ ପଞ୍ଜାବରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଯାହାକୁ ବିଦେଶରେ ଥିବା ଖଲିସ୍ତାନୀ ସମର୍ଥକ ଶିଖମାନେ ବିରୋଧ କରି ଭାରତ ବିରୋଧୀ ନାରା ଦେଉଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.