ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 13, 2022, 7:02 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Sri Lanka Crisis: ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସେନା ନାକେଦମ

ଶ୍ରୀଲଙ୍କାରେ ଅର୍ଥନୈତିକ ସଂଙ୍କଟ ଏବେ ଉଗ୍ର ରୂପ ନେଇଛି । ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଲୋକେ ଜରୁରୀ ସାମଗ୍ରୀ ଅଭାବରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସେନା ଲୁହବୁହା ଗ୍ୟାସ୍‌ର ପ୍ରୟୋଗ କରିଛି । ବାୟୁସେନା ଚପର୍‌ କମ୍‌ ଉଚ୍ଚତାରେ ଉଡ଼ି ପ୍ରଦର୍ଶନକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛି । ସମସ୍ତ ଚେଷ୍ଟା ଉପରେ ଭାରି ପଡ଼ୁଛନ୍ତି ଆନ୍ଦୋଳନକାରୀ ।

2.କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, 15 ଜୁଲାଇରୁ ବୁଷ୍ଟର ଡୋଜ

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି । ଆସନ୍ତା 15 ତାରିଖରୁ ପରବର୍ତ୍ତୀ 75 ଦିନ ପର୍ଯ୍ୟନ୍ତ 18 ବର୍ଷରୁ ଉର୍ଦ୍ଧ୍ବ ବୟସ ନାଗରିକଙ୍କୁ ମାଗଣା ବୁଷ୍ଟର ଡୋଜ ଦିଆଯିବ । ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୁଷ୍ଟର ଡୋଜ ।

3.ଟଳିନି ବିପଦ : ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରାଜ୍ୟରେ ପୁଣି କାୟା ମେଲାଇଲାଣି କୋରୋନା ମହାମାରୀ । ଧୀରେ ଧୀରେ ଗ୍ରାସିଲାଣି ଅନେକ ଜିଲ୍ଲାକୁ । ଏହି ସଂକ୍ରମଣରୁ ନିଜେ ଓ ଅନ୍ୟକୁ ସୁରକ୍ଷିତ ରଖନ୍ତୁ । ଏଭଳି ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘରୁ ବାହାରିବା ମାତ୍ରେ ମୁହଁରେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

4.ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଏମଡି: ଟଙ୍କା ତିଆରି କାଗଜ ପ୍ରସ୍ତୁତ କାରଖାନା ପାଇଁ ସହଯୋଗ କରିବ ଓଡ଼ିଶା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ ପେପର ମିଲ ଇଣ୍ଡିଆ ଲିମିଟେଡ଼ର ଏମଡି । ବାଲେଶ୍ଵରରେ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା ବାବଦରେ କଲେ ଆଲୋଚନା ।

5.ବିଧାନସଭା ଖବର: ହିତାଧିକାରୀଙ୍କ ପାଖରେ ପହଞ୍ଚିନି କୋଭିଡ ସହାୟତା

ହିତାଧିକାରୀଙ୍କ ପାଖରେ ପହଞ୍ଚି ନାହିଁ କୋଭିଡ ସହାୟତା ଟଙ୍କା । ପ୍ରଥମ ପର୍ଯ୍ୟାୟରେ 2 ଲକ୍ଷ 9 ହଜାର 650 ଜଣ ହିତାଧିକାରୀ କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ 3 ଲକ୍ଷ 64 ହଜାର 495 ଜଣ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

6.ମାତ୍ର ୧୦୦ ଟଙ୍କାରେ ରାତାରାତି ଲକ୍ଷପତି ହୋଇଗଲା କୁନି ଝିଅ

ମାତ୍ର ୧୦୦ ଟଙ୍କାରେ ବଦଳିଗଲା କୁନି ଝିଅର ଭାଗ୍ୟ । ରାତାରାତି ଲକ୍ଷପତି ହୋଇଗଲେ ଗରୀବ ପରିବାର ।

7.ଓଡିଶାରେ କେନିଆ ହାଇ କମିଶନର Willy Bett

ଦୁଇ ଦିନିଆ ଓଡିଶା ଗସ୍ତରେ କେନିଆ ହାଇ କମିଶନର Willy Bett । ସେଞ୍ଚୁରିଅନ ୟୁନିଭରସିଟି ପରିଦର୍ଶନ କରି କଲେ ପ୍ରଶଂସା ।

8.ଓଡିଶାବାସୀଙ୍କୁ ନ୍ୟାୟ ମାଗୁଛନ୍ତି ରୁଚିକାଙ୍କ ମାଆ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ରହସ୍ୟ ଖୋଲି ପାରୁନି ପୋଲିସ । ଆଜିବି ଧାରଣାରେ ବସିଛନ୍ତି ରୁଚିକାଙ୍କ ମାଆ । ଝିଅକୁ ନ୍ୟାୟ ଦେବା ପାଇଁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ରୁଚିକାଙ୍କ ମାଆ ।

9.ସଙ୍କଟରେ ଶ୍ରୀଲଙ୍କା: ସରକାରୀ ଟିଭି ଚ୍ୟାନେଲ ରୂପବାହିନୀ ଅଫ୍‌ ଏୟାର

ଶ୍ରୀଲଙ୍କାର ସରକାରୀ ଟିଭି ଚ୍ୟାନେଲ୍‌କୁ କବ୍‌ଜା କଲେ ଆନ୍ଦୋଳନକାରୀ । ଫଳରେ ରୂପବାହିନୀ ଚ୍ୟାନେଲକୁ ସାମୟିକ ଭାବରେ ବନ୍ଦ କରାଯାଇଛି । ବୁଧବାର ଏହି ଚ୍ୟାନେଲ କାର୍ଯ୍ୟାଳୟରେ ପ୍ରବେଶ କରି ଆନ୍ଦୋଳନକାରୀ କ୍ୟାମେରା ସାମ୍ନାରେ ନିଜ ଦାବୀ ରଖିଛନ୍ତି । ବର୍ତ୍ତମାନ ଠାରୁ ଏହି ଟିଭି ଚ୍ୟାନେଲ ନିରପେକ୍ଷ ହେବା ଆବଶ୍ୟକ ବୋଲି କହିଛନ୍ତି ଜଣେ ଆନ୍ଦୋଳନକାରୀ । ଆନ୍ଦୋଳନକାରୀଙ୍କ କବ୍‌ଜା ପରେ ରୂପବାହିନୀ ଚ୍ୟାନେଲ ଅଫ୍‌ ଏୟାର ହୋଇଛି ।

10.ICC T-20 Ranking: ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର

ଆଇସିସି (International Cricket Council) ଟି-୨୦ ମାନ୍ୟତାରେ ଶୀର୍ଷ ୧୦ ତାଲିକାରେ ସ୍ଥାନ ପାଇଲେ ଭାରତୀୟ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ । ଆଇସିସି ଟି-୨୦ ମାନ୍ୟତାର ପଞ୍ଚମ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.