ETV Bharat / bharat

Budget 2023: ଭିତ୍ତିଭୂମି ବିକାଶ ଲାଗି ବଡ଼ ଘୋଷଣା, 33 ପ୍ରତିଶତ ବଢିଲା ବ୍ୟୟ ଅଟକଳ

author img

By

Published : Feb 1, 2023, 1:22 PM IST

Updated : Feb 1, 2023, 1:39 PM IST

ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୩ ଉପସ୍ଥାପନ କରୁଛନ୍ତି । ଆର୍ଥିକ ବର୍ଷ ୨୦୨୩-୨୪ ବଜେଟରେ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇଛି । ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୧୦ଲକ୍ଷ କୋଟିକୁ ବ୍ୟୟ ଅଟକଳ ବୃଦ୍ଧି ପାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

Budget 2023
Budget 2023

ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ପୁନରୁଦ୍ଧାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଭିତ୍ତିଭୂମି । ବୁଧବାର ଆଗତ ହୋଇଥିବା କେନ୍ଦ୍ର ବଜେଟ ୨୦୨୩-୨୪ରେ ଭିତ୍ତିଭୂମି ଉପରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଦେଶର ଭିତ୍ତିଭୂମି ବିକାଶ ଲାଗି ବ୍ୟୟ ଅଟକଳକୁ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ପୁଞ୍ଜି ନିବେଶ ୩୩ ପ୍ରତିଶତ ବୃଦ୍ଧି କରାଯାଇ ଏହା ୧୦ ଲକ୍ଷ କୋଟି ଟଙ୍କା କରାଯିବ । ଭିତ୍ତିଭୂମି ଯେପରିକି ସଡ଼କ, ରାଜପଥ, ରେଳ, ଆବାସ, ସହରୀକରଣ ଆଦି ଲାଗି ପୁଞ୍ଜି ନିବେଶକୁ ବୃଦ୍ଧି କରାଯାଇଛି । ଯାହାକି ସିଧାସଳଖ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ହେବ ।

infrastructure development
ଭିତ୍ତିଭୂମି ବିକାଶ ଲାଗି ବଡ଼ ଘୋଷଣା, 33 ପ୍ରତିଶତ ବଢିଲା ବ୍ୟୟ ଅଟକଳ

ଏହା ବି ପଢନ୍ତୁ- Budget 2023: ବଜେଟରେ ବଡ ଘୋଷଣା, ନିଯୁକ୍ତି ପାଇବେ 38 ହଜାରରୁ ଅଧିକ ଶିକ୍ଷକ

କେନ୍ଦ୍ର ବଜେଟ ୨୦୨୩-୨୪ରେ ରେଳ ବିଭାଗର ଭିତ୍ତିଭୂମି ବିକାଶ ଲାଗି ୨.୪୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ଆର୍ଥିକ ବର୍ଷରେ ରାଜସ୍ବ ବ୍ୟୟ ଅଧିକ ଥିବା ସତ୍ତ୍ବେ କେନ୍ଦ୍ର ସରକାର ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ବାରୋପ କରିଆସିଛନ୍ତି । ସଡ଼କ, ପରିବହନ ମନ୍ତ୍ରଣାଳୟ ଲାଗି ୨୦୧୭-୧୮ ବଜେଟରେ ୫୯,୬୩୬ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ହେଲେ ଚଳିତ ବର୍ଷ ଏହାକୁ ୧,୯୯,୧୦୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି କ୍ଷେତ୍ରରେ ବଜେଟ ବୃଦ୍ଧି ହେବା ପରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ସରକାର କହିଛନ୍ତି ଯେ ଏହାଦ୍ବାରା ଜାତୀୟ ରାଜପଥ ଓ ସଡ଼କ ନିର୍ମାଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ଏହା ବି ପଢନ୍ତୁ- Budget 2023: ଆସିବ Dekho Apna Desh, ପର୍ଯ୍ୟଟନରେ ଯୁବଗୋଷ୍ଠୀଙ୍କ ଲାଗି ନିଯୁକ୍ତି ସୁଯୋଗ

ଗତ ୨୦୧୬ ମସିହାରେ ୬୦୬୧ କିଲୋମିଟର ରାସ୍ତା ନିର୍ମାଣ ହୋଇଥିବା ବେଳେ ୨୦୨୨ ମସିହାରେ ଏହା ୧୦,୪୫୭ କିଲୋମିଟର ଜାତୀୟ ରାଜପଥ ଓ ସଡ଼କ ନିର୍ମାଣ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବଜେଟ ଉପସ୍ଥାପନ ପୂର୍ବରୁ ଯୁଗ୍ମ ସଂସଦକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ଯେ ନ୍ୟାସନାଲ ହାଇୱେ ନେଟୱର୍କରେ ଗତ ୮ବର୍ଷ ମଧ୍ୟରେ ୫୫ ପ୍ରତିଶତ ବୃଦ୍ଧି ଘଟିଛି । ସରକାର ଭାରତମାଲା ପ୍ରକଳ୍ପ ମାଧ୍ୟମରେ ୫୫୦ ଜିଲ୍ଲାରେ ହାଇୱେର ସଂଯୋଗୀକରଣ କରିବା ଲାଗି ଯୋଜନା କରି ଏହା ଉପରେ କାର୍ଯ୍ୟ ଜାରି ରଖିଛନ୍ତି ।

Last Updated : Feb 1, 2023, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.