ETV Bharat / international

ପୁଣି ତାଇଓ୍ୱାନ ବାୟୁସୀମାରେ ପଶିଲା 27 ଚୀନ ଲଢୁଆ ବିମାନ

author img

By

Published : Aug 3, 2022, 8:41 PM IST

ପୁଣି ତାଇଓ୍ବାନ ବାୟୁସୀମାରେ ପଶିଲା 27 ଚୀନ ଲଢୁଆ ବିମାନ
ପୁଣି ତାଇଓ୍ବାନ ବାୟୁସୀମାରେ ପଶିଲା 27 ଚୀନ ଲଢୁଆ ବିମାନ

ପୁଣି ତାଇଓ୍ବାନ ବାୟୁସୀମାରେ ପଶିଲେ ଚୀନ ଲଢୁଆ ବିମାନ । ଆମେରିକା ସ୍ପିକର ଫେରିବା ପରେ ଶକ୍ତି ଦେଖାଇଲା ଡ୍ରାଗନ । ଗତକାଲି ମଧ୍ୟ ତାଇଓ୍ବାନ ସୀମାରେ ପ୍ରବେଶ କରିଥିଲା ଚୀନ ଲଢୁଆ ବିମାନ । ଅଧିକ ପଢନ୍ତୁ

ତାଇପେଇ: ଚୀନ-ତାଇଓ୍ବାନ ବିବାଦ ମଧ୍ୟରେ ଜାରି ରହିଥିବା ତିକ୍ତତା କ୍ରମଶଃ ବଢିବାରେ ଲାଗିଛି । ଆଜି ତାଇଓ୍ବାନ ଗସ୍ତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସ୍ପିକର ନାନ୍ସି ପେଲୋସି ସ୍ବେଦେଶ ଫେରିବା ପରେ ପୁଣି ଶକ୍ତି ପ୍ରଦର୍ଶନ କରିଛି ଚୀନ । ତାଇଓ୍ବାନ ବାୟୁସୀମାରେ ଚୀନ ବାୟୁସେନାର 27ରୁ ଅଧିକ ଲଢୁଆ ବିମାନ ପ୍ରବେଶ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଚୀନ ଯୁଦ୍ଧ ବିମାନର ଅନୁପ୍ରବେଶ ନେଇ ତାଇଓ୍ବାନ ପକ୍ଷରୁ ମଧ୍ୟ ଦାବି କରାଯାଇଥିବା ଦେଖିବାକୁ ମିଳିଛି ।

  • 27 Chinese warplanes enter Taiwan's air defence zone: AFP News Agency

    — ANI (@ANI) August 3, 2022 " class="align-text-top noRightClick twitterSection" data=" ">

ଗତକାଲି ମଧ୍ୟ ଏପରି ସମାନ ଘଟଣା ଦେଖିବାକୁ ମିଳିଥିଲା । ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଥିଲା, ଚୀନ ସେନାର 21 ଲଢୁଆ ବିମାନ ତାଇଓ୍ବାନ ବାୟୁସୀମାରେ ପ୍ରବେଶ କରିଥିଲେ । ଦ୍ବୀପରାଷ୍ଟ୍ର ତାଇଓ୍ବାନର ଦକ୍ଷିଣ-ପଶ୍ଚିମ ବାୟୁସୀମାର ପ୍ରବେଶ କରି ଏହି ଲଢୁଆ ବିମାନଗୁଡିକ କିଛି ସମୟ ଶକ୍ତି ପ୍ରଦର୍ଶନ କରି ପୁଣି ଫେରି ଯାଇଥିଲା । ଚୀନ ବାୟୁସେନା ତାଇଓ୍ବାନକୁ କ୍ରମାଗତ ଭୟଭୀତ କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.