ETV Bharat / bharat

କାଶ୍ମୀରରେ ଦୁଇଟି ସ୍ଥାନରେ ଗ୍ରେନେଡ ଆକ୍ରମଣ, ଜଣେ CRPF ଯବାନ ଆହତ

author img

By

Published : Mar 19, 2022, 10:25 PM IST

ଦକ୍ଷିଣ କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀଙ୍କ ଗାଡି ଉପରେ ଆତଙ୍କୀ ହମଲା । ଗ୍ରେନେଡ ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ଆହତ । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

କାଶ୍ମୀରରେ ଗ୍ରେନେଡ ଆକ୍ରମଣ, ଜଣେ CRPF ଯବାନ ଆହତ
କାଶ୍ମୀରରେ ଗ୍ରେନେଡ ଆକ୍ରମଣ, ଜଣେ CRPF ଯବାନ ଆହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଏବଂ ଟ୍ରାଲ୍ ଅଞ୍ଚଳରେ ପାରାମିଲିଟାରୀ ଫୋର୍ସ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଆଜି (ଶନିବାର) ସନ୍ଧ୍ୟାରେ ଉଭୟ ସ୍ଥାନରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ 8:10 ସମୟରେ ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାର ଜାଇନାପୋରା ଅଞ୍ଚଳରେ ଥିବା CRPFର 178 ବାଟାଲିୟନର କ୍ୟାମ୍ପ ଉପରେ ଗ୍ରେନେଡ ଫିଙ୍ଗିଥିଲେ ଆତଙ୍କୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟାଇବା ପରେ ଆତଙ୍କୀ ଉକ୍ତ ସ୍ଥାନରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି ।

ସେହିଭଳି ଦକ୍ଷିଣ ପୁଲୱାମା ଜିଲ୍ଲାର ଟ୍ରାଲ ଅଞ୍ଚଳରେ ଘଟିଛି ଅନ୍ୟ ଏକ ଆକ୍ରମଣ ଘଟଣା । ସେଠାରେ ଥିବା CRPF କ୍ୟାମ୍ପରେ ମଧ୍ୟ ଗ୍ରେନେଡ ମାଡ କରିଛନ୍ତି ଆତଙ୍କୀ । ଏହି ଆକ୍ରମଣରେ କେହି ସୁରକ୍ଷାକର୍ମୀ ଆହତ ହୋଇନଥିବା ସୂଚନା ମିଳିଛି । ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସର୍ଚ୍ଚ ଅପରେସନକୁ ମଧ୍ୟ ସୁରକ୍ଷାବଳ ଜୋରଦାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.