ETV Bharat / bharat

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, 15 ଜୁଲାଇରୁ ବୁଷ୍ଟର ଡୋଜ

author img

By

Published : Jul 13, 2022, 4:28 PM IST

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି । ଆସନ୍ତା 15 ତାରିଖରୁ ପରବର୍ତ୍ତୀ 75 ଦିନ ପର୍ଯ୍ୟନ୍ତ 18 ବର୍ଷରୁ ଉର୍ଦ୍ଧ୍ବ ବୟସ ନାଗରିକଙ୍କୁ ମାଗଣା ବୁଷ୍ଟର ଡୋଜ ଦିଆଯିବ । ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୁଷ୍ଟର ଡୋଜ । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, 15 ଜୁଲାଇରୁ ବୁଷ୍ଟର ଡୋଜ
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, 15 ଜୁଲାଇରୁ ବୁଷ୍ଟର ଡୋଜ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି । ଆସନ୍ତା 15 ତାରିଖରୁ ପରବର୍ତ୍ତୀ 75 ଦିନ ପର୍ଯ୍ୟନ୍ତ 18 ବର୍ଷରୁ ଉର୍ଦ୍ଧ୍ବ ବୟସର ନାଗରିକଙ୍କୁ ମାଗଣା ବୁଷ୍ଟର ଡୋଜ । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା । ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୁଷ୍ଟର ଡୋଜ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଛନ୍ତି ଜୁଲାଇ 15 ରୁ ପରବର୍ତ୍ତୀ 75 ଦିନ ପର୍ଯ୍ୟନ୍ତ ଦେଶର ସମସ୍ତ 18ରୁ 59 ବୟସ ବର୍ଗର ନାଗରିକଙ୍କୁ ସରକାର ମାଗଣାରେ ମହାମାରୀ କରୋନାର ମୁକାବିଲା ପାଇଁ ବୁଷ୍ଟର ଡୋଜ ଦେବେ । ଏହି ବୁଷ୍ଟର ଡୋଜ ଦେଶର ସମସ୍ତ ସରକାରୀ ହସ୍ପିଟାଲ ଗୁଡିକରେ ମିଳିବ । ଏହି ଅଢେଇ ମାସ ମଧ୍ୟରେ ନାଗରିକ ମାନେ ନିଜ ନିଜ ବୁଷ୍ଟର ଡୋଜ ନେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମହାମାରୀ ବିରୋଧରେ ସଚେତନତା ଓ ଟିକା ପ୍ରତି ଥିବା ଦ୍ବନ୍ଦ ଦୂର ପାଇଁ କେନ୍ଦ୍ର ସରକାର ଆଜାଦିକା ଅମୃତ ମହତ୍ସୋବ ପାଳନ ଅବସରେ 75 ଦିନ ପର୍ଯ୍ୟନ୍ତ ଏହି ବୁଷ୍ଟର ଡୋଜ ପ୍ରଦାନ କରିବେ । ପୂର୍ବରୁ ସରକାର 60 ବର୍ଷରୁ ଉର୍ଦ୍ଧ୍ବ, ବହୁବିଧ ରୋଗରେ ପୀଡିତ ଓ କରୋନା ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେଇ ସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ ଟିକାର ଅନ୍ତରାଳ ହ୍ରାସ କରିଥିଲେ । ପ୍ରଥମ ଡୋଜ ପରେ 9 ମାସ ର ବ୍ୟବଧାନକୁ ହ୍ରାସ କରି 6 ମାସ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.