ETV Bharat / bharat

Battle For Karnataka: ତିନି ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ଅମିତ ଶାହ

author img

By

Published : Apr 19, 2023, 5:43 PM IST

ଆସନ୍ତା 21 ତାରିଖରୁ 3 ଦିନିଆ କର୍ଣ୍ଣାଟକ ଗସ୍ତରେ ଆସୁଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅମିତ ଶାହଙ୍କ ଏହା ପ୍ରଥମ କର୍ଣ୍ଣାଟକ ଗସ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ବାଜିରେ ଲାଗିଛି କର୍ଣ୍ଣାଟକ ଗାଦି । ଦକ୍ଷିଣ ଦ୍ବାର ବଞ୍ଚାଇବା ପାଇଁ ବ୍ୟାକୁଳ ବିଜେପି । ଦ୍ବିତୀୟ ତୃତୀୟ ପୀଢି ନେତା ମୈଦାନରେ । କିଛି ବରିଷ୍ଠ ନେତା ଅସନ୍ତୁଷ୍ଟ । କିଛି ନେତା ଛାଡୁଛନ୍ତି ଦଳ । କିଛି ନେତା ନୀରବ । ଦଳ ପାଖରୁ ଦକ୍ଷିଣ ଦ୍ବାର ଭିଡି ନେବାକୁ ଅନାଇ ବସିଛି କଂଗ୍ରେସ । ଏପରି ସ୍ଥିତିରେ ପୁରା ବାଜି ଓଲଟାଇ ଦଳକୁ ଫ୍ରଣ୍ଟ୍‌ଫୁଟକୁ ଆଣିବାକୁ ମୈଦାନକୁ ଓହ୍ଲାଇବେ ବିଜେପି ଚାଣକ୍ୟ । ତିନି ଦିନ ଧରି ପୁରା କର୍ଣ୍ଣାଟକ ବିଜୟର ଗଣିତ କଷିବେ । ସାରା ରାଜ୍ୟର ହିସାବ କିତାବ କରିବେ । କେଉଁଠି କିଏ, କଣ କହିବେ ? କେଉଁ ନେତା କାହାକୁ ରିପୋର୍ଟ କରିବେ ? ପ୍ରଚାରର ନେତୃତ୍ବ କିଏ ନେବେ ? ଦଳୀୟ ୱାର୍‌ ରୁମରୁ ମୈଦାନ ଯାଏଁ କଣ ହେବ ରଣନୀତି ? ପ୍ରଚାର ବେଳେ କେଉଁ ପ୍ରସଙ୍ଗ ହେବ ଫୋକସ ? ଦଳୀୟ ଇସ୍ତାହାରରେ କଣ ପାଇବ ସ୍ଥାନ ? ବୁଝ ସ୍ତରରେ କଣ ହେବ ଯୋଜନା ? ପ୍ରଚାର ମୈଦାନରେ ବିରୋଧୀଙ୍କୁ କିଭଳି ଜବାବ ଦିଆଯିବ ? ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କିଭଳି ହେବ ? ପୁରା ନିର୍ବାଚନ ପ୍ରକ୍ରିୟାର ରୂପରେଖକୁ ତନ୍ନତନ୍ନ କରି ସମୀକ୍ଷା କରିବେ ଅମିତ ଶାହ ।

ଏହାବି ପଢନ୍ତୁ- Karnataka Polls: ଅଚଳାଚଳ ସମ୍ପତ୍ତିର ମାଲିକ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ, ଜାଣନ୍ତୁ କେତେ

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା 21 ତାରିଖରୁ 3 ଦିନିଆ କର୍ଣ୍ଣାଟକ ଗସ୍ତରେ ଆସୁଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅମିତ ଶାହଙ୍କ ଏହା ପ୍ରଥମ କର୍ଣ୍ଣାଟକ ଗସ୍ତ । 3 ଦିନି ଧରି କର୍ଣ୍ଣାଟକର ବିଭିନ୍ନ ପ୍ରାନ୍ତକୁ ମାରାଥନ ଗସ୍ତ କରିବା ସହ ସାରା ଦିନ ସଭାସମିତି ରୋଡ ଶୋ' କରିବେ । ସଂଧ୍ୟାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦଳୀୟ ନେତାଙ୍କ ସହ ତୁହାକୁ ତୁହା ବୈଠକ କରିବେ । ଗସ୍ତ ବେଳେ ଦଳୀୟ ନେତା କର୍ମୀଙ୍କ ଜୋଶ୍‌କୁ ବଢାଇବେ । 23 ତାରିଖ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଶାହ ଦଳର ବିଧିବଦ୍ଧ ପ୍ରଚାରର ଶୁଭାରମ୍ଭ କରିବେ ।

ଏପ୍ରିଲ 21 ଗସ୍ତର ପ୍ରଥମନ ଦିନରେ ଶାହ ଦାବଣଗେରେ ଓ ଦେବନହଲ୍ଲୀ ଗସ୍ତ କରିବେ । ଉଭୟ ସହରରେ ଥିବା ଏକାଧିକ ମଠ ମନ୍ଦିରକୁ ଯାଇ ପୂଜାର୍ଚନା କରିବେ । ଏହା ପରେ ଲିଙ୍ଗାୟତ ସମ୍ପ୍ରଦାୟର ନେତା ମାନଙ୍କ ସହ ସିଧା ସଳଖ ଆଲୋଚାନ କରିବେ । ପରେ ବିଭିନ୍ନ ସାଧୁ ସନ୍ଥଙ୍କ ସହ ମଧ୍ୟ ଆଲୋଚନା କରିବେ । ପରେ ଏକ ବିଶାଲ ରୋଡ ଶୋ କରି ଏକ ଜନସଭାକୁ ସମ୍ବୋଧିତ କରିବେ । ଏହି ରୋଡ ଶୋରେ ବିଜେପିର ବହୁ ହେଭିୱେଟ ନେତା ସାମିଲ ହେବେ । ସଂଧ୍ୟାରେ ବିଜେପିର କୋର ଗ୍ରୁପ ବୈଠକର ସାମିଲ ହେବେ । ବୈଠକ ଶେଷ ପରେ ଦଳୀୟ ୱାର ରୁମ ଯାଇ ନିର୍ବାଚନ ପରିଚାଳନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଦଳୀୟ ରଣନୀତି ନେଇ ପ୍ରାର୍ଥୀଙ୍କ ସହ ଆଲୋଚନା କରିବେ । ପରେପରେ ବିଳମ୍ବିତ ରାତ୍ରିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରୀୟ ନେତା, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ।

ଗସ୍ତର ଦ୍ବିତୀୟ ଦିନରେ ଶାହ ବେଙ୍ଗାଲୁରରେ ଥିବା ଲିଙ୍ଗାୟତ ମଠ ଗସ୍ତ କରିବେ । ମଠରେ ପୂଜାର୍ଚନା କରି ଏକ ରୋଡ ଶୋ' କରିବେ । ସାରା ଦିନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏକାଧିକ ରୋଡ ଶୋ' ସଭାସମିତିରେ ସାମିଲ ହେବେ । ସଂଧ୍ୟାରେ ସଚେତନ ନାଗରିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ପରେ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିବେ । ପୁଣି ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରି ରାଷ୍ଟ୍ରୀୟ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବେ । ପରେ ନିର୍ବାଚନ ପରିଚାଳନାରେ ଜଡିତ ନେତାଙ୍କ ସହ ବୈଠକ କରିବେ । ଶେଷରେ ନିର୍ବାଚନ ପ୍ରଚାର କମିଟି ସହ ଗୁରୁ୍ତ୍ବପୂର୍ଣ୍ଣ ବୈଠକ କରିବେ । ପରେ ଶାହ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ 23 ତାରିଖ ସଂଧ୍ୟାରେ କର୍ଣ୍ଣାଟକ ଛାଡି ପଡୋଶୀ ତେଲଙ୍ଗାନାର ଚେଭେଲ୍ଲା ଗସ୍ତ କରିବେ ।

ବିଜେପି କର୍ଣ୍ଣାଟକ ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ ପ୍ରଚାର କମିଟି ଘୋଷଣା କରି ସାରିଛି । ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ପ୍ରଚାର କମିଟିର ଅଧ୍ୟକ୍ଷ ରହିଛନ୍ତି । ପ୍ରଚାର କମିଟିର ଆବାହକ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଭାରୀ ଥିବା ବେଳେ, ପୁରା ପ୍ରଚାର ଦାୟିତ୍ବରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରହିଛନ୍ତି । ୱାରରୁମ ଦାୟିତ୍ବରେ ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲ୍ଲାଇଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ତେଜସ୍ବୀ ସୂର୍ଯ୍ୟା ରହିଛନ୍ତି । ପୁରା ନିର୍ବାଚନ ପ୍ରକ୍ରିୟା ଦାୟିତ୍ବରେ ନିଜେ ସଂଗଠନ ମୁଖ୍ୟ ବିଏଲ ସନ୍ତୋଷ ରହିଛନ୍ତି ।

ଅନ୍ୟପଟେ ବିଜେପି ଆଜି 40 ଜଣିଆ ଷ୍ଟାର ପ୍ରଚାରକ ତାଳିକା ଘୋଷଣା କରିଛି । ତାଳିକାରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ, ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, ୟୁପି, ଆସାମ, ଗୋଆ ମୁଖ୍ୟମନ୍ତ୍ରୀଙ୍କ ସମେତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.