ETV Bharat / sports

ICC T-20 Ranking: ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର

author img

By

Published : Jul 13, 2022, 4:27 PM IST

ଆଇସିସି (International Cricket Council) ଟି-୨୦ ମାନ୍ୟତାରେ ଶୀର୍ଷ ୧୦ ତାଲିକାରେ ସ୍ଥାନ ପାଇଲେ ଭାରତୀୟ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ । ଆଇସିସି ଟି-୨୦ ମାନ୍ୟତାର ପଞ୍ଚମ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । ଅଧିକ ପଢନ୍ତୁ

ICC T-20 Ranking : ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର
ICC T-20 Ranking : ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର

ହାଇଦ୍ରାବାଦ: ଆଇସିସି (International Cricket Council) ଟି-୨୦ ମାନ୍ୟତାରେ ଶୀର୍ଷ ୧୦ ତାଲିକାରେ ସ୍ଥାନ ପାଇଲେ ଭାରତୀୟ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ । ଆଇସିସି ଟି-୨୦ ରାଙ୍କିଙ୍ଗର ପଞ୍ଚମ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । ଗତ କିଛି ଦିନ ହେବ ସୂର୍ଯ୍ୟକୁମାର ଯାଦବ ଦମଦାର ଫର୍ମରେ ରହିଛନ୍ତି । ଆଇସିସି ଟି-୨୦ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଉତ୍ତୀର୍ଣ୍ଣ ହେବା ସହିତ ସୂର୍ଯ୍ୟକୁମାର ଯାଦବଙ୍କ ରେଟିଙ୍ଗ ୭୩୨ ରହିଛି ।

  • A huge climb for Suryakumar Yadav in T20I cricket, as Dimuth Karunaratne reaches a career-high ranking on the Test scene!

    More on the latest @MRFWorldwide rankings 📈

    — ICC (@ICC) July 13, 2022 " class="align-text-top noRightClick twitterSection" data=" ">

ନିକଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଭାରତର ଟି-୨୦ ସିରିଜରେ ଭାରତ ପ୍ରଥମ ଏବଂ ଦ୍ବିତୀୟ ମ୍ୟାଚ ଜିତିବା ସହିତ ତୃତୀୟ ମ୍ୟାଚରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା । ତଥାପି ଭାରତ ସିରିଜକୁ ୨-୧ ରେ ଜିତି ନେଇଥିଲା । ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଶତକ ହାସଲ କରିଥିଲେ । ସୂର୍ଯ୍ୟକୁମାର ୫୫ ବଲରୁ ୬ଟି ଛକା ସହିତ ୧୪ ଟି ଚୌକା ମାରି ୧୧୭ ରନ ସଂଗ୍ରହ କରିଥିଲେ ।

ଆଇସିସି ଟି-୨୦ କ୍ରିକେଟ ବିଶ୍ବ କପ ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଖେଳାଯିବ । ତେବେ ଆସିସି ଟି-୨୦ କ୍ରିକେଟ ବିଶ୍ବକପ ନେଇ ଭାରତ ପକ୍ଷରୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । କେଉଁ କେଉଁ କ୍ରିକେଟର ଭଲ ଫର୍ମରେ ରହିଛନ୍ତି ଭଭୟ ବୋଲର ଏବଂ ବ୍ୟାଟରଙ୍କ ଉପରେ ଫୋକସ ରଖିଛି ବିସିସିଆଇ । କ୍ରିକେଟରଙ୍କ ଫର୍ମ ଅନୁସାରେ ବିସିସିଆଇ ଆଗକୁ ଆଇସିସି ଟି-୨୦ କ୍ରିକେଟ ବିଶ୍ବ କପ ପାଇଁ ଦଳ ଘୋଷଣା କରିବ । ତେବେ କ୍ରିକେଟର ମାନେ ଏବେଠୁ ନିଜ ଦକ୍ଷ ଅନୁସାରେ ପ୍ରଦର୍ଶନ କରିବା ଜାରି ରଖିଛନ୍ତି । କ୍ରିକେଟରମାନେ ଟି-୨୦ ବିଶ୍ବ କପ୍‌ରେ ଚୂଡ଼ାନ୍ତ ଏକାଦଶରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ନିଜର ଚେଷ୍ଟା ଜାରି ରଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.