ETV Bharat / bharat

UK PM in New Delhi: ଭାରତ ଗସ୍ତକୁ ନେଇ ମୁଁ ଉତ୍ସାହିତ: ପ୍ରଧାନମନ୍ତ୍ରୀ ଋଷି ସୁନକ

author img

By ETV Bharat Odisha Team

Published : Sep 8, 2023, 4:23 PM IST

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ଋଷି ସୁନକ । ପରେ G20 ଶିଖର ସମ୍ମିଳନୀରେ ସାମିଲ ହେବେ । ଏହା ବ୍ୟତୀତ ଭାରତ- ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ମଧ୍ୟ କରିବେ । ସେପଟେ ଆଜି ସଂଧ୍ୟା 6.45 ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନୂଆଦିଲ୍ଲୀରେ ପହଞ୍ଚିବେ । ଜୋ ବାଇଡେନଙ୍କୁ କେନ୍ଦ୍ରମନ୍ତ୍ରୀ ଭିକେ ସିଂ ସ୍ବାଗତ କରିବେ । ଅଧିକ ପଢନ୍ତୁ

UK PM in New Delhi: ଭାରତ ଗସ୍ତକୁ ନେଇ ମୁଁ ଉତ୍ସାହିତ: ବ୍ରିଟେନ  ପ୍ରଧାନମନ୍ତ୍ରୀ ଋଷି ସୁନକ
UK PM in New Delhi: ଭାରତ ଗସ୍ତକୁ ନେଇ ମୁଁ ଉତ୍ସାହିତ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

UK PM in New Delhi: ଭାରତ ଗସ୍ତକୁ ନେଇ ମୁଁ ଉତ୍ସାହିତ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ସହ ବିମାନରୁ ଓହ୍ଲାଇ ଭାରତ ମାଟି ଛୁଇଁଲେ ଉଭୟ ଦମ୍ପତି । ବିମାନ ବନ୍ଦରରେ ଋଷି ସୁନକଙ୍କୁ ଭବ୍ୟ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ଗତ ବର୍ଷ ଅକ୍ଟୋବରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ । ପାରମ୍ପରିକ ଆସାମୀ ସଂଗୀତ ନୃତ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଛି । ବିମାନ ବନ୍ଦରରୁ ବ୍ରିଟେନ ପ୍ରଧାନ ମନ୍ତ୍ରୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ସିଧା ହୋଟେଲ ସାଙ୍ଗରୀ ଲା, କୁ ଯାଇଛନ୍ତି ।

ଏହାବି ପଢନ୍ତୁ- G20 Summit Delhi: କେଉଁ ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ ଆସୁଛନ୍ତି, କେଉଁଠି ରହିବେ ?

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ଋଷି ସୁନକ । ପରେ G20 ଶିଖର ସମ୍ମିଳନୀରେ ସାମିଲ ହେବେ । ଏହା ବ୍ୟତୀତ ଭାରତ- ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ମଧ୍ୟ କରିବେ । ସେପଟେ ଆଜି ସଂଧ୍ୟା 6.45 ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନୂଆଦିଲ୍ଲୀରେ ପହଞ୍ଚିବେ । ଜୋ ବାଇଡେନଙ୍କୁ କେନ୍ଦ୍ରମନ୍ତ୍ରୀ ଭିକେ ସିଂ ସ୍ବାଗତ କରିବେ । ପରେ ଜୋ ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ ପାଇଁ ଯିବେ ।

ଏହାବି ପଢନ୍ତୁ- G20 summit: 3 ଦିନରେ 15 ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଭାରତ ଗସ୍ତରେ ଆସିବା ବେଳେ ବିମାନରେ ବ୍ରିଟିଶ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁନକ କହିଛନ୍ତି ‘‘ଭାରତଗସ୍ତକୁ ନେଇ ମୁଁ ଉତ୍ସାହିତ ଅଛି । ଭାରତ ଏମିତି ଏକ ଦେଶ... ଯେଉଁ ଦେଶ ମୋର ହୃଦୟରେ ସବୁବେଳେ ଅଛି । ଦୁଃଖ ଲାଗୁଥିଲା କିଛି ବର୍ଷ ହେଲା ମୁଁ ଭାରତ ଆସିପାରିନଥିଲି । ପୂର୍ବରୁ ପ୍ରତି ବର୍ଷ ଫେବୃୟାରୀରେ ମୁଁ ପରିବାର ସହ ଭାରତ ଆସୁଥିଲି । ମୁଁ କେଉଁଠାରେ ଦେଖିଥିଲି ମୋତେ ଭାରତର ଜ୍ବାଇଁ କୁହାଯାଉଛି । ଏହା କେହି କେହି ଶ୍ରଦ୍ଧାରେ କହିଥାଇପାରନ୍ତି । ସବୁବେଳେ ଭାରତ ମୋର ହୃଦୟରେ ରହିବ । ଆଜି ପତ୍ନୀ ଅକ୍ଷତାଙ୍କ ସହ ଭାରତ ଗସ୍ତକୁ ନେଇ ମୋର ଉତ୍ସାହକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରୁନାହିଁ ବୋଲି ସୁନକ କହିଛନ୍ତି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.