ETV Bharat / bharat

Union Budget 2023: ଅମୃତକାଳର ପ୍ରଥମ ବଜେଟ, ଦେଶର ସ୍ୱପ୍ନକୁ ସାକାର କରିବ: ପ୍ରଧାନମନ୍ତ୍ରୀ

author img

By

Published : Feb 1, 2023, 2:37 PM IST

Updated : Feb 1, 2023, 3:50 PM IST

ବଜେଟ ଉପସ୍ଥାପନା ପରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ ମାନେ ବଜେଟକୁ ନେଇ ମନ୍ତବ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଛନ୍ତି ବଜେଟ । ବଜେଟରେ ପ୍ରତିରକ୍ଷା, ରେଳବାଇ, ଗୃହ, ସଡକ ପରିବହନ, ଗ୍ରାମୀଣ ବିକାଶ, କୃଷି ଭଳି ମନ୍ତ୍ରଣାଳୟ ପାଇଁ ସରକାର ଭଣ୍ଡାର ଖୋଲି ଦେଇଛନ୍ତି ।

  • First budget of Amrit Kaal will build a strong foundation for building a developed India. This budget will fulfil dreams of aspirational society including poor people, middle-class people, farmers: PM Narendra Modi on #UnionBudget2023

    (Source: DD) pic.twitter.com/AkrIl5pr1h

    — ANI (@ANI) February 1, 2023 " class="align-text-top noRightClick twitterSection" data=" ">

ବଜେଟ ଉପସ୍ଥାପନା ପରେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ ମାନେ ବଜେଟକୁ ନେଇ ମନ୍ତବ୍ୟ ରଖିଛନ୍ତି । ବଜେଟ ଆଗତ ପରେ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଦେଶ ଅମୃତ କାଳରେ ପ୍ରବେଶ କରିଛି । ଅମୃତକାଳର ଏହା ପ୍ରଥମ ବଜେଟ । ଏହି ବଜେଟ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଦୃଢଭିତ୍ତିଭୂମି ପକାଇବ । ଏହି ବଜେଟ ଗରିବ , ମଧ୍ୟବିତ୍ତ, କୃଷକ ସମେତ ସମାଜର ଆକାଂକ୍ଷାକୁ ସାକାର କରିବ ।"

"ବଜେଟ 2023-24 ଦେଶରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆମର ଲକ୍ଷ୍ୟ 5 ଟ୍ରିଲିୟନ ଡଲାରର ଅର୍ଥନୀତି ହାସଲ ପାଇଁ ବଜେଟ ସହାୟକ ହେବ । ଆଗାମୀ କିଛି ବର୍ଷ ମଧ୍ୟରେ ‘ଶ୍ରେଷ୍ଠ ତିନି’ ଅର୍ଥନୀତି ହେବାର ଲକ୍ଷ୍ୟ ଏହି ବଜେଟ ପୂରଣ କରିବ", ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

  • It was a revolutionary budget that will give relief to every section of society. New income-tax rates give relief to individuals. The outlay for PM Awaas Yojana has been enhanced by 66% in this budget, I welcome this: Haryana CM ML Khattar#UnionBudget2023 pic.twitter.com/W1E0YL4W9c

    — ANI (@ANI) February 1, 2023 " class="align-text-top noRightClick twitterSection" data=" ">

"ବଜେଟରେ ମହିଳାଙ୍କ ସମ୍ମାନ ପାଇଁ ବ୍ୟବସ୍ଥା କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି । ବଜେଟ ଦେଶବାସୀଙ୍କ ଆଶାକୁ ପୂରଣ କରିବ । କିଶୋରଙ୍କ ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରୀ ସ୍ଥାପନ ଘୋଷଣାକୁ ସ୍ବାଗତ କରୁଛି । ଏକ ଆତ୍ମବିଶ୍ବାର ବଜେଟ ଆଣିଥିବାରୁ ଅର୍ଥମନ୍ତ୍ରୀ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଉଛି", ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ କହିଛନ୍ତି, ଆଜି ଆଗତ ହୋଇଥିବା ବଜେଟ ‘‘୨୦୨୩-୨୪ ରେ ନୂଆ ଭାରତର ସମୃଦ୍ଧିର ସଂକଳ୍ପ । ବଜେଟ ଦ୍ବାରା ୧୩୦ କୋଟି ଦେଶବାସୀଙ୍କ ସେବା କରିବାର ଲକ୍ଷ୍ୟ । ଏହି ବଜେଟ ଗାଁ ଗରିବ, ଯୁବକ, ମହିଳା, ସମାଜ ଓ ରାଷ୍ଟ୍ରର ଉତ୍ଥାନ କରିବ । ଏହି ବଜେଟ ଭାରତକୁ ଆର୍ଥିକ ମହାଶକ୍ତି କରିବା ପାଇଁ ଡ ପଦକ୍ଷେପ ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଏହି ବଜେଟ ଆଗାମୀ ୨୫ ବର୍ଷର ବଜେଟ । ଦେଶର ସବୁ ବର୍ଗର ଲୋକଙ୍କୁ ଧ୍ୟାନରେ ରଖି ବଜେଟ ପ୍ରସ୍ତୁତ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଭିକେ ସିଂ କହିଛନ୍ତି ଗତ ବଜେଟକୁ ଆଧାର କରି ଭବିଷ୍ୟତ ଭାରତକୁ ଲକ୍ଷ୍ୟ ରଖି ଏହି ବଜେଟ ପ୍ରସ୍ତୁତ ହୋଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଅର୍ଥମନ୍ତ୍ରୀଙ୍କ ଏହି ବଜେଟ ଅମୃତକାଳର ସ୍ତମ୍ଭ ରଖିବ। ବଜେଟ ୧୩୦ କୋଟି ଦେଶବାସୀଙ୍କ ଆଶା ପୂରଣ କରିବ । ବଜେଟ ସମସ୍ତଙ୍କ ଜୀବନ ଧାରଣକୁ ସହଜ ସରଳ କରିବ । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ‘‘ ଭାରତର ମଡେଲ ଆଜି ସାରା ଦୁନିଆ ଗ୍ରହଣ କରିଛି । ଭାରକ ଆଗକୁ ବଢୁଛି । ଦେଶର ଆର୍ଥିକ ବିକାଶ ଦେଖି ବିରୋଧୀ ବିଚଳିତ । ତେଣୁ ବଜେଟକୁ ଗ୍ରହଣ କରିପାରୁନାହାାଁନ୍ତି ବିରୋଧୀ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ‘‘ ଅମୃତକାଳର ଏହା ପ୍ରଥମ ବଜେଟ । ଏହି ବଜେଟ ଗରିବୀ, କିଶାନ, ଆଦିବାସୀ, ଦଳିତ, ବଞ୍ଚିତ, ମଧ୍ୟମ ବର୍ଗଙ୍କୁ ସକ୍ଷମ ସଶକ୍ତ କରିବ । ଏହି ବଜେଟ ଶିଶୁଙ୍କ ପାଠପଢା, ମଧ୍ୟମ ବର୍ଗର ବିକାଶ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ବଜେଟ । କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ବଜେଟ ଇଣ୍ଡିଆ@100 ର ମୂଳଦୂଆ ପଡିଲା । ଏହି ବଜେଟ ଦେଶର ଜ୍ଞାନକୌଶଳ ଓ ଅର୍ଥବ୍ୟବସ୍ଥାକୁ ନୂଆ ଶିଖରକୁ ନେବ । ସର୍ବୋପରି ବଜେଟ ଦେଶବାସୀଙ୍କ ସେବା ପାଇଁ ସମର୍ପିତ ।

କଂଗ୍ରେସ ସଂସଦୀୟ ଦଳନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ‘‘ ଦେଶରେ ଗରିବୀ ବେରୋଜଗାରୀ ମହଙ୍ଗା, ବଢି ଚାଲିଛି । ଏହାକୁ ଧ୍ୟାନରେ ରଖି ବଜେଟ ପ୍ରସ୍ତୁତ କରିବା କଥା । ବଜେଟରେ ଗରିବ, ବଞ୍ଚିତ ମଧ୍ୟମ ବର୍ଗ, ମହିଳା ଓ ଚାଷୀଙ୍କ ପାଇଁ କିଛି ନାହିଁ । ଏହି ବଜେଟ କିଛି ପୁଞ୍ଜିପତିଙ୍କ ପାଇଁ ଉଦ୍ଦିଷ୍ଟ ।


ସେପଟେ ବିରୋଧୀ କଂଗ୍ରେସ ସାଂସଦ ଶିଶୀ ଥରୁର କହିଛନ୍ତି ବଜେଟରେ କିଛି ଭଲ ରହିଛି । କିନ୍ତୁ ଏମଏନଆରଇଜିଏ ରୋଜଗାର, ଗ୍ରାମୀଣ ଭାରତ, ନିଯୁକ୍ତି ପାଇଁ ବିଶେଷ କିଛି ବ୍ୟବସ୍ଥା ନାହିଁ । ଏହା ଏକ ପ୍ଳବିକ ବଜେଟ । ସମାଜର ପ୍ରତ୍ୟେକ ସ୍ତରକୁ ବଜେଟ ସହାୟକ ହେବ । ନୂତନ ଆୟକର ସ୍ଲାବ ଆସିଥିବାରୁ ଏହା ଦେଶବାସୀଙ୍କୁ ସହାୟକ ହେବ ବୋଲି ହରିୟାଣ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ବିରୋଧୀ କଂଗ୍ରେସ ସାଂସଦ ଶିଶୀ ଥରୁର କହିଛନ୍ତି ବଜେଟରେ କିଛି ଭଲ ରହିଛି । କିନ୍ତୁ ଏମଏନଆରଇଜିଏ ରୋଜଗାର, ଗ୍ରାମୀଣ ଭାରତ, ନିଯୁକ୍ତି ପାଇଁ ବିଶେଷ କିଛି ବ୍ୟବସ୍ଥା ନାହିଁ ।

Last Updated :Feb 1, 2023, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.