ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 3, 2022, 9:02 PM IST

TOP NEWS@9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1. IAS Reshuffle: ଅରବିନ୍ଦ ପାଢ଼ୀ ହେଲେ କୃଷି ବିଭାଗର ପ୍ରମୁଖ ସଚିବ, ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ସଚିବ

ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀ ହେଲେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ।

2. ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା

ସାତପଡ଼ା ଚିଲିକା ମଝିରେ ଏକ କୁଦରେ ଅଟକିଗଲା ୨୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଡଙ୍ଗା । ଯାତ୍ରୀମାନେ ଦୀର୍ଘ ସମୟ ପରେ ପାଣିକୁ ଓହ୍ଲାଇ ଡଙ୍ଗାଟିକୁ ଠେଲି କୁଦରୁ ବାହର କରିବା ପରେ ଜହ୍ନିକୁଦା ଘାଟ ପେଣ୍ଠ ନିକଟରେ ପହଞ୍ଚିଛନ୍ତି ।

3. ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ, ୭ ମାସରେ ଲୁଟିଲେଣି ୮ କୋଟି

ଚିନ୍ତା ବଢାଇଛି ସାଇବର ଠକେଇ । ନୂଆ ନୂଆ ତାରିକାରେ ରାଜଧାନୀରୁ ୭ ମାସ ମଧ୍ୟରେ ଲୁଟି ନେଲେଣି ପ୍ରାୟ ୮ କୋଟି ।

4. NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖରଙ୍କୁ TDP ସମର୍ଥନ

ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଦଦ୍ବୀପ ଧନଖରଙ୍କୁ TDP ସମର୍ଥନ ଘୋଷଣା । ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସମର୍ଥନ ଦେଇଥିଲା TDP ।

5. ପୁଣି ତାଇଓ୍ୱାନ ବାୟୁସୀମାରେ ପଶିଲା 27 ଚୀନ ଲଢୁଆ ବିମାନ

ପୁଣି ତାଇଓ୍ବାନ ବାୟୁସୀମାରେ ପଶିଲେ ଚୀନ ଲଢୁଆ ବିମାନ । ଆମେରିକା ସ୍ପିକର ଫେରିବା ପରେ ଶକ୍ତି ଦେଖାଇଲା ଡ୍ରାଗନ । ଗତକାଲି ମଧ୍ୟ ତାଇଓ୍ବାନ ସୀମାରେ ପ୍ରବେଶ କରିଥିଲା ଚୀନ ଲଢୁଆ ବିମାନ ।

6. Monkeypox fear: ଦିଲ୍ଲୀରେ 3 କେନ୍ଦ୍ରୀୟ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର ଓ୍ୱାର୍ଡ

ମଙ୍କିପକ୍ସ ସଂକ୍ରମଣକୁ ଦେଖି ସରକାରଙ୍କ ପ୍ରସ୍ତୁତି ଆରମ୍ଭ । ଦିଲ୍ଲୀରେ 3 କେନ୍ଦ୍ରୀୟ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ମଙ୍କିପକ୍ସ ଓ୍ବାର୍ଡ । ଆଇସୋଲେସନ ସହ ରହିଛି ଅନ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ।

7. ନିର୍ବାଚନୀ ପ୍ରଚାରରେ ମାଗଣା ଘୋଷଣା ଉପରେ ଲାଗିବ ରୋକ ! କମିଟି ଗଠନ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ପରାମର୍ଶ

ନିର୍ବାଚନୀ ପ୍ରଚାରରେ ମାଗଣା ତଥା ଶସ୍ତା ଘୋଷଣା ନେଇ ରାଜନୈତିକ ଦଳଙ୍କ ଉପରେ ଉଦବେଗ ପ୍ରକାଶ କଲେ ସର୍ବୋଚ୍ଚ କୋର୍ଟ । ଏକ ଶୀର୍ଷ ତଦାରଖ କମିଟି ଗଠନ ପାଇଁ ମଧ୍ୟ ଦେଲେ ପରାମର୍ଶ ।

8. ଲିଙ୍ଗାୟତ ମଠରେ ଦୀକ୍ଷା ନେଲେ ରାହୁଲ: ପୂଜକ କହିଲେ ହେବେ ପ୍ରଧାନମନ୍ତ୍ରୀ, ମନ୍ତବ୍ୟରେ ହସ୍ତକ୍ଷେପ କଲେ ମଠାଧୀଶ

କର୍ଣ୍ଣାଟକରେ ଲିଙ୍ଗାୟତ ସମ୍ପ୍ରଦାୟର ଏକ ମଠରେ ଦୀକ୍ଷା ନେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜଣେ ମହନ୍ତ କହିଲେ ରାହୁଲ ହେବେ ପ୍ରଧାନମନ୍ତ୍ରୀ । ମୁଖ୍ୟ ମଠାଧୀଶ କହିଲେ ଲୋକମାନେ ହିଁ ନିଷ୍ପତ୍ତି ନେବେ ।

9. Rajya Sabha: ଜୟପୁର ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ: ବିଜେଡି ସାଂସଦ

କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ରାଜ୍ୟସଭାରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି ମାନସ ।

10. Weather Update: ଅଗଷ୍ଟ ୫ରୁ ରାଜ୍ୟରେ ବଢିବ ବର୍ଷା

ଅଗଷ୍ଟ ୫ରୁ ରାଜ୍ୟରେ ବଢିବ ବର୍ଷା । ସୂଚନା ଦେଲା ପାଣିପାଗ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.