ETV Bharat / city

ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

author img

By

Published : Sep 23, 2021, 1:54 PM IST

Updated : Sep 23, 2021, 7:51 PM IST

କୋର୍ଟ ଚାଲାଣ ହେଲେ ମୋଟୁ ଥାନା ଅଧିକାରୀ
କୋର୍ଟ ଚାଲାଣ ହେଲେ ମୋଟୁ ଥାନା ଅଧିକାରୀ

କୋର୍ଟ ଚାଲାଣ ହେଲେ ମୋଟୁ ଥାନା ଅଧିକାରୀ । ୨ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଥିଲା ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ....

ଭୁବନେଶ୍ବର: ମାଲକାନଗିରି ମୋଟୁ ଥାନା ଆଇଆଇସି (IIC) ସୁଶାନ୍ତ ସାହୁଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ମୋଟୁ ଥାନାଧିକାରୀ ଖୋର୍ଦ୍ଧାରେ ୨ ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ବେଆଇନ ସମ୍ପତ୍ତି ଠୁଳ ମାମଲାରେ ବୁଧବାର ଖୋର୍ଦ୍ଧା ନିକଟରୁ ମୋଟୁ ଥାନା ଅଧିକାରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

ବୁଧବାର ଦିନ ମୋଟୁ ଥାନା ଅଧିକାରୀ ମୋଟୁରୁ ତାଙ୍କ ଫୁଲନଖରା ସ୍ଥିତ ବାସଭବନକୁ ଏକ କାରରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ଧରିଥିଲା ଭିଜିଲାନ୍ସ । ସେହିପରି ଭିଜିଲାନ୍ସ ତାଙ୍କ ଗାଡିରୁ ନଗଦ ଦୁଇ ଲକ୍ଷ 80 ହଜାର ଟଙ୍କା ଜବତ କରିବା ସହ ଗାଡିକୁ ଜବତ ଅଭିଯୁକ୍ତକୁ ଗିରଫ କରିଥିଲା । ଭିଜିଲାନ୍ସର ୪ଟି ଟିମ ମୋଟୁ ସହ କଟକରେ ମଧ୍ୟ ଚଢ଼ାଉ କରିଥିଲା ।

ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଚିଭି ଭାରତ

Last Updated :Sep 23, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.