ETV Bharat / bharat

ପୂର୍ଣ୍ଣ ହେଲା ସୁପ୍ରିମକୋର୍ଟର ବିଚାରପତି ଆସନ, ନିଯୁକ୍ତି ପାଇଲେ ୨ ବିଚାରପତି

author img

By

Published : Feb 10, 2023, 1:34 PM IST

HC CJs elevated to SC
HC CJs elevated to SC

ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଆସନ ପୂର୍ଣ୍ଣ ହୋଇଛି । ପୂର୍ବରୁ ୩୨ଜଣ ବିଚାରପତି ରହିଥିବା ବେଳେ ୨ଟି ପଦବୀ ଖାଲି ପଡିଥିଲା । ଆଜି ଆଉ ୨ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୂରଣ ହେଲା ସୁପ୍ରିମକୋର୍ଟର ବିଚାପତି ପଦବୀ । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ଦୁଇ ନୂଆ ବିଚାରପତି । ଆହ୍ଲାବାଦ ଏବଂ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • As per the provisions under the Constitution of India, Hon’ble President of India has appointed the following Chief Justices of High Courts as Judges of the Supreme Court. My best to them.
    1.Rajesh Bindal, Chief Justice, Allahabad HC.
    2.Aravind Kumar, Chief Justice, Gujarat HC

    — Kiren Rijiju (@KirenRijiju) February 10, 2023 " class="align-text-top noRightClick twitterSection" data=" ">

ସେ କହିଛନ୍ତି," ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ହାଇକୋର୍ଟର ଏହି ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇରକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି କରାଯାଇଛି । ସେମାନଙ୍କୁ ମୋର ଶୁଭେଚ୍ଛା । "

ଏହା ମଧ୍ୟ ପଢନ୍ତୁ: Supreme Court: ନିଯୁକ୍ତି ପାଇଲେ ୫ ନୂଆ ବିଚାରପତି

ପୂର୍ବରୁ ଫେବୃଆରୀ ୪ ତାରିଖରେ ସୁପ୍ରିମକୋର୍ଟରେ ୫ ଜଣ ବିଚାରପତି ନିଯୁକ୍ତି ପାଇଥିଲେ । ନୂଆ ନିଯୁକ୍ତି ପାଇଥିବା ବିଚାରପତିମାନେ ହେଲେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ ମିଶ୍ରା । ଜଷ୍ଟିସ ପଙ୍କଜ ମିତ୍ତଲ ଏବେ ରାଜସ୍ଥାନ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ରହିଛନ୍ତି । ସେ ପୂର୍ବରୁ ଜମ୍ମୁକାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ । ୫ ଜଣ ବିଚାରପତି ନିଯୁକ୍ତି ହେବା ପରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିଲା । ମୋଟ ୩୪ଟି ସ୍ଥାନ ରହିଥିବା ବେଳେ ଆଜି ପୂରଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ: UP Global Investors Summit: ୟୁପି ବିଶ୍ବ ନିବେଶକ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗତ ଡିସେମ୍ବର ୧୩ ତାରିଖରେ ୫ ହାଇକୋର୍ଟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ କଲିଜିୟମ ଦ୍ବାରା ସୁପାରିଶ କରାଯାଇଥିଲା । ଏହାପରେ ଗତ ସୋମବାର ଦିନ ବିଧିବଦ୍ଧ ଭାବେ ସେମାନେ ନିଯୁକ୍ତି ପାଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟର ସୁପାରିସ ଅନୁସାରେ କେନ୍ଦ୍ର ପକ୍ଷରୁ ମୋହର ଲଗାଯାଇଥିଲା । ଏହାପରେ ୨ଟି ପଦବୀ ପାଇଁ ପୂରଣ ହୋଇପାରିନଥିବା ବେଳେ ଆଜି ସମ୍ପୂର୍ଣ୍ଣ ହୋଇଛି । ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇରକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବଚାରପତି ଭାବେ ନିଯୁକ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.