ETV Bharat / city

Weather Update: ଅଗଷ୍ଟ ୫ରୁ ରାଜ୍ୟରେ ବଢିବ ବର୍ଷା

author img

By

Published : Aug 3, 2022, 7:54 PM IST

Updated : Aug 3, 2022, 8:36 PM IST

Weather Update: ଅଗଷ୍ଟ ୫ରୁ ରାଜ୍ୟରେ ବଢିବ ବର୍ଷା
Weather Update: ଅଗଷ୍ଟ ୫ରୁ ରାଜ୍ୟରେ ବଢିବ ବର୍ଷା

ଅଗଷ୍ଟ ୫ରୁ ରାଜ୍ୟରେ ବଢିବ ବର୍ଷା । ସୂଚନା ଦେଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ଅଗଷ୍ଟ ୫ ତାରିଖରୁ ରାଜ୍ୟରେ ବଢିବ ବର୍ଷା । ୫ ତାରିଖରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ବର୍ଷାର ବିସ୍ତୃତି ବଢିବ । ଏହର ପ୍ରଭାବରେ ୫ ଜିଲ୍ଲାରେ ଅତି ପ୍ରବଳ ଏବଂ ୧୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

Weather Update: ଅଗଷ୍ଟ ୫ରୁ ରାଜ୍ୟରେ ବଢିବ ବର୍ଷା

ବର୍ତ୍ତମାନ ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁହାଁ ରହିଛି । ହିମାଳୟ ପାଦଦେଶରୁ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପ ରେଖା । ଏହାର ପ୍ରଭାବରେ ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ । ମୌସୁମୀ ନିମ୍ନ ଚାପ ରେଖା ଆଜି(ବୁଧବାର) ପଞ୍ଜାବର ଅମ୍ରିତସରରୁ ବାହାରି ଚଣ୍ଡିଗଡ, ବରେଲୀ, ଫୁରସତଗଞ୍ଜ, ବାରଣାସୀ, ଝାଡ଼ଖଣ୍ଡ ଓ ଓଡ଼ିଶାର ବାଲେଶ୍ବରରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଆସନ୍ତା ୨ ଦିନରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ବଢିବ ।

୫ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୮ ତାରିଖ ଯାଏଁ ଭଲ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 3, 2022, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.