ETV Bharat / city

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

author img

By

Published : Aug 2, 2022, 1:53 PM IST

Updated : Aug 2, 2022, 4:25 PM IST

ଛାତ୍ରୀଙ୍କ ଉପରେ ଲୋଲୁପ ଦୃଷ୍ଟି । ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ ହୋଇଛି । ଭୁବନେଶ୍ବର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ
ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଜଣେ ଛାତ୍ରୀ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାର ସାମ୍ନାକୁ ଆସିବାପରେ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିରେ ଅଧ୍ୟାପକଙ୍କ ନାମରେ ଏହି ଅଭିଯୋଗ ଆସିଛି । ମାସ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଅଧ୍ୟାପକ । ପୀଡ଼ିତା କଲେଜର ଯୁକ୍ତ 3 ବିଜ୍ଞାନ ବିଭାଗର ଛାତ୍ରୀ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଘଟଣାକୁ କଲେଜ ଭିତରେ ଚାପି ଦେବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଉଭୟ ଅଧ୍ୟାପକ ଓ ଛାତ୍ରୀଙ୍କୁ ପଚରାଉଚରା ସହ କଲେଜ କମିଟି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଘଟଣାର ରିପୋର୍ଟ ପ୍ରଦାନ କରିଥିଲେ ।

ଅନ୍ୟପଟେ ଏହି ଘଟଣା ଉଚ୍ଚଶିକ୍ଷା ବିଭାଗର ନଜରକୁ ଆସିବା ପରେ ତୁରନ୍ତ ଏନେଇ ପୁଙ୍ଖନାପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କଲେଜକୁ ଚିଠି ଦେଇଛି ଉଚ୍ଚଶିକ୍ଷା ବିଭାଗ । ସମ୍ବେଦନଶୀଳ ଘଟଣା ବାବଦରେ ଥାନାରେ ଅଭିଯୋଗ ନକରି କାହିଁକି କଲେଜରେ ଚାପି ରଖିବାକୁ ଚେଷ୍ଟା କରାଯାଇଛି ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 2, 2022, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.