ETV Bharat / bharat

Cyber Fraud: IRCTCରୁ କ୍ୟାନ୍ସେଲ କରୁଥିଲେ ଟିକେଟ, ବ୍ୟାଙ୍କରୁ ଉଡିଗଲା ୩.୫ ଲକ୍ଷ ଟଙ୍କା

author img

By

Published : Aug 11, 2023, 10:36 PM IST

IRCTCରୁ ବନ୍ଦେ ଭାରତର ଏକ୍ସପ୍ରେସର ଟିକେଟ୍‌ କ୍ୟାନ୍ସେଲ ସମୟରେ ଠକେଇର ଶିକାର ହେଲେ ଯାତ୍ରୀ । ତେବେ ଭାରତୀୟ ରେଳବାଇ ଦ୍ବାରା ପରିଚାଳିତ ୱେବସାଇଟରେ କିପରି ହେଲା ଲୁଟ ସେନେଇ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Cyber Fraud
Cyber Fraud

ଥିରୁଅନନ୍ତପୁରମ: ଅନେକ ଯାତ୍ରୀ ରେଳ ଟିକେଟ୍‌ ବୁକ୍‌ କରିବା ଲାଗି ଭାରତୀୟ ରେଳବାଇ ଦ୍ବାରା ପରିଚାଳିତ IRCTCରେ ବୁକିଂ କରିଥାନ୍ତି । ହେଲେ ଏହି ସାଇଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସରେ କରିଥିବା ଟିକେଟ୍‌ର କ୍ୟାନ୍ସେଲ କରିବା ସମୟରେ ଠକେଇର ଶିକାର ହୋଇଛନ୍ତି ଜଳେ ଲୋକ । ଠକମାନେ ତାଙ୍କ ଆକାଉଣ୍ଟ୍‌ରୁ ପ୍ରାୟ ୩.୫ ଲକ୍ଷ ଟଙ୍କା ଚତୁରତାର ସହ ଲୁଟି ନେଇଛନ୍ତି । ଏଭଳି ଏକ ସାଇବର ଠକେଇ କେରଳର କୋଝିକୋଡ ନିକଟ ନାଡାକାଭୁ ବନ୍ଦିପେଟ୍ଟା ଅଧିବାସୀଙ୍କ ସହିତ ଘଟିଛି ।

ମିଳିଥିବା ସୂଚନା ଅନୁସାରେ କୋଝିକୋଡ ଅଧିବାସୀ ଜଣକ ସରକାରୀ ୱେବ୍‌ସାଇଟ IRCTCରୁ ବନ୍ଦେ ଭାରତ ଏକ୍ସପ୍ରେସରେ ଟିକେଟ କରିଥିଲେ । ହେଲେ ଏହାକୁ ସେ ପରବର୍ତ୍ତୀ ସମୟରେ କ୍ୟାନ୍ସଲ କରିଥିଲେ । ଆଉ ଯେତେବେଳେ ଟିକେଟ୍‌ କ୍ୟାନ୍ସଲ କରିବା ଲାଗି ସେ ୱେବସାଇଟ ଖୋଲିଥିଲେ, ଠିକ୍‌ ସେହି ସମୟରେ ଅବିକଳ ଅନ୍ୟ ଏକ ୱେବସାଇଟ୍‌ ତାଙ୍କ ମୋବାଇରଲେ ଖୋଲିଥିଲା । ଏହାପରେ ସେ ୩ଟି ସିକ୍ରେଟ ନୋଟିଫିକେସନ ଓ ୨ଟି OTP ଦେଇଥିଲେ । ଆଉ ଏହାପରେ ଆଖି ପିଛୁଳାକେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ି ଯାଇଥିଲା ୩.୫ ଲକ୍ଷ ଟଙ୍କା ।

ଏହା ବି ପଢନ୍ତୁ- OTP ସେୟାର ନକଲେ ବି ଆକାଉଣ୍ଟରୁ ଟଙ୍କା ଗାଏବ, ସାଇବର ଲୁଟ୍‌ର ଶିକାର ହେଲେ ଯୁବକ

ପ୍ରଥମେ ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ହଡ଼ପ କରିଥିଲେ । ଏହାପରେ ପୁଣି ଆଉ ୫୦ ହଜାର ଟଙ୍କା କଟିଥିଲା । ଆଉ ଏହାପରେ ସଙ୍ଗେ ସଙ୍ଗେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଉ ବ୍ୟାଙ୍କ ଯାଞ୍ଚ କରିବା ବେଳକୁ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ଉଡି଼ଯାଇଥିଲା ୩.୫ ଲକ୍ଷ ଟଙ୍କା । ରାଧାକ୍ରିଷ୍ଣନ ଜଣେ ସରକାରୀ କର୍ମଚାରୀ ଥିବା ବେଳେ ସେ ଚାକିରିରୁ ଅବସର ନେଇସାରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସାଇବର ପୋଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉ କି କୋଝିକୋଡରେ ମଧ୍ୟ ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । କୋଝିକୋଡ ନିବାସୀ ରାଧାକ୍ରିଷ୍ଣନ ଭିଡିଓ କଲ୍‌ ଫାନ୍ଦରେ ଫସି ପ୍ରାୟ ୪୦ ହଜାର ଟଙ୍କା ହରାଇଛନ୍ତି । ଠକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର କରି ତାଙ୍କଠାରୁ ଏହି ଟଙ୍କା ହଡ଼ପ କରିଛନ୍ତି । ଅଭିଯୋଗ ପରେ ଅହମ୍ମଦାବାଦ ନିବାସୀ କୌଶିକ ଶାହଙ୍କ ନିକଟରେ ପହଞ୍ଚିଥିଲା କେରଳ ପୋଲିସ । ଅଭିଯୁକ୍ତ କୌଶିକ ଏଭଳି ଅନେକ ମାମଲାରେ ଅଭିଯୁକ୍ତ ଥିବା ଜାଣିବାକୁ ପାଇଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.