ETV Bharat / bharat

ବିଜେପି ଚାଣକ୍ୟଙ୍କ ଚାଲ; ଅସଲୀ ସତରଞ୍ଜ ମୈଦନାରେ ଶାହ, ନାତୁଣୀଙ୍କୁ ଶିଖାଇଲେ ହାରଜିତର ବାଜି !

author img

By ETV Bharat Odisha Team

Published : Dec 9, 2023, 10:41 PM IST

ଅସଲୀ ସତରଞ୍ଜ ମୈଦନାରେ ଅମିତ ଶାହ, ନାତୁଣୀଙ୍କୁ ଶିଖାଉଛନ୍ତି ହାରଜିତର ବାଜି !
ଅସଲୀ ସତରଞ୍ଜ ମୈଦନାରେ ଅମିତ ଶାହ, ନାତୁଣୀଙ୍କୁ ଶିଖାଉଛନ୍ତି ହାରଜିତର ବାଜି !

Union Home Minister Amit Shah Playing chess: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ଶାହ ନିଜ ଦୁଇ ନାତୁଣୀଙ୍କ ସହ ଚେସ ଖେଳୁଛନ୍ତି । ନିଜ ନାତୁଣୀଙ୍କୁ ସତରଞ୍ଜ ଖେଳର ଚାଲ ଶିଖାଉଛନ୍ତି ଶାହ । ଯାହାର ଫଟୋ ଏବେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ଶାହ ନିଜ ଦୁଇ ନାତୁଣୀଙ୍କ ସହ ଚେସ ଖେଳୁଛନ୍ତି। ଏହାସହ ଫଟୋ ପୋଷ୍ଟ କରି ଶାହ ଲେଖିଛନ୍ତି, ‘‘ଡୋଣ୍ଟ ସେଟେଲ ଫର ଏ ଗୁ଼ଡ ମୁଭ, ଏଲୱେଜ ଲୁକ ଫର ଦ ବେଟର ୱାନ’’ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିଜ ନାତୁଣୀଙ୍କ ସହ ଚେସ ଖେଳୁଥିବାର ଏକ ସୁନ୍ଦର ଫଟୋ ଆଜି ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଫଟୋ ପୋଷ୍ଟ କରି ଶାହା ଲେଖିଛନ୍ତି, ‘‘ଡୋଣ୍ଟ ସେଟେଲ ଫର ଏ ଗୁ଼ଡ ମୁଭ, ଏଲୱେଜ ଲୁକ ଫର ଦ ବେଟର ୱାନ’’ ଅର୍ଥାତ ଗୋଟିଏ ଭଲ ପଦକ୍ଷେପରେ ସନୁଷ୍ଟ ହୁଅନ୍ତୁ ନାହିଁ, ସବୁବେଳେ ଭଲ ଖୋଜନ୍ତୁ । ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ (Amit Shah Instagram Post) କରିଥିବା ଫଟୋରେ ଶାହ ନିଜ ଦୁଇ ନାତୁଣୀଙ୍କୁ ଚେସ ଖେଳ ଶିଖାଉଥିବା ଦେଖାଯାଉଛନ୍ତି । ଘରର ବଗିଚାରେ ଦୁଇ ନାତୁଣୀ ଶାହଙ୍କ ସହ ବସିଥିବା ବେଳେ ଶାହ ଉଭୟଙ୍କୁ ଚେସ ଖେଳ ଶିଖାଉଛନ୍ତି । ଏହା ପୂର୍ବରୁ ଶାହ ନିଜ ହ୍ବାଟସଆପ ଚ୍ୟାନଲରେ ମଧ୍ୟ ଦୁଇ ନାତୁଣୀଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ ।

ଅଧିକ ପଢନ୍ତୁ- ଋଷିକେଶରେ ଗଙ୍ଗା ଆରତୀ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ

ବର୍ତ୍ତମାନର ଭାରତୀୟ ରାଜନୀତିର ଅନ୍ୟତମ ଶକ୍ତିଶାଳୀ ରାଜନେତା ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ଅଛନ୍ତି । ମୋଦି ସରକାରଙ୍କ ନମ୍ବର ଦୁଇ ମନ୍ତ୍ରୀ ଥିବା ଶାହ ସରକାର ଓ ସଂଗଠନର ଅଧିକାଂଶ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ନିର୍ଣ୍ଣାୟକ ଭୂମିକା ତୁଳାଉଛନ୍ତି । ଯାହା ଫଳରେ ଶାହ ପରିବାର ଠାରୁ ପ୍ରାୟତଃ ଅଧିକାଂଶ ସମୟ ଦୂରରେ ଥାନ୍ତି । ହେଲେ ଯେତେବେଳେ ବି ସମୟ ମିଳେ ନିଜ ଦୁଇ ନାତୁଣୀଙ୍କ ସହ ସମୟ କାଟିଥାନ୍ତି। ଦୁଇ ନାତୁଣୀଙ୍କୁ ନେଇ ଖେଳନା କିଣିଯିବା ହେଉ କି ତାଙ୍କ ସହ ଖେଳିବାରେ ଶାହ ସମୟ ବିତାଇଥାନ୍ତି । ଯାହାର କିଛି ଫଟୋ ମଧ୍ୟ ପୋଷ୍ଟ କରିଥାନ୍ତି ।

ଅଧିକ ପଢନ୍ତୁ- Amit Shah Visits Border Areas: ସାର କ୍ରିକ ବୋର୍ଡରେ ଗୃହମନ୍ତ୍ରୀ ଅମିତ ଶାହ

ଅମିତ ଶାହଙ୍କ ପରିବାର କହିଲେ ପତ୍ନୀ ସୋନାଲ ଶାହ, ପୁଅ ଜୟ ଶାହ, ପୂତ୍ରବୋଧୂ ରିଶିତା ପଟେଲ ଓ ଦୁଇ ନାତୁଣୀ ଅଛନ୍ତି । ଜୟ ଶାହ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଅଛନ୍ତି । 2015 ରେ ଜୟ ଶାହ ନିଜ ପିଲା ଦିନର ବନ୍ଧୁ ରିଶିତା ପଟେଲଙ୍କୁ ବିବାହ କରିଥିବା ବେଳେ 2017ରେ ବଡ ଝିଅ ଋଦ୍ରୀ 2020ରେ ସାନ ଝିଅର ଜନ୍ମ ହୋଇଥିଲା । ଜୟ ଶାହଙ୍କ ବଡ ଝିଅ ଋଦ୍ରୀ ପୂର୍ବରୁ ମଧ୍ୟ ଏକାଧିକ କାର୍ଯ୍ୟକ୍ରମରେ ଅମିତ ଶାହଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଫଟୋ ଆସିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.