ETV Bharat / bharat

Union Budget 2023: ଫୋକସରେ ନିର୍ବାଚନ, ଆଦିମ ଜନଜାତି ବିକାଶ ଲାଗି ୧୫ହଜାର କୋଟି

author img

By

Published : Feb 1, 2023, 3:46 PM IST

ଆସନ୍ତା ୨୦୨୪ ନିର୍ବାଚନ ଦୃଷ୍ଟିରେ ରଖି ଆଦିବାସୀ ସମ୍ପ୍ରଦାୟ ଓ ଅଳ୍ପ ସଂଖ୍ୟକ ଶ୍ରେଣୀଙ୍କ ଲାଗି ବଜେଟରେ ସ୍ବତନ୍ତ୍ର ଗୁରୁତ୍ବାରୋପ କରାଯାଇଛି । ଏହି ଶ୍ରେଣୀର ବିକାଶ ଲାଗି ୧୫ ହଜାର କୋଟି ବ୍ୟୟ ବରାଦ ହୋଇଥିବା ବେଳେ ଉପକୃତ ହେବେ ୩.୫ ଲକ୍ଷ ଆଦିବାସୀ ସମ୍ପ୍ରଦାୟ । ଅଧିକ ପଢନ୍ତୁ

Budget for tribals
Budget for tribals

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ରେ ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଆଦିମ ଜନଜାତିଙ୍କ ବିକାଶ ଉପରେ ସରକାର ସ୍ବତନ୍ତ୍ର ଗୁରୁତ୍ବାରୋପ କରିଛନ୍ତି । ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା ବେଳେ ଆଦିବାସୀ ଓ ଅଳ୍ପ ସଂଖ୍ୟକ ଶ୍ରେଣୀଙ୍କ ବିକାଶ ଲାଗି ୧୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବୁଧବାର ଲୋକସଭାରେ ବଜେଟ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ PVTG (particularly vulnerable tribal groups) ବିକାଶ ମିଶନ ମାଧ୍ୟମରେ ଏମାନଙ୍କ ବିକାଶ କରାଯିବ ।

ସମାଜରେ ଥିବା ଅସୁରକ୍ଷିତ ଗୋଷ୍ଠୀଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଲାଗି ପ୍ରଧାନମନ୍ତ୍ରୀ PVTG ବିକାଶ ମିଶନକୁ ଲଞ୍ଚ କରାଯାଇଛି । ଆସନ୍ତା ୩ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆଦିବାସୀଙ୍କ ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ସ୍ବଚ୍ଛତା, ମୌଳିକ ଭିତ୍ତିଭୂମିର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ୩.୫ଲକ୍ଷ ଆଦିବାସୀ ସମ୍ପ୍ରଦାୟ ଉପକୃତ ହେବେ । କେନ୍ଦ୍ର ବଜେଟ ୨୦୨୩ ଅଭିଭାଷଣ ବେଳେ ଏ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହା ବି ପଢନ୍ତୁ- Union Budget 2023: ଅମୃତକାଳର ପ୍ରଥମ ବଜେଟ, ଦେଶର ସ୍ୱପ୍ନକୁ ସାକାର କରିବ: ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଓଡ଼ିଶା ତଥା ଝାଡ଼ଖଣ୍ଡର ନିର୍ବାଚନକୁ ଲକ୍ଷ୍ୟରେ ରଖି ଆଦିମ ଜନଜାତିଙ୍କ ବିକାଶ ଉପରେ ବଜେଟରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି । ବର୍ତ୍ତମାନ ଭାରତର ଅର୍ଥନୀତି ସଠିକ ରାସ୍ତାରେ ଅଗ୍ରଗତି କରୁଛି । ଏହାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଯୋଜନା କରାଯାଉଥିବା ନେଇ ଅର୍ଥମନ୍ତ୍ରୀ କହିଛନ୍ତି । ଗତ ୯ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ଦେଶର ସର୍ବବୃହତ ଅର୍ଥନୀତିର ୫ମ ସ୍ଥାନରେ ରହିଛି । ଏହା ପୂର୍ବରୁ ଦଶମ ସ୍ଥାନରେ ରହିଥିବା ବେଳେ ଏବେ ୫ମ ସ୍ଥାନରେ ରହିଛି । ଭାରତର ନାଗରିକମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଏହି ବଜେଟରେ ଲକ୍ଷ୍ୟ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.