ETV Bharat / bharat

Budget 2023: ଦକ୍ଷିଣ ଭାରତୀୟ ଇଲକଲ ଶାଢୀରେ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

author img

By

Published : Feb 1, 2023, 5:36 PM IST

Budget Special Saree
budget session 2023

ବଜେଟ ଉପରେ ରହିଥିଲା ସାରା ଦେଶର ନଜର । ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଏକ ସ୍ବତନ୍ତ୍ର ଲାଲ କଳା ଓ ସୁନେଲୀ ରଙ୍ଗର ଶାଢି ପିନ୍ଧିଥିଲେ । ଜାଣନ୍ତୁ କଣ ଖାସ ରହିଛି ଏହି ଶାଢିରେ...

ନୂଆଦିଲ୍ଲୀ: ବଜେଟ ପେଡି ଉପରେ ଦେଶବାସୀଙ୍କ ନଜର ରହିଥିଲା । 5ଥର ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ବଜେଟ ଆଗତ ସମୟରେ ଅର୍ଥମନ୍ତ୍ରୀ ଏକ ସ୍ବତନ୍ତ୍ର ଶାଢୀ ପିନ୍ଧିଥିଲେ । ଲାଲ କଳା ଓ ସୁନେଲୀ ରଙ୍ଗର ହ୍ୟାଣ୍ଡଲୁମ ଇଲକଲ ଶାଢି ପିନ୍ଧିଥିଲେ ଅର୍ଥମନ୍ତ୍ରୀ । ତାଙ୍କୁ ଏହି ଶାଢୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରଦଲ୍ଲାଦ ଯୋଶୀ ଗିଫ୍ଟ ସ୍ବରୁପ ଦେଇଥିଲେ । ପ୍ରଦଲ୍ଲାଦ ଯୋଶୀ କର୍ଣ୍ଣାଟକର ଧାରୱାଡରୁ ଏହି ଶାଢି ଆଣିଥିବା ସୂଚନା ମିଳିଛି ।

ଶାଢୀଟି ସମ୍ପୂର୍ଣ୍ଣ ଲାଲ ରଙ୍ଗର ଥିବାବେଳେ ସୁନେଲୀ ଓ କଳା ରଙ୍ଗର ବର୍ଡର ରହିଛି । କାନିରେ ଗ୍ରେ ରଙ୍ଗର କାରୁକାର୍ଯ୍ୟ ହୋଇଛି । ଶାଢି ମଝିରେ ଗୋଟିଏ ଗୋଟିଏ ଫୁଲ ମଧ୍ୟ ରହିଛି । ବଜେଟ ଉପସ୍ଥାପନ ପାଇଁ ସେ ଏହି ଲାଲ କଳା ରଙ୍ଗର ହ୍ୟାଣ୍ଡଲୁମ ଶାଢି ପିନ୍ଧି ଥିବା ଦେଖିବାକୁ ମିଳିଛି । ଏହା ମନ୍ଦିର ଶାଢି ନାମରେ ମଧ୍ୟ ଜଣାଶୁଣା । ବଜେଟ ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ସେ ତାଙ୍କ ଗୁଡଲକ ପସନ୍ଦ ରଙ୍ଗ ଶାଢି ପିନ୍ଧନ୍ତି ।

ଏହା ବି ପଢନ୍ତୁ...Union Budget 2023: ବଜେଟରେ 7 ଦିଗକୁ ପ୍ରାଥମିକତା, ଜାଣନ୍ତୁ କଣ

ବିଶେଷ କରି ବଜେଟରେ ଅର୍ଥମନ୍ତ୍ରୀଙ୍କ ସ୍ବତନ୍ତ୍ର ଶାଢୀ ଉପରେ ନଜର ଥାଏ ।ଏହି ଦିନ ଅର୍ଥମନନ୍ତ୍ରୀ ବ୍ରାଇଟ ରଙ୍ଗର ଶାଢୀ ପିନ୍ଧିଥାନ୍ତି । ଗତବର୍ଷ ବଜେଟରେ ସେ ବାଦୀମୀ ରଙ୍ଗର ଶାଢୀ ପିନ୍ଧିଥିଲେ । ଚଳିତ ବର୍ଷ ପିନ୍ଧିଥିବା ମନ୍ଦିର ଶାଢୀ ବିଶେଷ କରି କଟନ, ସିଲକ ଏବଂ ମିସ୍କ ହୋଇଥାଏ । ଅର୍ଥମନ୍ତ୍ରୀଙ୍କ ପସନ୍ଦର ଲାଲ ରଙ୍ଗର ଶାଢୀ ବିଶେଷ କରି ବିଜେଟରେ ଲୋକଙ୍କର ସାକାରତ୍ମକ ଆଶା ରହିଥାଏ । 2021 ବଜେଟରେ ଇକତର ପାଞ୍ଚୋଲି ସିଲ୍କ ଶାଢୀ ପିନ୍ଧିଥିଲେ । 2020ରେ ବ୍ଲୁ ବର୍ଡର ଦଳଦିଆ ସିଲ୍କ ଶାଢୀ ପିନ୍ଧିଥିଲେ । ପ୍ରଥମ ଥର ପାଇଁ ସେ ପିଙ୍ଗ ରଙ୍ଗର ଶାଢୀରେ ବଜେଟ ଉପସ୍ଥାପନା କରିଥିଲେ । ସେ ଓଡିଶାର ହ୍ୟାଣ୍ଡଲୁମ ଶାଢୀକୁ ପସନ୍ଦ କରୁଥିଲା କହିଥିଲେ ।

ଏହା ବି ପଢନ୍ତୁ...Union Budget 2023: ଫୋକସରେ ନିର୍ବାଚନ, ଆଦିମ ଜନଜାତି ବିକାଶ ଲାଗି ୧୫ହଜାର କୋଟି

ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ କହିଥିଲେ ଭାରତ ଅର୍ଥନୀତି ସଠିକ ରାସ୍ତାରେ ଅଛି । ଦେଶର ଉଜ୍ବଳ ଭବିଷ୍ୟତ ରହିଛି । ମହାମାରୀର ସଫଳ ଏବଂ ଦୃଢ଼ତାର ସହ ମୁକାବିଲା କରାଯାଇଛି । ସାରା ଦେଶରେ ଟୀକାକରଣ ପ୍ରୋଆକ୍ଟିଭ ମୋଡ୍‌ରେ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଉଛି । ମୁଣ୍ଡପିଛା ଆୟ ଦ୍ବିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି । ସାରା ବିଶ୍ବରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା କହିଥିଲେ ଅର୍ଥମନ୍ତ୍ରୀ ।

ବଜେଟ ଉପସ୍ଥାପନ ପୂର୍ବରୁ ମନ୍ତ୍ରୀଙ୍କ ଗହଣରେ ବଜେଟ ବହି ଖାତା ଧରି ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଏହାପରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ସଂସଦରେ ଆଗତ କରିଥିବା ବଜେଟରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାକିରିଆ, ମହିଳା, ଶିଳ୍ପ ଓ ଉଦ୍ୟୋଗ ଜଗତର ବ୍ୟକ୍ତିମାନେ ଅନେକ କିଛି ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.