ବିବାଦରୁ ଓହରିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ପାଚେରୀ

author img

By

Published : Sep 23, 2021, 2:02 PM IST

ବିବାଦରୁ ଓହରିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ପାଚେରୀ

ପଛକୁ ହଟିଲା ପଶ୍ଚିମବଙ୍ଗ । ଓଡିଶା ସୀମାରେ ଗାର୍ଡୱାଲ ତିଆରି କରି ବିବାଦ ସୃଷ୍ଟି କରୁଥିବା ପଶ୍ଚିମବଙ୍ଗ ନିଜେ ନିର୍ମାଣ କରିଥିବା ପାଚେରୀ ଭାଙ୍ଗି ଦେଇଛି । ଅଧିକ ପଢନ୍ତୁ...

ବାଲେଶ୍ବର: ଓଡିଶା ସୀମାରେ ବନ୍ଦ ହେଲା ପଡୋଶୀ ପଶ୍ଚିମବଙ୍ଗର ଦାଦାଗିରି । ଓଡିଶା ସୀମାନ୍ତ ଭୋଗରାଇର ଉଦୟପୁର ବେଳାଭୂମିରେ ବେଆଇନ ଗାର୍ଡୱାଲ ନିର୍ମାଣ କରୁଥିବା ପଶ୍ଚିମବଙ୍ଗ ନିଜ କାର୍ଯ୍ୟରୁ ଓହରି ଯାଇଛି । ବୁଧବାର ବିଳମ୍ବିତ ରାତିରେ ସେ ନିର୍ମାଣ କରିଥିବା ପାଚେରୀ ନିଜେ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ବିବାଦରୁ ଓହରିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ପାଚେରୀ

ସୂଚନାଯୋଗ୍ୟ, ଉଦୟପୁର ବେଳାଭୂମିରେ ବାରମ୍ବାର ବେଆଇନ ଗାର୍ଡୱାଲ ନିର୍ମାଣ କରିଥିଲା ପଶ୍ଚିମବଙ୍ଗ । ଓଡିଶା ସୀମାର ପ୍ରାୟ ୫୦ ଫୁଟ ଭିତରକୁ ନିଜର ବେଆଇନ ନିର୍ମାଣକୁ ରୂପ ଦେଉଥିଲା । ହେଲେ ସେ ନିର୍ମାଣ କରିଥିବା ପାଚେରୀ ବୁଧବାର ରାତିରେ ଭାଙ୍ଗି ଦେଇଛି । ଏଥିରୁ ସେ ପଛକୁ ହଟିଯାଇଥିବା ଜଣାପଡୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.