ETV Bharat / bharat

Same Sex Marriage: ବିହାର ରୋହତାସରେ ପରସ୍ପରକୁ ବିବାହ କଲେ 2 ନାବାଳିକା

author img

By

Published : Jul 14, 2023, 9:59 PM IST

Etv Bharat
Etv Bharat

ବିହାର ରୋହତାସରେ ପରସ୍ପରକୁ ବିବାହ କଲେ 2 ବନ୍ଧୁ । ବିବାହ ପରେ ସିଧା ପହଞ୍ଚିଲେ ପୋଲିସ ଷ୍ଟେସନ। ଅଧିକ ପଢନ୍ତୁ

ପାଟନା: ବିହାର ରୋହତାସରେ ବିବାହ ବନ୍ଧନରେ ଆବଦ୍ଧ ହେଲେ 2 ଯୁବତୀ । ଏହି ସମଲିଙ୍ଗୀ ବିବାହକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି 2 ଯୁବତୀ ବିବାହ କରିବା ପରେ ସିଧା ଥାନାରେ ପହଞ୍ଚିଥିଲେ ଓ ନିଜ ସୁରକ୍ଷା ଲାଗି ପୋଲିସ ନିକଟରେ ଗୁହାରି କରିଥିଲେ । ଏହି 2 ଯୁବତୀ ବନ୍ଧୁ ଥିବା ବେଳେ ଘରୁ ପଳାୟନ କରି ବିବାହ କରିଛନ୍ତି । ଘଟଣାଟି ସୂର୍ଯ୍ୟପୁରା ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସୂର୍ଯ୍ୟପୁରା ଥାନା ଅଧୀନସ୍ଥ ଅଲିଗଞ୍ଜ ଅଞ୍ଚଳର ଅଧିବାସୀ ହେଉଛନ୍ତି ଏହି 2 ଯୁବତୀ । ଜଣେ ଯୁବତୀ ବିଏ ଦ୍ବିତୀୟ ବର୍ଷର ଛାତ୍ରୀ ହୋଇଥିବା ବେଳେ ଅନ୍ୟ ଜଣକ ଚଳିତ ବର୍ଷ ମାଟ୍ରିକ ପାସ କରିଛନ୍ତି । ଉଭୟ ଅନେକ ଦିନ ଧରି ଯୋଗାଯୋଗରେ ଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ କ୍ରମଶଃ ଏହା ଘନିଷ୍ଠ ହୋଇଥିଲା । ଉଭୟ ମିଶି ଟ୍ୟୁସନ ଯାଉଥିବା ବେଳେ ସାଥୀରେ ଅଧିକ ସମୟ ରହୁଥିଲେ । ଉଭୟ ପରସ୍ପରର ସହିତ ସମୟ ବିତାଇବା ଲାଗି ବେଶ ପସନ୍ଦ କରୁଥିଲେ । ଉଭୟଙ୍କ ଘର ସାମ୍ନାସାମ୍ନି ଥିବାରୁ ଅଧିକ ସମୟ ସାଥୀରେ ବିତାଉଥିଲେ ଏହି 2 ବନ୍ଧୁ ।

ଏହା ବି ପଢନ୍ତୁ- ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ, କୋର୍ଟ ମ୍ୟାରେଜ ପାଇଁ ଆବେଦନ

ପୋଲିସର କହିବା ଅନୁସାରେ ଥାନାରେ ପହଞ୍ଚିଥିବା ଏହି 2 ଜଣ ଯୁବତୀ ଛୋଟବେଳୁ ପରସ୍ପରର ବନ୍ଧୁ ଥିଲେ । ପଡ଼ୋଶୀ ହୋଇଥିବାରୁ ଅଧିକ ସମୟ ସାଥୀରେ ବିତାଉଥିଲେ । ଏବେ ଦୁଇ ଜଣ ଘରୁ ପଳାୟନ କରି ଭଲୁନି ଭବାନୀ ଧାମରେ ସାତ ଫେରେ ନେବା ସହ ବିବାହ କରିଛନ୍ତି । ଏହି 2 ଯୁବତୀ ପୋଲିସକୁ କହିଛନ୍ତି ଯେ ସେମାନେ ବିବାହ କରିସାରିଥିବାରୁ ଏବେ ସାଥୀରେ ରହିବେ । ଯଦି ପରିବାର ସେମାନଙ୍କ ବିବାହକୁ ସ୍ବୀକୃତି ଦେବେ ନାହିଁ, ତେବେ ସେମାନେ ବାହାରେ ଅଲଗା ରହିବେ ବୋଲି କହିଥିବା ପୋଲିସ କହିଛି ।

ଏହି 2 ଯୁବତୀ ଏବେ ନାବାଳିକା ଥିବାରୁ ଏମାନଙ୍କ ବିବାହ ଆଇନ ଅନୁସାରେ ବୈଧ ନୁହେଁ । ଏଣୁ ଉଭୟଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂର୍ଯ୍ୟପୁରା ଥାନା ଅଧିକାରୀ ପ୍ରିୟା କୁମାରି କହିଛନ୍ତି । ସୂଚନା ଥାଉ କି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ମଧ୍ୟ ଏପରି ସମଲିଙ୍ଗୀ ବିବାହ ସାମ୍ନାକୁ ଆସିଥିଲା । ବରେଲିରେ 2ଜଣ ଯୁବତୀ ପରସ୍ପରକୁ ବିବାହ କରିବା ପରେ ଏସଡିଏମ କୋର୍ଟରେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.