ETV Bharat / bharat

Union Budget 2023: ବଜେଟରେ 7 ଦିଗକୁ ପ୍ରାଥମିକତା, ଜାଣନ୍ତୁ କଣ

author img

By

Published : Feb 1, 2023, 3:41 PM IST

ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅମୃତକାଳର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

budget session 2023
Union Budget 2023

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅମୃତକାଳର ପ୍ରଥମ ବଜେଟ ଉପସ୍ଥାପନ କରି ଏହି ସାତଟି ବିଷୟକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବ ବଜେଟ ତୁଳନାରେ ଏହି ବଜେଟ ଅଧିକ ସୃଦୁଢ ହେବ । ବିଶେଷ କରି ମହିଳା, କୃଷକ, ଯୁବଗୋଷ୍ଠୀ, ଏସସି, ଏସଟି ଓ ଓବିସିଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । 75 ବର୍ଷ ସ୍ବାଧୀନରେ ଭାରତ ଅର୍ଥନୀତିରେ ଉଜ୍ବଳ ଭବିଷ୍ୟତ ଦେଖୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

  • #Budget2023

    "Components of scheme will include financial support, access to efficient green technologies, advanced skill training, social security, modern digital techniques, brand promotion, market linkages; will greatly benefit people of weaker sections"#AmritKaalBudget

    — PIB India (@PIB_India) February 1, 2023 " class="align-text-top noRightClick twitterSection" data=" ">

7ଟି ଦିଗକୁ ପ୍ରାଥମିକତା ଦିଆଯାଇଛି । 7ଟି ବିଷୟ ହେଲା ସାମଗ୍ରିକ ବିକାଶ, ଲକ୍ଷ୍ୟ ହାସଲ କରିବା, ଦକ୍ଷତା ବୃଦ୍ଧି କରିବା, ଭିତ୍ତିଭୂମି ଓ ବିନିଯୋଗ, ଗ୍ରୀନ ଅଭିବୃଦ୍ଧି, ଯୁବଶକ୍ତି ଏବଂ ଆର୍ଥିକ କ୍ଷେତ୍ର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, 2014ରୁ ସରକାରଙ୍କ ପ୍ରୟାସ ସମସ୍ତ ନାଗରିକଙ୍କ ଜୀବନକୁ ସୁନ୍ଦର ସହଜ ଓ ଗୁଣବତ୍ତା ଏବଂ ଗରିମାପୂର୍ଣ୍ଣ ସୁନିଶ୍ଚିନ୍ତ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ଦୁଇଗୁଣା ହୋଇ 1.97ରେ ପହଞ୍ଚିଛି । ଭାରତୀୟ ଅର୍ଥବ୍ୟବସ୍ଥା ଦୁନିଆରେ ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥା ରୂପେରେ ଆଗେଇ ଚାଲିଛି ।

ଏହା ବି ପଢନ୍ତୁ...Union Budget 2023: ସମୃଦ୍ଧ ହେବେ ମହିଳା, ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର

  • 7 Priorities of #Budget2023

    1. Inclusive development
    2. Reaching last mile
    3. Infrastructure and investment
    4. unleashing potential
    5. Green growth
    6. Youth Power
    7. Financial Sector

    - Finance Minister#AmritKaalBudget

    — PIB India (@PIB_India) February 1, 2023 " class="align-text-top noRightClick twitterSection" data=" ">

ବଜେଟ ଉପସ୍ଥାପନରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ମହାମାରୀର ସଫଳ ଏବଂ ଦୃଢତାର ସହିତ ମୁକାବିଲା ହୋଇଛି । ସରା ଦେଶ ଟୀକାକରମ ପ୍ରୋଆକ୍ଟିଭ ମୋଡରେ କରାଯାଇଛି । ଭାରତର ଅର୍ଥନୀତି ସଠିକ ଟ୍ରକରେ ରହିଛି । ଦେଶର ଉଜ୍ବଳ ଭବିଷ୍ୟତ ରହିଛି । ଆମ ସଂସ୍କାର ଏବଂ ସଠିକ୍ ନୀତି ଉପରେ ଆମର ଗୁରୁତ୍ବ ରହିଛି । 7ଟି ଦିଗରେ ପ୍ରାଥମିକତାକୁ ନେଇ ହୋଇଥିବା ବଜେଟ ସପ୍ତର୍ଷି ପରି କାମ କରିବ ।

ଏହା ବି ପଢନ୍ତୁ...Budget 2023: ଭିତ୍ତିଭୂମି ବିକାଶ ଲାଗି ବଡ଼ ଘୋଷଣା, 33 ପ୍ରତିଶତ ବଢିଲା ବ୍ୟୟ ଅଟକଳ

ସେହିପରି ବଜେଟକୁ ନେଇ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆଜି ଐତିହାସିକ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 2023 ବଜେଟ ସମସ୍ତଙ୍କୁ ସୁହାଇବ । ସମସ୍ତଙ୍କ ସ୍ବପ୍ନ ପୂରଣ କରିବ ଚଳିତ ବର୍ଷ ଆର୍ଥିକ ବଜେଟ । ଗରିବ, ଚାଷୀ, ମଧ୍ୟବିତ୍ତ, ପଛୁଆବର୍ଗ ସମସ୍ତଙ୍କ ସ୍ବପ୍ନ ପୁରଣ ହେବ । ବଜେଟରେ ସବୁ ବର୍ଗର ଲୋକଙ୍କୁ ପ୍ରୋତ୍ସାହନ ମିଳିବ । ମହିଳାଙ୍କୁ ସର୍ବାଙ୍ଗୀନ ବିକାଶ କରିବ ବଜେଟ । ସଞ୍ଚୟ ଯୋଜନା ସଧାରଣ ମହିଳାଙ୍କୁ ବଳ ଦେବ । ଭିତ୍ତିଭୂମି ଉପରେ ବଡ ନିବେଶ ବ୍ୟବସ୍ଥା, ଯୁବବର୍ଗଙ୍କୁ ଏହା ରୋଜଗାର ଦେବ । ବିକାଶ ପଥରେ ଦେଶକୁ ଆମଗେଇ ନେବ ବଜେଟ ।''

2024 ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଏହା ଅର୍ଥମନ୍ତ୍ରୀଙ୍କ ପଞ୍ଚମ ବଜେଟ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ବିଶେଷକରି ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ଭଳି ବଜେଟ ପ୍ରସ୍ତୁତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.