ଖୋଲାଖୋଲି ଚାଲିଥିଲା କଟକଣା ଉଲ୍ଲଙ୍ଘନ, ପୋଲିସର ତାଗିଦରେ ନାଲିଆଖି ଦେଖାଇଲେ ଦୂତୀ

author img

By

Published : Sep 23, 2021, 12:37 PM IST

ଖୋଲାଖୋଲି ଚାଲିଥିଲା କୋଭିଡ କଟକଣା ଉଲ୍ଲଙ୍ଘନ, ପୋଲିସର ତାଗିଦରେ ନାଲିଆଖି ଦେଖାଇଲେ ଦୂତୀ

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରି ଭସାଣୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ଧାବିକା ଦୂତୀ ଚାନ୍ଦ । ପୋଲିସ ପହଞ୍ଚି ଭସାଣୀ ବନ୍ଦ କରିବାରୁ ରାଗି ଯାଇ ପୋଲିସକୁ ନାଲିଆଖି ଦେଖାଇଲେ ଦୂତୀ । ଅଧିକ ପଢନ୍ତୁ...

ଯାଜପୁର: ପୋଲିସକୁ ଧାବିକା ଦୂତୀଙ୍କ ନାଲିଆଖି । ଖୋଲାଖୋଲି କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରି ଭସାଣୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ଦୂତୀ ଚାନ୍ଦ । ପୋଲିସ ପହଞ୍ଚି ତାଗିଦ୍ କରି ଭସାଣୀ ବନ୍ଦ କରିବାରୁ ଓଲଟା ପୋଲିସକୁ ନାଲି ଆଖି ଦେଖାଇବା ସହ ଧମକ ଦେଲେ ଦୌଡରାଣୀ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖୋଲାଖୋଲି ଚାଲିଥିଲା କୋଭିଡ କଟକଣା ଉଲ୍ଲଙ୍ଘନ, ପୋଲିସର ତାଗିଦରେ ନାଲିଆଖି ଦେଖାଇଲେ ଦୂତୀ

ସୂଚନାଯୋଗ୍ୟ, ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ପୋଲିସର ବିନା ଅନୁମିତର କଟକଣାକୁ ଫୁ କରି ଭସାଣୀ ଚାଲୁଥିଲା । ଆଧୁନିକ ଗୀତର ତାଳେ ତାଳେ ଜମୁଥିଲା ନାଚ । ଖବର ପାଇ କୁଆଖିଆ ପୋଲିସ ସେଠାରେ ପହଞ୍ଚିଥିଲା ଏବଂ ଭସାଣୀ ପ୍ରୋସେସନ ବନ୍ଦ କରଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୂତୀ ଚାନ୍ଦ ପୋଲିସକୁ ଧମକ ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ପୋଲିସର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ପୋଲିସ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.