ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 23, 2021, 3:11 PM IST

ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ମହାରାଷ୍ଟ୍ରରେ ଛାତିଥରା ଘଟଣା; ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୩୦ ଅଭିଯୁକ୍ତ !

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି ଛାତିଥରା ଘଟଣା । ଜଣେ ନାବାଳିକାଙ୍କୁ ୩୦ ଜଣ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି । ଏହି ଦୁଷ୍କର୍ମକାରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କହିଛି ପୋଲିସ ।

2. '୨ୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ, ସମ୍ମୁଖଯୋଦ୍ଧା ଯାଇ କରାଇବେ ଟୀକାକରଣ'

ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୩ ମାସ ରହୁଥିବାରୁ ଲୋକେ ୨ୟ ଡୋଜ ନେବାକୁ ଭୁଲି ଯାଉଛନ୍ତି । ଏଣୁ ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କ ନିକଟକୁ ଯାଇ ଟୀକାକରଣ କରାଇବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

3. ବିବାଦରୁ ଓହରିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ପାଚେରୀ

ପଛକୁ ହଟିଲା ପଶ୍ଚିମବଙ୍ଗ । ଓଡିଶା ସୀମାରେ ଗାର୍ଡୱାଲ ତିଆରି କରି ବିବାଦ ସୃଷ୍ଟି କରୁଥିବା ପଶ୍ଚିମବଙ୍ଗ ନିଜେ ନିର୍ମାଣ କରିଥିବା ପାଚେରୀ ଭାଙ୍ଗି ଦେଇଛି ।

4. ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

କୋର୍ଟ ଚାଲାଣ ହେଲେ ମୋଟୁ ଥାନା ଅଧିକାରୀ । ୨ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଥିଲା ଭିଜିଲାନ୍ସ ଟିମ ।

5. ବିଶ୍ବର ୧୮୫ ଦେଶରେ ବ୍ୟାପିଛି ଡେଲଟା ଭ୍ୟାରିଆଣ୍ଟ: WHO

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ବିଶ୍ବର ପ୍ରାୟ ୧୮୫ ଦେଶରେ ଡେଲଟା ଭ୍ୟାରିଆଣ୍ଟ ବ୍ୟାପିଥିବା ଜଣାପଡ଼ିଛି ।

6. ବେଙ୍ଗାଲୁରୁରେ ଭୟଙ୍କର ବିସ୍ଫୋରଣ: ୩ ମୃତ, 2 ଗୁରୁତର

ବେଙ୍ଗାଲୁରୁରେ ଭୟଙ୍କର ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର ।

7. ଶେଷ ହେଲା ମାଓ ଅପରେସନ, ଜବତ ହେଲା ମାଓ ସାମଗ୍ରୀ

ଶେଷ ହେଲା ମାଲକାନଗିରି ଜିଲ୍ଲା କେରିମାଟି ଠାରେ ଚାଲିଥିବା ମାଓ ଅପରେସନ । ମାଓ ନେତାମାନେ ଖସି ପଳାଇଥିବା ବେଳେ ଶିବିର ସ୍ଥଳରୁ କିଛି ମାତ୍ରାର ମାଓ ସାମଗ୍ରୀ ଜବତ ହୋଇଛି।

8. ଶୌଚ ସମୟରେ ସୁଅରେ ଭାସିଗଲେ ବୃଦ୍ଧା; ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ

ଶୌଚ ସମୟରେ ପାଣି ସୁଅରେ ଭାସିଗଲେ ବୃଦ୍ଧା । ସ୍ଥାନୀୟ ଲୋକଙ୍କ ସହାୟତାରେ ଢେଙ୍କାନାଳ ମାର୍ଥାପୁର ରାମିଆଳ ପୋଲ ନିକଟରୁ ଉଦ୍ଧାର କରାଯାଇଛି ।

9. ଖୋଲାଖୋଲି ଚାଲିଥିଲା କଟକଣା ଉଲ୍ଲଙ୍ଘନ, ପୋଲିସର ତାଗିଦରେ ନାଲିଆଖି ଦେଖାଇଲେ ଦୂତୀ

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରି ଭସାଣୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ଧାବିକା ଦୂତୀ ଚାନ୍ଦ । ପୋଲିସ ପହଞ୍ଚି ଭସାଣୀ ବନ୍ଦ କରିବାରୁ ରାଗି ଯାଇ ପୋଲିସକୁ ନାଲିଆଖି ଦେଖାଇଲେ ଦୂତୀ ।

10. PEGASUS ISSUE: ଟେକ୍ନିକାଲ ଏକ୍ସପର୍ଟ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ପେଗାସସ ଜାସୁସୀ ପ୍ରସଙ୍ଗ । ଏହାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.