ETV Bharat / bharat

Supreme Court: ନିଯୁକ୍ତି ପାଇଲେ ୫ ନୂଆ ବିଚାରପତି

author img

By

Published : Feb 4, 2023, 10:00 PM IST

ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଲେ ୫ ନୂଆ ବିଚାରପତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Supreme Court
Supreme Court

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ୫ ନୂଆ ବିଚାରପତି । ଏନେଇ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଡିସେମ୍ବର ୧୩ ତାରିଖରେ ୫ ହାଇକୋର୍ଟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ କଲିଜିୟମ ଦ୍ବାରା ସୁପାରିଶ କରାଯାଇଥିଲା । ଏହି ୫ ନୂଆ ବିଚାରପତି ନିଯୁକ୍ତି ପାଇବା ପରେ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏବେ ଆଉ ୨ଟି ବିଚାରପତି ପଦବୀ ଖାଲି ରହିଥିବା ମଧ୍ୟ ସୂଚନା ମିଳିଛି ।

Supreme Court
ସୁପ୍ରିମକୋର୍ଟରେ ନୂଆ ନିଯୁକ୍ତି ପାଇଲେ ୫ ନୂଆ ବିଚାରପତି

ନୂଆ ନିଯୁକ୍ତି ପାଇଥିବା ବିଚାରପତିମାନେ ହେଉଛନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସୁଦ୍ଦିନ ଅମନୁହ୍ଲା, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ ମିଶ୍ରା । ଜଷ୍ଟିସ ପଙ୍କଜ ମିତ୍ତଲ ଏବେ ରାଜସ୍ଥାନ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ରହିଛନ୍ତି । ସେ ପୂର୍ବରୁ ଜମ୍ମୁକାଶ୍ମୀର ଓ ଲଦାହ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ ।

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପିରେ ଫାଟ ! ୟେଦ୍ଦୁରପ୍ପା କହିଲେ ଏକାଠି ଅଛୁ

ଜଷ୍ଟିସ ସଞ୍ଜୟ କରୋଲ ଏବେ ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ଏହାର ପ୍ୟାରେଣ୍ଟ କୋର୍ଟ ହେଉଛି ହିମାଚଳପ୍ରଦେଶ ହାଇକୋର୍ଟ । ଜଷ୍ଟିସ ପିଭି ସଞ୍ଜୟ କୁମାର ମଣିପୁର ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଉଥିବା ବେଳେ ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ସେ ପ୍ରଥମ କରି ତେଲେଙ୍ଗାନା ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ ।

ସେହିପରି ଜଷ୍ଟିସ ଅହସୁଦ୍ଦିନ ଅମନୁହ୍ଲା ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବେଳେ ପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ୟାରେଣ୍ଟ ହାଇକୋର୍ଟ ହେଉଛି ପାଟନା ହାଇକୋର୍ଟ । ଜଷ୍ଟିସ ମନୋଜ ମିଶ୍ରା ଏବେ ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ସେ ଗତ ୨୦୧୧ ନଭେମ୍ବର ୨୧ ତାରିଖରେ ଅତିରିକ୍ତ ବିଚାରପତିରୁ ବିଚାରପତି ଭାବେ ପଦୋନ୍ନତି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.