ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 2, 2022, 5:09 PM IST

TOP NEWS@5PM
Etv BTOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରharat

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1. କାଷ୍ଟିଂ କାଉଚ ମାମଲା: ସତ୍ୟର ଜୟ ହୋଇଛି କହିଲେ ପପୁ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲା । "ସତ୍ୟର ଜୟ ହୋଇଛି" କ୍ଲିନଚିଟ୍ ସହ ନିର୍ଦ୍ଦୋଷରେ ଖଲାସ ପରେ ପ୍ରତିକ୍ରିୟା ରଖିଲେ ଅଭିନେତା ପପୁ ପମପମ୍ । ଅଭିଯୋଗକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିବେ ପପୁ ।

2. ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଛାତ୍ରୀଙ୍କ ଉପରେ ଲୋଲୁପ ଦୃଷ୍ଟି । ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ ହୋଇଛି । ଭୁବନେଶ୍ବର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଚାଞ୍ଚଲ୍ୟ ଖେଳିଯାଇଛି ।

3. ରମ୍ବାର ବଦଳୁଛି ପରିବହନ ନୀତି, ବିଧାନସଭା ସାମ୍ନାରେ ତେଜିଲା ନମ୍ବରପ୍ଲେଟ ତାତି

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ରାଜ୍ୟ ଓ କେନ୍ଦ୍ର ପରିବହନ ବିଭାଗ ବିରୋଧରେ ୧୫ଦିନ ଧରି ଆନ୍ଦୋଳନ ପରେ ବିଧାନସଭା ଘେରିଲେ ଆନ୍ଦୋଳନକାରୀ ।

4. ଇଣ୍ଡିଗୋ ବିମାନ ତଳେ ପଶିଗଲା ଗୋ-ଫାଷ୍ଟ କାର

ଦିଲ୍ଲୀ ବିମାନ ବନ୍ଦରରେ ଅଭାବନୀୟ ଘଟଣା । ଉଡାଣ ପାଇଁ ପାର୍କିଂରେ ପ୍ରସ୍ତୁତ ହେଉଥିବା ଇଣ୍ଡିଗୋ ବିମାନ ତଳେ ପଶିଗଲା କାର । ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ଆରମ୍ଭ ହୋଇଛି ତଦନ୍ତ ।

5. ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ବାଲେଶ୍ବର ବଇଁଚା RI

ଭିଜିଲାନ୍ସ ଜାଲରେ ବାଲେଶ୍ବର ସଦର ବ୍ଲକ ବଇଁଚା RI(Revenue Inspector) । ମୃତ୍ୟୁକାଳୀନ ସହାୟତା ଯୋଗାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ।

6. Sidhu Moosewala Murder: ହିଷ୍ଟ୍ରିସିଟର ଆର୍ଶଦ ଅଲୀ ଗିରଫ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣା । ଆଉ ଜଣେ ଅଭିଯୁକ୍ତ ହିଷ୍ଟ୍ରିସିଟର ଆର୍ଶଦ ଅଲୀକୁ ଗିରଫ ଗିରଫ କଲା ପଞ୍ଜାବ ପୋଲିସ ।

7. Monkeypox: କେରଳରେ ନୂଆ ମାମଲା ଚିହ୍ନଟ, ୫କୁ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

କେରଳରେ ବଢିଚାଲିଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏଯାବତ ୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ।

8. ଢେଙ୍କାନାଳରେ ଡାକ ଯୋଗେଁ ପ୍ରତି ଘରେ ପହଞ୍ଚିବ ତ୍ରିରଙ୍ଗା

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସରେ ଅଜାଦୀ କା ଅମୃତ ମହୋତ୍ସବର ସେଲ୍ଫି ପଏଣ୍ଟ ଖୋଲିଛି । ମାତ୍ର ୨୫ଟଙ୍କାରେ ଘରେ ଘରେ ପହଞ୍ଚିବ ତ୍ରିରଙ୍ଗା ପତାକା ।

9. ନ୍ୟାସନାଲ ହେରାଲ୍ଡ ଅଫିସରେ ED ରେଡ୍‌

ନ୍ୟାସନାଲ ହେରାଲ୍ଡ ଅଫିସରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନିଲଣ୍ଡିଂ ମାମଲାରରେ ହେରାଲ୍ଡ ହାଉସ, ଦିଲ୍ଲୀ କୋଲକାତା ସମେତ 12ଟି ସ୍ଥାନରେ ଚଢାଉ କରିଛି ।

10. CWG 2022: ଆଜି ଟ୍ରାକରେ ଦୈଡିବେ ଦୂତୀ ଚାନ୍ଦ

ରାଜ୍ୟଗୋଷ୍ଠୀ କ୍ରୀଡାର ପଞ୍ଚମ ଦିନରେ ଆଜି ଟ୍ରାକ ଆଣ୍ଡ ଫିଲ୍ଡ ଲଢେଇ ଆରମ୍ଭ ହେବ । ପଦକ ଜିତିବା ଆଶାରେ ଟ୍ରାକକୁ ଓହ୍ଲାଇବେ ଦୂତୀ ଚାନ୍ଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.