ଶେଷ ହେଲା ମାଓ ଅପରେସନ, ଜବତ ହେଲା ମାଓ ସାମଗ୍ରୀ

author img

By

Published : Sep 23, 2021, 1:50 PM IST

Updated : Sep 23, 2021, 2:53 PM IST

ଶେଷ ହେଲା ମାଓ ଅପରେସନ, ମାଓ ସାମଗ୍ରୀ ଜବତ

ଶେଷ ହେଲା ମାଲକାନଗିରି ଜିଲ୍ଲା କେରିମାଟି ଠାରେ ଚାଲିଥିବା ମାଓ ଅପରେସନ । ମାଓ ନେତାମାନେ ଖସି ପଳାଇଥିବା ବେଳେ ଶିବିର ସ୍ଥଳରୁ କିଛି ମାତ୍ରାର ମାଓ ସାମଗ୍ରୀ ଜବତ ହୋଇଛି। ଅଧିକ ପଢନ୍ତୁ...

ମାଲକାନଗିରି: ଶେଷ ହେଲା ମାଲକାନଗିରି ଜିଲ୍ଲା କେରିମାଟିଠାରେ ଚାଲିଥିବା ମାଓ ଅପରେସନ । ସର୍ଚ୍ଚ ଅପରେସନ ପରେ ମାଲକାନଗିରି ପୋଲିସକୁ ସେଭଳି କିଛି ସଫଳତା ମିଳିପାରିନଥିବା ଜଣାପଡ଼ିଛି । ମାଓ ନେତାମାନେ ଖସି ପଳାଇଥିବା ବେଳେ ଶିବିର ସ୍ଥଳରୁ କିଛି ମାତ୍ରାର ମାଓ ସାମଗ୍ରୀ ଜବତ ହୋଇଛି।

ଶେଷ ହେଲା ମାଓ ଅପରେସନ, ମାଓ ସାମଗ୍ରୀ ଜବତ

ପ୍ରକାଶଥାଉକି, ମାଓ ଶିବିର ଥିବାର ସୂଚନା ପାଇ କେରିମାଟି ପାହାଡରେ ଏସଓଜି, ଡିଭିଏଫ ମିଳିତ ଚଢ଼ାଉ କରିଥିଲେ। ଏପଟେ ଯବାନଙ୍କୁ ଦେଖି ନକ୍ସଲ ପୁଲିସ ଉପରେ ଅତର୍କିତ ଗୁଳି ଚଳାଇଥିଲେ । ପୋଲିସ ମଧ୍ୟ ସେମାନଙ୍କୁ ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ପ୍ଲାଟୁନ କମାଣ୍ଡରମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଘଟଣାସ୍ଥଳରୁ ପୋଲିସ କିଛି ଗୁଳି ଓ ମାଓ ସାମଗ୍ରୀ ଜବତ କରିଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated :Sep 23, 2021, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.