ETV Bharat / bharat

ଆସାମରେ ପ୍ରତିଷ୍ଠା ହେବ ସେମି କଣ୍ଡକ୍ଟର ପ୍ରୋସେସିଙ୍ଗ ପ୍ଲାଣ୍ଟ, ଯୁବଗୋଷ୍ଠୀଙ୍କୁ ମିଳିବ ରୋଜଗାର

author img

By ETV Bharat Odisha Team

Published : Dec 10, 2023, 4:44 PM IST

Semiconductor Plant in Assam: ବହୁରାଷ୍ଟ୍ରୀୟ କମ୍ପାନୀ ଟାଟା ଗ୍ରୁପ ଆସାମରେ ପ୍ରତିଷ୍ଠା କରିବ ନୂଆ ସେମି କଣ୍ଡକ୍ଟର ପ୍ରୋସେସିଙ୍ଗ ପ୍ଲାଣ୍ଟ । ୪୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଫିଟିବ ରୋଜଗାରର ବାଟ । ଅଧିକ ପଢନ୍ତୁ

ଆସାମରେ ଟାଟା ପ୍ରତିଷ୍ଠା କରିବ ସେମି କଣ୍ଡକ୍ଟର ପ୍ରୋସେସିଙ୍ଗ ପ୍ଲାଣ୍ଟ , ଯୁବଗୋଷ୍ଠୀଙ୍କୁ ମିଳିବ ରୋଜଗାରର ପନ୍ଥା
ଆସାମରେ ଟାଟା ପ୍ରତିଷ୍ଠା କରିବ ସେମି କଣ୍ଡକ୍ଟର ପ୍ରୋସେସିଙ୍ଗ ପ୍ଲାଣ୍ଟ , ଯୁବଗୋଷ୍ଠୀଙ୍କୁ ମିଳିବ ରୋଜଗାରର ପନ୍ଥା

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀ ଟାଟା ଗ୍ରୁପ ନିଜର ନୂଆ ସେମି କଣ୍ଡକ୍ଟର ପ୍ରୋସେସିଙ୍ଗ ପ୍ଲାଣ୍ଟ ଆସାମରେ ପ୍ରତିଷ୍ଠା କରିବାକୁ ଯାଉଛି । ଏ ସମ୍ପର୍କରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଟାଟା ଗ୍ରୁପ ଆସାମରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏକ ସେମି କଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯୋଜନା କରିଛି । ଗୌହାଟୀରେ ଏକ ଜନ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ଟାଟା ଗ୍ରୁପ ଚର୍ଚ୍ଚା କରିସାରିଛି । ଏଥିସହ ଚୂଡା଼ନ୍ତ ମଞ୍ଜୁରୀ ପାଇଁ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରାଯାଇଛି ଏବଂ ଖୁବ ଶିଘ୍ର ଅପର ପକ୍ଷରୁ ମଞ୍ଜୁରୀ ମିଳିଯିବ ବୋଲି ଆଶା କରୁଛୁ । ଆତ୍ମନିର୍ଭର ଆସାମ ଅଭିଯାନ ଅନ୍ତର୍ଗତ ଟାଟା ଇଲେକ୍ଟ୍ରେନିକ ଲିମିଟେଡ ଜଗିରୋଡରେ ଏକ ଇଲେକ୍ଟ୍ରେନିକ କେନ୍ଦ୍ର ସ୍ଥାପନ କରିବା ପାଇଁ ଏକ ଆବେଦନ କରିଛି ।

ଏହା ମଧ୍ୟ ପଢନ୍ତୁ ... ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ, 'ସୋସିଆଲ ମିଡିଆ ଜରିଆରେ ଜିତି ହୁଏନି ନିର୍ବାଚନ'

ଫିଟିବ ରୋଜଗାରର ନୂଆ ଅବସର

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ଟାଟା ଗ୍ରୁପ ସେମି କଣ୍ଡକ୍ଟର ଆସେମ୍ବଲି ଏବଂ ପ୍ୟାକେଜିଙ୍ଗ ପ୍ଲାଣ୍ଟ ବିଷୟରେ ରାଜ୍ୟ ସରକାର ସହ ପ୍ରାରମ୍ଭିକ କଥାବାର୍ତ୍ତା କରିଥିଲା । ଏହି ଆପୋଷ ଆଲୋଚନାର ଫଳାଫଳ ସନ୍ତୋଷଜନକ ରହିଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ମଞ୍ଜୁରୀ ପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରାଯାଇଛି । ଯଦି ଆଗକୁ ସବୁ କିଛି ଠିକଠାକ ରହେ ତେବେ ଆଗକୁ ଆସାମ ଭଳି ରାଜ୍ୟରେ ବଡଧରଣର ପୁଞ୍ଜି ନିବେଶ ଦେଖିବାକୁ ମିଳିବ । ଯାହା ଦ୍ବାରା ଆସାମରେ ଶିଳ୍ପାୟନର ଅଗ୍ରଗତି ପାଇଁ ଏକ ସକରାତ୍ମକ ମାହୋଲ ସୃଷ୍ଟି ହେବ ।

ଆମେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଅଛୁ ଏବଂ ଆଶା କରୁଛୁ କି ଆସନ୍ତା ଏକ କିମ୍ବା ଦୁଇ ମାସରେ ଆମକୁ ଅନ୍ତିମ ମଞ୍ଜୁରୀ ମିଳିଯିବ । ଟାଟା ଗ୍ରୁପର ଏହି ପଦକ୍ଷେପ ଦ୍ବାରା ଆସାମର ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାରର ନୂଆ ବୃହତ ଅବସର ସୃଷ୍ଟି ହେବ । ଏଥି ସହିତ ଟାଟା ଗ୍ରୁପ ଆସାମ ୧୦୦୦ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷିତ କରିବାର ଯୋଜନା ରଖିଛି । ସୂଚନାଯୋଗ୍ୟ ଯେ ଆସାମର ଯୁବପିଢି଼ଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗତ ସେପ୍ଟେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆତ୍ମନିର୍ଭର ଆସାମ ଅଭିଯାନ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.