ETV Bharat / bharat

ଓଲଟିଲା ନାଇଟକୋଚ ବସ: 2 ମୃତ, 24 ଆହତ

author img

By

Published : Feb 17, 2021, 9:30 PM IST

Uncontrolled passenger bus overturned, two people dead and more than 20 injured
ଓଲଟିଲା ନାଇଟକୋଚ ବସ :2 ମୃତ,24 ଆହତ

ରାଜସ୍ଥାନର ଦଉସା ଜିଲ୍ଲାରେ ମହୁଆ ସବଜିଭିଜନ ନିକଟରେ ଓଲଟିଲା ବସ । 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 24 ଆହତ । ଅଧିକ ପଢନ୍ତୁ...

ଜୟପୁର : ରାଜସ୍ଥାନର ଦଉସା ଜିଲ୍ଲାରେ ମହୁଆ ସବଜିଭିଜନ ନିକଟରେ ଓଲଟିଲା ବସ । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 24 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଅନୁସାରେ, ବସଟି ଜୟପୁରରୁ ପାଟନାକୁ ଯାଉଥିଲା ବେଳେ ଭାରସାମ୍ୟ ହରାଇ ମହୁଆ ସବଡିଭିଜନ ଅଞ୍ଚଳର କିର୍ତ୍ତୀ ନାଙ୍ଗଲା ପାଲି ଗ୍ରାମ ନିକଟରେ ଓଲଟି ପଡିଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମହୁଆ କମ୍ୟୁନିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ଆହତ ମାନଙ୍କୁ କଥା ବୁଝିବା ପାଇଁ ସ୍ଥାନୀୟ ବିଧାୟକ ମଧ୍ୟ ମେଡିକାଲରେ ପହଞ୍ଚି ଥିଲେ । ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ । ତେବେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ୟୁପି ଏବଂ ବିହାର ହୋଇଥିବା ଜଣାପଡିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

I

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.