ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 1, 2022, 7:10 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.Rath Yatra: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ପଛରେ ଗଡି ଗଡି ଆସୁଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ।

୨.Russia-Ukraine War: ଓଡେଶାରେ ଋଷିଆର ମିଶାଇଲ ଆଟାକ, ୧୯ ମୃତ

ୟୁକ୍ରେନର ଓଡେଶା ସହରରେ ଋଷିଆର ମିଶାଇଲ ଆଟାକ୍ । ଏଥିରେ ୧୯ ମୃତ୍ୟୁ ଏବଂ ୩୦ ଜଣ ଆହତ ।

୩.ଫୋଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ

ବରିଷ୍ଠ ଫୋଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦେହାନ୍ତ ଖବର ସମସ୍ତ ସାମ୍ବାଦିକଙ୍କୁ ମର୍ମାହତ କରିଛି । ସମସ୍ତ ସାମ୍ବାଦିକ ଓ ସମ୍ବାଦିକା ମାନଙ୍କ ଉପସ୍ଥିତିରେ ଅଶୋକ ପଣ୍ଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।

୪.ଲୁଚକାଳି ଖେଳୁଛି ମୌସୁମୀ, ଶୁଖିଲା ପଡିଛି ଧାନ ବିଲ

କଳାହାଣ୍ଡିରେ ଲୁଚକାଳି ଖେଳୁଛି ମୌସୁମୀ । ବର୍ଷା ନ ହେବାରୁ ଧାନ ବିଲ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ।

୫.RathYatra: ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପବିତ୍ର ଘୋଷଯାତ୍ରାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣୁଛନ୍ତି ।

୬.ED ନିକଟରେ ହାଜର ହେଲେ ଶିବସେନା ସାଂସଦ ସଞ୍ଜୟ ରାଉତ

ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ED ନିକଟରେ ହାଜର ହୋଇଛନ୍ତି ସାଂସଦ ସଞ୍ଜୟ ।

୭.ଅଟୋନୋମସ୍‌ ୱିଙ୍ଗ୍‌ ଟେକ୍ନୋଲୋଜୀ ଡେମୋନଷ୍ଟ୍ରେଟର ସଫଳ ପରୀକ୍ଷଣ

କର୍ଣ୍ଣାଟକର ଚିତ୍ରଦୁର୍ଗ ଏରୋନୋଟିକାଲ୍‌ ଟେଷ୍ଟ୍‌ ରେଞ୍ଜ୍‌ରେ ସ୍ୱଂୟଚାଳିତ ଯୁଦ୍ଧ ବିମାନ (unmanned combat aircraft)ର ସଫଳ ପରୀକ୍ଷଣ ହୋଇଛି ।

୮.Ratha Yatra 2022: ବଡଦାଣ୍ଡରେ ଚକ୍ରି ବନାଟି ପ୍ରଦର୍ଶନ

ରଥଯାତ୍ରାରେ ପୁରି ଉଠିଛି ବଡଦାଣ୍ଡ । ଜଗନ୍ନାଥଙ୍କ ପ୍ରେମରେ ବିଭୋର ଭକ୍ତ । ବଡଦାଣ୍ଡରେ ଚକ୍ରି ବନାଟି ପ୍ରଦର୍ଶିତ କରୁଛନ୍ତି ଭକ୍ତ ।

୯.ହନିମୁନ୍‌ ନୁହେଁ ବେବିମୁନ୍‌ରେ ଯିବେ ଆଲିଆ-ରଣବୀର

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ଏହି ଦମ୍ପତି ହନିମୁନ୍‌ ଯାଇପାରିନଥିଲେ, କିନ୍ତୁ ବର୍ତ୍ତମାନ ବେବିମୁନ୍‌ରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

୧୦.Ind Vs Eng Test: ରୋମାଞ୍ଚକର ହେବ ମୁକାବିଲା

ମ୍ୟାଚ ଜିତି ଭାରତ ଇତିହାସ ରଚିବା ଦିଗରେ ଆଗେଇ ଥିଲା ବେଳେ ଅନ୍ୟପଟେ ସିରିଜ ବରାବର କରିବା ଲକ୍ଷ୍ୟ ରେ ରହିଛି ଇଂଲଣ୍ଡ । ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି କହିଛନ୍ତି କ୍ରୀଡ଼ା ସମୀକ୍ଷକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.